କ’ଣ ଚାଲିଛି ତପସ୍ୱିନୀଙ୍କ ମୁଣ୍ଡରେ, କାହିଁକି କହିଲେ ଏମିତି କଥା !

0

Get real time updates directly on you device, subscribe now.

ଡାକ୍ତର ସୁମିତ ସାହୁ ଓ ତାଙ୍କର ପତ୍ନୀ ତପସ୍ୱିନୀ ଓରଫ ଡିମ୍ପଲ ଦାଶଙ୍କର ପାରିବାରିକ ବିବାଦରେ ବର୍ତ୍ତମାନ ପର୍ଯ୍ଯନ୍ତ ପୂର୍ଣ୍ଣଚ୍ଛେଦ ପଡ଼ିନାହିଁ। ତିନି ଦିନ ତଳେ ଏସଡିଜେଏମ କୋର୍ଟ ତପସ୍ୱିନୀଙ୍କୁ ଶ୍ୱଶୁରଙ୍କ ଘରେ ରହିବା ପାଇଁ ଅନୁମତି ଦେଇନଥିବା ବେଳେ ସେ ଏହା ବିରୋଧରେ ଉପର କୋର୍ଟକୁ ଯାଇଛନ୍ତି। ସୁମିତ ମଧ୍ୟ ଉପର କୋର୍ଟକୁ ଯାଇଛନ୍ତି। ଉଭୟ ପକ୍ଷର ଶୁଣାଣିକୁ ଆସନ୍ତାକାଲି ଥିବା ବେଳେ ତା’ପୂର୍ବରୁ ତପସ୍ୱିନୀଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଏହାକୁ ସେ ନିଜେ କରି ଛାଡ଼ିଛନ୍ତି। ଏଥିରେ ସେ ସ୍ୱାମୀ ସୁମିତଙ୍କୁ ତାଙ୍କ ପାଖକୁ ଫେରି ଆସିବା ପାଇଁ କାନ୍ଦି କାନ୍ଦି ଅନୁରୋଧ କରିଥିବା ବେଳେ ସାଧାରଣ ଲୋକ ଓ ତାଙ୍କର ଶ୍ୱଶୂରଙ୍କ ଉଦ୍ଦେଶ୍ୟରେ ମଧ୍ୟ କିଛି କଥା କହିଛନ୍ତି।

ଏଥିରେ ତପସ୍ୱିନୀ କହିଛନ୍ତିକି, ଆପଣମାନେ ମୋତେ ବିଶ୍ୱାସ କରନ୍ତୁ ବା ନ କରନ୍ତୁ, ମୁଁ ସୁମିତଙ୍କୁ ଯେତେବେଳେ ବାହା ହୋଇଥିଲି ସେତେବେଳେ ମୋର ବିଶ୍ୱାସ ଥିଲେଯେ ଆମେ ଦୁଇ ଜଣ ବହୁତ ଖୁସିରେ ରହିବୁ। କିନ୍ତୁ ସେମିତି କିଛିବି ହେଲାନାହିଁ। ଆଜି ସବୁ କଥା ଭାବିଲା ବେଳକୁ ବହୁତ ଦୁଃଖ ଲାଗୁଛି। ଯାହାକୁ ବିଶ୍ୱାସ କରି ବାହା ହୋଇଥିଲି ସେ ମୋତେ ବରବାଦ କରିବାକୁ ଚାହୁଁଛନ୍ତି। କାହାକୁ ମୋ କାନ୍ଦ ଆକ୍ଟିଂ ଲାଗୁଛି ତ କାହାକୁ ସତ ଲାଗୁଛି। କିନ୍ତୁ ମୁଁ ଜାଣିଛି ମୋତେ କେତେମାତ୍ରାରେ କଷ୍ଟ ହେଉଅଛି।

