SBI ଆକାଉଣ୍ଟଧାରୀଙ୍କ ପାଇଁ ବଡ ଖବର : ବଦଳିଗଲା ଏଟିଏମ୍ ରୁ ଟଙ୍କା ଉଠାଇବାର ନିୟମ,ତୁରନ୍ତ ଜାଣି ନିଅନ୍ତୁ,ନହେଲେ ପରେ ..
ଦେଶର ସର୍ବବୃହତ୍ତମ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏହାର ଆକାଉଣ୍ଟଧାରୀଙ୍କ ପାଇଁ ପ୍ରତିଦିନ ନୂଆ ଅଫର ଏବଂ ନିୟମ ବଦଳାଇବାରେ ଲାଗିଥାଏ ।ଏହା ଭିତରେ, ଯଦି ଆପଣଙ୍କର ଆକାଉଣ୍ଟ ଏସବିଆଇ ରେ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଉପଯୋଗୀ ହେବ, କାରଣ ଏସବିଆଇର ଏଟିଏମରୁ ନଗଦ ଟଙ୍କା ଉଠାଇବାର ନିୟମ ବଦଳି ଯାଇଛି | ଏଟିଏମ କାରବାରକୁ ସୁରକ୍ଷିତ ରଖିବା ପାଇଁ ଏସବିଆଇ ଏହି ପଦକ୍ଷେପ ନେଇଛି। ଯଦି ଆପଣ ଏସବିଆଇ ଏଟିଏମ ରୁ ଟଙ୍କା ଉଠାଇବେ,ତେବେ
ଓଟିପି ନିଶ୍ଚୟ ଦେବାକୁ ପଡିବ |
ଏହି ନୂଆ ନିୟମରେ, ଗ୍ରାହକମାନେ ବିନା ଓଟିପିରେ ନଗଦ ଟଙ୍କା ଉଠାଇ ପାରିବେ ନାହିଁ | ଏହିପରି ପରିସ୍ଥିତିରେ, ଯଦି ଆପଣ ଏହା ବିଷୟରେ ଜାଣିନାହାନ୍ତି, ତେବେ ଏହାକୁ ଭଲ ଭାବରେ ଜାଣନିଅନ୍ତୁ, ନଚେତ୍ ଆପଣଙ୍କ ଟଙ୍କା ଫସି ଯାଇପାରେ | ଏସବିଆଇ ବ୍ୟାଙ୍କ ଦ୍ୱାରା ଏକ ଟୁଇଟ୍ ମାଧ୍ୟମରେ ଏହି ସୂଚନା ଦିଆଯାଇଛି।ଆପଣଙ୍କୁ ଜଣେଦେବାକୁ ଚାହୁଁ କି, ଏଟିଏମରୁ 10 ହଜାରରୁ ଅଧିକ ଟଙ୍କା ଉଠାଇବା ପାଇଁ, ଏକ ଓଟିପି ର ସାହାଯ୍ୟ ନେବାକୁ ପଡିବ | ଏହି ଓଟିପି ଆପଣଙ୍କ ପଞ୍ଜୀକୃତ ମୋବାଇଲକୁ ପଠାଯିବ | ଏହା ପରେ ଆପଣଙ୍କୁ ଏହାର ବ୍ୟବହାର କରିବାକୁ ପଡିବ |
ଜାଣନ୍ତୁ ବିସ୍ତାରରେ
– SBI ATM ରୁ ଟଙ୍କା ଉଠାଇବା ପାଇଁ ଆପଣଙ୍କୁ OTPର ଦରକାର ପଡିବ |
– ଏଥିପାଇଁ ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ଏକ OTP ପଠାଯିବ |
-ଏହି OTP ଚାରୋଟି ଅଙ୍କ ବିଶିଷ୍ଟ ହେବ ଯାହା ଗ୍ରାହକଙ୍କର ଗୋଟିଏ କାରବାର ପାଇଁ ତାଙ୍କୁ ମିଳିବ |
– ଥରେ ଆପଣ ଉଠେଇବାକୁ ଚାହୁଁଥିବା ରାଶି ଟାଇପ କଲା ପରେ, ଆପଣଙ୍କୁ ATM ସ୍କ୍ରିନରେ OTP ଟାଇପ କରିବାକୁ କୁହାଯିବ |
– ନଗଦ ଟଙ୍କା ଉଠାଇବା ପାଇଁ ଆପଣଙ୍କୁ ଏଟିଏମ ସ୍କ୍ରିନରେ ବ୍ୟାଙ୍କ ସହିତ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ପାଇଥିବା OTP ଏଣ୍ଟର କରିବାକୁ ପଡିବ |
ଆସନ୍ତୁ ଜାଣିବା ବ୍ୟାଙ୍କ କାହିଁକି ବଦେଇଲା ନିୟମ ।
ଗ୍ରାହକଙ୍କୁ ଠକାମିରୁ ରକ୍ଷା କରିବା ପାଇଁ ବ୍ୟାଙ୍କ ଏହି ପଦକ୍ଷେପ ନେଇଛି। ଠକେଇ ସହ ଜଡିତ ଅଭିଯୋଗକୁ ବ୍ୟାଙ୍କ କ୍ରମାଗତ ଭାବରେ ଗ୍ରହଣ କରୁଛି। ଭାରତରେ ଏସବିଆଇ ପାଖରେ 71,705 BC ଆଉଟଲେଟ୍ ସହିତ SBI ର 22,224 ଶାଖା ଏବଂ 63,906 ଏଟିଏମର ସର୍ବ ବୃହତ ନେଟୱାର୍କ ଅଛି |