୪୦ ଲକ୍ଷ ଟଙ୍କାର ଚାକିରି ଛାଡି ଦେଇ ମହିଳା ଜଣକ ହୋଇଗଲେ କାମବାଲୀ, ଅନ୍ୟମାନଙ୍କ ଘରକୁ ଯାଇ ଝାଡୁ କରୁଛନ୍ତି,ଜାଣନ୍ତୁ କଣ ପାଇଁ ଏମିତି ନିଷ୍ପତି ନେଲେ ?

0

Get real time updates directly on you device, subscribe now.

ସବୁ ମଣିଷ ଚାହିଁଥାନ୍ତି ଯେ ତାକୁ ଅଧିକ ଟଙ୍କା ମିଳୁଥିବା ଚାକିରି ମିଳୁ, ବିଳାସପୂର୍ଣ୍ଣ ଜୀବନ ବିତାଉ ଏବଂ ସୁଖୀ ଘର ପରିବାର ମିଳୁ । ବହୁତ୍ ଲୋକ ଏପରି ଜୀବନ ହାସଲ କରିବାପାଇଁ ବହୁତ୍ ପରିଶ୍ରମ କରନ୍ତି, କିନ୍ତୁ କିଛି ଲୋକ କେବଳ ସ୍ବପ୍ନ ହିଁ ଦେଖିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାର ସ୍ବପ୍ନ କାମବାଲୀ ହେବାପାଇଁ ଥିଲା । ନିଜର ଏହି ସ୍ବପ୍ନକୁ ପୁରା କରିବାପାଇଁ ମହିଳା ନିଜର ବାର୍ଷିକ 40 ଲକ୍ଷ ଟଙ୍କା ପାଉଥିବା ଚାକିରି ମଧ୍ୟ ଛାଡ଼ିଦେଲେ ।

ଦ ସନ ୱେବସାଇଟର ରିପୋର୍ଟ ନିକଟରେ କ୍ଲେୟର ବର୍ଟନ ନାମକ ମହିଳାଙ୍କ ବିଷୟରେ କହିଛି, ଯାହାଙ୍କୁ ଅନ୍ୟମାନଙ୍କ ଘରେ ସଫା ସୁତରା କଲେ ଖୁସି ମିଳିଥାଏ । ରିପୋର୍ଟ ଅନୁଯାୟୀ, 2001 ରେ କ୍ଲେୟର ଗୋଟିଏ ବ୍ୟାଙ୍କରେ କଷ୍ଟମର ସର୍ଭିସ ରିପ୍ରେଜେଣ୍ଟେଟିଭ ପୋଷ୍ଟ ରେ ଚାକିରି ଆରମ୍ଭ କରିଥିଲେ । ସେତେବେଳେ ତାଙ୍କ ସ୍ୟାଲେରି ବର୍ଷକୁ 15 ଲକ୍ଷ ଟଙ୍କା ଥିଲା । ସେ ସମୟରେ କ୍ଳେୟର ନିଜ ପ୍ରେମିକ ଡେଭଙ୍କ ସହିତ ରହୁଥିଲେ, ଯାହା ସହିତ ସେ 1996 ଠାରୁ ସମ୍ପର୍କ ରଖିଥିଲେ ।

