କେମିତି ଅଛି ଏବେ ସଲମାନ ଖାଁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ! ବାପା ସଲିମ ଖାନ ଦେଲେ ଏହା ଉପରେ ତାଜା ଅପଡେଟ !

0

Get real time updates directly on you device, subscribe now.

ନିଜର 56ତମ ଜନ୍ମଦିନର ଠିକ୍ ଗୋଟିଏ ଦିନ ପୁର୍ବରୁ ବଲିଉଡ୍ ଷ୍ଟାର ସଲମାନ ଖାନ ଗୋଟିଏ ଦୁର୍ଘଟଣାର ଶିକାର ହୋଇଗଲେ । ଖବର ଆସିଲା ଯେ ତାଙ୍କୁ ସାପ କାମୁଡି ଦେଇଛି । ଯାହା ପରେ ସଲମାନ ଖାନ ଙ୍କୁ ମୁମ୍ବାଇ ହସ୍ପିଟାଲରେ ଭର୍ତ୍ତି କରାଗଲା । ତାଙ୍କ ପନବେଲ ଫାର୍ମ ହାଉସ ରେ ଗୋଟିଏ ସାପ ତାଙ୍କ ଉପରକୁ ଆକ୍ରମଣ କରିଥିଲା । ତେବେ ଭଲ ଖବର ଏହା ଯେ ଅଭିନେତା ସୁସ୍ଥ ହୋଇଛନ୍ତି ଏବଂ ଘରକୁ ଫେରି ଆସିଛନ୍ତି । ଯାହା ପରେ ତାଙ୍କ ବାପା ସଲିମ ଖାନ ଗୋଟିଏ ଇଣ୍ଟରଭିୟୁରେ ଏହି ଘଟଣା ଉପରେ କଥା ହୋଇଛନ୍ତି ।

ସଲିମ ଖାନ ଫ୍ୟାନମାନଙ୍କୁ ଦେଲେ ଭଲ ଖବର :-

ସଲମାନ ଖାନଙ୍କ ବାପା ସଲିମ ଖାନ ନିକଟରେ ଗୋଟିଏ ଇଣ୍ଟରଭିୟୁରେ ନିଜ ଫ୍ୟାନ ମାନଙ୍କୁ ଆଶ୍ଵାସନା ଦେଇଛନ୍ତି ଯେ ଅଭିନେତା ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି । News 18 ସହିତ କଥାବାର୍ତ୍ତା କରି ସେ କହିଛନ୍ତି, ସଲମାନ ଠିକ୍ ଅଛନ୍ତି । ଚିନ୍ତା କରିବାର କୌଣସି କଥା ନାହିଁ । ଏସବୁ ବଡି ସକାଳୁ ହୋଇଥିଲା, କିନ୍ତୁ ବର୍ତ୍ତମାନ ସେ ଠିକ୍ ଅଛନ୍ତି । ସେହି ସାପ ବିଷାକ୍ତ ନଥିଲା ଏବଂ ଏହି ଜୀବ ଗୁଡ଼ିକ ଜଙ୍ଗଲର ଆଖପାଖରେ ମିଳିବା ବହୁତ୍ ସାଧାରଣ ଅଟେ । ଡାକ୍ତର କିଛି ମେଡ଼ିସିନ ଲେଖିଛନ୍ତି । କିନ୍ତୁ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି ।

ସକାଳୁ ସକାଳୁ ଆସିଲା ଖବର :-

ଆପଣଙ୍କୁ କହିରଖୁଛୁ ଯେ ରବିବାର ଦିନ ସକାଳେ PTI ସୂଚନା ଦେଲା, ସଲମାନ ଖାନ ଙ୍କୁ କାଲି ରାତିରେ ସାପ କାମୁଡି ଦେଇଥିଲା ଏବଂ ତାଙ୍କୁ ହସ୍ପିଟାଲ୍ ନିଆଯାଇଛି । ଛଅ ଘଂଟା ପରେ ତାଙ୍କୁ ଛୁଟି ଦେଇ ଦିଆଗଲା । ସେ ଘରକୁ ଫେରି ଆସିଛନ୍ତି ଏବଂ ସୁସ୍ଥ ଅଛନ୍ତି । କୁହାଯାଉଛି ଯେ ଅଭିନେତା ବର୍ତ୍ତମାନ ନିଜ ଫାର୍ମ ହାଉସକୁ ଫେରି ଆସିଛନ୍ତି ।

ଆଜି ସଲମାନ ଙ୍କ ଜନ୍ମଦିନ :-

ଡିସେମ୍ବର 27 ତାରିଖରେ ଅର୍ଥାତ୍ ଆଜି ସଲମାନ ନିଜର 56 ତମ ଜନ୍ମଦିନ ପାଳନ କରିବେ । ତେବେ ଏହା ପୂର୍ବରୁ ହିଁ ସେ ନିଜ ଜନ୍ମଦିନ RRR ଟିମ ସହିତ ପାଳନ କରିଥିଲେ ।

Leave A Reply

Your email address will not be published.