ଭାରତୀୟ କ୍ରିକେଟରେ ଦୁଃଖଦ କଥା, ହରଭଜନଙ୍କ କହିଲେ ନିଜ ମନ କଥା

0

Get real time updates directly on you device, subscribe now.

ଏମିତି ଅନେକ ଅସମାହିତ ପ୍ରଶ୍ନ ରହିଥିଲା କିନ୍ତୁ କେହି କେବେ ପଚାରିନଥିଲେ। ମୁଁ ବିଦାୟ କାହିଁକି ନେଲି। ହରଭଜନ ସିଂଙ୍କ ଶେଷ ଖେଳ ୨୦୧୬ ମସିହାରେ ଏକ ଟି-୨୦ ଥିଲା। କିନ୍ତୁ ସେ ଇଣ୍ଡିଆନ ପ୍ରିମିୟର ଲିଗରେ ନିଜର ଖେଳ ଜାରି ରଖିଥିଲେ। ଗତ ଶୁକ୍ରବାର ଦିନ ହରଭଜନ ସିଂ ୭୧୧ତମ ଆନ୍ତର୍ଜାତୀୟ ୱିକେଟ ନେବା ପରେ ନିଜ କ୍ୟାରିଅର ଉପରେ ପରଦା ଟାଣିଥିଲେ। ତାଙ୍କର ୨୩ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ଦୁଇଟି ବିଶ୍ୱକପ ଜିତିଥିଲେ। ୧୦୩ଟି ଟେଷ୍ଟ ମ୍ଯାଚରେ ୪୧୭ଋ ୱିକେଟ, ୨୩୬ଟି ଦିନକିଆରେ ୨୬୯ଟି ୱିକେଟ ଏବଂ ୨୫ଟି ସ୍କାଲପ୍ସରେ ଜିତିଥିଲେ ୨୮ ଟି ଟି-୨୦ ରେ।

ଯେତେବେଳେ କେହି ୪୦୦ରୁ ଅଧିକ ୱିକେଟ ନେଇଥାଏ ଓ ତାପରେ ସେ ସୁଯୋଗ ଆଉ ପାଇନଥାଏ, କିମ୍ବା ଡ୍ରପ ହେବାର କାରଣ କୁହାଯାଇନଥାଏ, ସେତେବେଳେ ମାନେ ଅନେକ ପ୍ରଶ୍ନ ଉଠିଥାଏ। ଦଳରୁ ମୋର ଡ୍ରପଆଉଟ ବିଷୟରେ ମୁଁ ଅନେକ ଲୋକଙ୍କୁ ପଚାରିଥିଲି। କିନ୍ତୁ ମୋର କୌଣସି ଉତ୍ତର ସଠିକ ମିଳିନଥିଲା ବୋଲି ହରଭଜନ ଏକ ଇଣ୍ଚରଭ୍ୟୁରେ କହିଛନ୍ତି। ସମର୍ଥନ ପାଇବା ପାଇଁ ସବୁବେଳେ ଭଲଲାଗେ। ମୁଁ କହିବି ଯଦି ମୁଁ ଠିକ ସମୟରେ ସମର୍ଥନ ପାଇଥାନ୍ତି ତେବେ ନିଶ୍ଚୟ ୫୦୦ ୱିକେଟ ପରେ ମୁଁ ଅବସର ନେଇଥାନ୍ତି। କାରଣ ଯେତେବେଳେ ମୁଁ ୪୦୦ ୱିକେଟ ମାର୍କରେ ପହଞ୍ଚିଥିଲି ସେତେବେଳେ ମୋର ବୟସ ମାତ୍ର ୩୧ଥିଲା। ଯଦି ମୁଁ ୪ ବର୍ଷ ଅଧିକ ଖେଳିଥାନ୍ତି ତେବେ ହୁଏତ ମୁଁ ମୋ ଲକ୍ଷ ସ୍ଥଳରେ ପହଞ୍ଚି ପାରିଥାନ୍ତି, କିନ୍ତୁ ତାହା ଆଦୌ ହୋଇନଥିଲା ବୋଲି ସେ କହିଛନ୍ତି।

ହରଭଜନ କହିଛନ୍ତିଯେ ତାଙ୍କର ହଠାତ କ୍ୟାରିଅର ଶେଷ ହେବା ଭାରତୀୟ କ୍ରିକେଟରଙ୍କ ପାଇଁ ଅତ୍ୟନ୍ତ ଦୁଖଦ କାହାଣୀ ଅଟେ। ଏ ସବୁ ସତ୍ତ୍ୱେ ବିସିସିଆଇ ତାଙ୍କୁ ଏହି ପଦବୀରେ ପହଞ୍ଚାଇବାକୁ ସାହାଯ୍ୟ କରିଛି ବୋଲି ଭଜି କହିଛନ୍ତି। କାରଣ ସେ ବୋର୍ଡ ବିରୋଧରେ କୌଣସି ପ୍ରକାର କ୍ରୋଧ ରଖନ୍ତି ନାହିଁ। ମୁଁ ସେମାନଙ୍କୁ ପଚାରିଲି ହଠାତ ମୋର ଉପସ୍ଥିତି ହଜିଯାଇଛି କି। ମୋର ପ୍ରଦର୍ଶନ ଖରାପ ହୋଇଛି କି। ନା କଣ ଘଟିଛି ଯେଉଁଥିପାଇଁ ମୁଁ ଆଦୌ କାଉଣ୍ଟ ହେଉନାହିଁ। କିନ୍ତୁ ଏହାର କୌଣସି ଉତ୍ତର ନଥିଲା।

ଯଦି ୪୦୦ଟି ୱିକେଟ ନେଇଥିବା ବ୍ୟକ୍ତିଙ୍କ ସହିତ ଏହା ହୋଇପାରେ ତେବେ ୪୦ଟି ୱିକେଟ ନେଇଥିବା ବ୍ୟକ୍ତିଙ୍କୁ ପଚାରିବାର କେହି ନାହାନ୍ତି। ଏମିତିକି ଅନେକ ସଫଳତା ହାସଲ କରିଥିଲେ ମଧ୍ୟ ଆବଶ୍ୟକ ନହେବା ପରେ ସଠିକ ଭାବରେ କଥାବର୍ତ୍ତା ମଧ୍ୟ କରାଯାଇ ନାହିଁ। ଶେଷରେ ହରଭଜନ, ସୌରଭ ଗାଙ୍ଗୁଲିଙ୍କର ପ୍ରଶଂସା କରିଥିଲେ ଏବଂ ବିରାଟଙ୍କୁ ନେଇ ଯେଉଁ ବିବାଦ ଜାରି ରହିଛି ତାହାର ସମାଧାନ ପାଇଁ ମଧ୍ୟ ସେ ବିସିସିଆଇ ଉପରେ ଭରସା ଅଛି ବୋଲି କହିଛନ୍ତି।

Leave A Reply

Your email address will not be published.