40 ଲକ୍ଷ ଟଙ୍କା ଥିଲା ମହିଳାଙ୍କ ସ୍ୟାଲେରି :-

2003 ମସିହାରେ ଉଭୟେ ବିବାହ କଲେ ଏବଂ ତାଙ୍କ ଜୀବନ ଖୁସିରେ ବିତିଲା । 2017 ମସିହା ପର୍ଯ୍ୟନ୍ତ ସବୁକିଛି ଠିକ୍ ଥିଲା ଏବଂ କ୍ଳେୟର ଙ୍କ ପ୍ରମୋସନ ମଧ୍ୟ ହୋଇ ସାରିଥିଲା । ତାଙ୍କ ସ୍ୟାଲେରି ବାର୍ଷିକ 40 ଲକ୍ଷ ହୋଇସାରିଥିଲା । କିନ୍ତୁ ସେହି ବର୍ଷ ତାଙ୍କ ବାପାଙ୍କର କ୍ୟାନ୍ସର କାରଣରୁ ମୃତ୍ୟୁ ହୋଇଗଲା । କ୍ଳେୟର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିଲେ, ଯେତେବେଳେ ତାଙ୍କ ସ୍ବାମୀ ମଧ୍ୟ ତାଙ୍କୁ ଛାଡ଼ିଦେଲେ । ତାଙ୍କ ପରିବାର ନଷ୍ଟ ହୋଇଯାଇଥିଲା । ନିଜ ଡିପ୍ରେସନରୁ ବାହାରିବା ପାଇଁ ସେ ନିଜେ ହିଁ ଘରକୁ ସଫା ସୁତରା କରିବା ଆରମ୍ଭ କରିଦେଲେ । ସେତେବେଳେ ସେ ଇନଷ୍ଟାଗ୍ରାମ ରେ ଏମିତି ଏକ ପେଜ ସହ ଯୋଡ଼ି ହୋଇଗଲେ, ଯେଉଁଥିରେ ଘର ସଫା ସୁତରା କରିବା ସହିତ ଜଡିତ ଭିଡିଓ ସେୟାର କରାଯାଉଥିଲା । ମହିଳା ସେଗୁଡିକୁ ଦେଖି ନିଜେ ମଧ୍ୟ ସେହି କାମ କରିବାକୁ ଇଚ୍ଛା କଲେ ।

ଚାକିରି ଛାଡ଼ି ମହିଳା ଆରମ୍ଭ କଲେ କ୍ଲିନିଙ୍ଗର କାମ :-

ଗତ ବର୍ଷ କରୋନା ରେ ଯେତେବେଳେ ତାଙ୍କ ଅଫିସରୁ ଲୋକଙ୍କର ଚାକିରି ଯିବାକୁ ଲାଗିଲା, ସେତେବେଳେ କ୍ଳେୟର ଭାବିଲେ ଯେ ଏହା ହିଁ ସଂକେତ ଅଟେ । ସେ ତୁରନ୍ତ ନିଜର ଚାକିରି ଛାଡ଼ିଲେ ଏବଂ ଘର ଘର ଯାଇ କ୍ଲିନିଙ୍ଗର କାମ ଆରମ୍ଭ କରିଦେଲେ । ସେ ଗୋଟିଏ ଏଯେନ୍ସି ସହିତ ଯୋଡି ହେଲେ, ଯାହାଙ୍କ ମାଧ୍ୟମରେ ତାଙ୍କୁ ତାଙ୍କର ପ୍ରଥମ କ୍ଲାଇଣ୍ଡ ମିଳିଲା । ତାଙ୍କ ଘରକୁ ସଫା କରିବାପରେ କ୍ଲେୟରଙ୍କୁ ଏତେ ଶାନ୍ତି ମିଳିଲା ଯେ ସେ ତାଙ୍କ ନୂତନ କାମରେ ବହୁତ୍ ଖୁସି ହେଲେ । ବର୍ତ୍ତମାନ ତାଙ୍କ ପାଖରେ 6ଜଣ କ୍ଳାଇଣ୍ଡ ଅଛନ୍ତି ଏବଂ ଯେତେବେଳେ ସେ ଘର ସଫା କରନ୍ତି, ସେତେବେଳେ ତାଙ୍କୁ ଅଫିସର ମେଲ ପଠାଇବା ଘରୁ ଅଧିକ ଖୁସି ମିଳିବାକୁ ଲାଗିଲା । ବର୍ତ୍ତମାନ ସେ ପୂର୍ବ ଚାକିରି ଠାରୁ 70 ପ୍ରତିଶତ କମ ରୋଜଗାର କରୁଛନ୍ତି, କିନ୍ତୁ ଏହି ଚାକିରୀରେ ସେ ବହୁତ୍ ଖୁସି ଅଛନ୍ତି । ବର୍ତ୍ତମାନ ସେ ନିଜର ବୃଦ୍ଧ ମା ଏବଂ ଭଉଣୀଙ୍କ ସହିତ ଅଧିକ ସମୟ ବିତାଉଛନ୍ତି ।

Leave A Reply

Your email address will not be published.