ସେ କହିଛନ୍ତିକି, ମୁଁ ବି ଗୋଟେ ସାଦାସିଧା ଝିଅ ଥିଲି। ବିଶ୍ୱାସ କରିବାଟା କ’ଣ ଭୁଲ ଥିଲା? ଯଦି ବିଶ୍ୱାସ କରିବାଟା ଭୁଲ, ତେବେ ଜଣେ ମଣିଷ ଆଉ ଜଣେ ମଣିଷକୁ ଆଉ ବିଶ୍ୱାସ କରିବ ନାହିଁ। ଆଜି ମୋତେ ସମସ୍ତେ ଏ ବାରଣ୍ଡାରୁ ଉଠାଇ ଦେବାକୁ ଚାହୁଁଛନ୍ତି। ସେଥିପାଇଁ କେତେ ପ୍ଲାନ ମଧ୍ୟ କରୁଛନ୍ତି। କିଏ ମାରିବାକୁ ଧମକ ଦେଉଛି ତ କିଏ କେସ କରୁଛି। ଯେଉଁମାନେ ମୋ ସପକ୍ଷରେ ଅଛନ୍ତି ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଯେଉଁମାନେ ମୋ ବିପକ୍ଷରେ କହୁଛନ୍ତି ସେମାନେ ଦୟାକରି ସେମାନେ ମୋ ବିଷୟରେ ଟିକେ ଭାବି ଦେଖନ୍ତୁ।

ତପସ୍ୱିନୀ କହିଛନ୍ତିକି, ମୁଁ ସୁମିତଙ୍କୁ ବହୁତ ଭଲ ପାଏ। ତାଙ୍କୁ ବରବାଦ କରିବା ପାଇଁ ଚାହେଁନାହିଁ। ମୁଁ ଚାହୁଁଛିକି ସୁମିତ ଫେରି ଆସନ୍ତୁ। ଡିମ୍ପଲର କିଛିବି ନାହିଁ ସୁମିତଙ୍କୁ ଦେବା ପାଇଁ। କେବଳ ଡିମ୍ପଲ ହିଁ ଅଛି ସୁମିତଙ୍କ ପାଇଁ। ସୁମିତ ତୁମେ ଯେଉଁ ଡିମ୍ପଲକୁ ଦେଖିଥିଲ ଆଜିବି ସେହି ଡିମ୍ପଲ ହିଁ ତୁମ ପାଖରେ ଠିଆ ହେବା ପାଇଁ ଚାହୁଁଛି। ମୁଁ ବଞ୍ଚିଛି ମୋତେ ନେଇଯାଅ। କିଏ ଜାଣେ କାଲି ମୋ ମୁଣ୍ଡକୁ ମରିବା କଥା ଆସିବ। କାରଣ ମୋତେ ବହୁତ କଷ୍ଟ ହୋଇଛି।

ସେ ଆହୁରି କହିଛନ୍ତିକି, ଯେଉଁମାନେ ଭାବୁଛନ୍ତି ମୁଁ ପଇସା ପାଇଁ ଏମିତି କରୁଛି, ସେସବୁ ମିଛ ଅଟେ। ମୁଁ ପଇସା ପାଇଁ କରୁନାହିଁ। ମୁଁ ମୋ ସ୍ୱାମୀଙ୍କୁ ଚାହୁଁଛି। ମୁଁ କେବଳ ମୋ ସୁମିତଙ୍କୁ ଚାହୁଁଛି। ଆପଣମାନଙ୍କୁ ଅନୁରୋଧ ମୋତେ ଖରାପ କୁହନ୍ତୁ ନାହିଁ। ସୁମିତଙ୍କୁ ମଧ୍ୟ ଖରାପ କୁହନ୍ତୁ ନାହିଁ।

ଏହି ଭିଡିଓରେ ତପସ୍ୱିନୀ ତାଙ୍କର ଶ୍ୱଶୁରଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ବାପା ଦୟା କର। ଯଦି କିଛି ଭୁଲ କରିଛି ଛୋଟ ଝିଅ ଭାବି ମତେ କ୍ଷମା କରି ଦିଅ। ମୋତେ ମୋ ସ୍ୱାମୀଙ୍କୁ ଦେଇ ଦିଅ। ମୋତେ ମୋ ସୁମିତଙ୍କୁ ଦେଇ ଦିଅନ୍ତୁ। ମୁଁ ଆଉ ପାରୁନାହିଁ। ମୁଁ କେବଳ ସୁମିତଙ୍କ ପାଇଁ ହିଁ ଲଢ଼େଇ କରୁଅଛି। ବଞ୍ଚିଥିବା ଅବସ୍ଥାରେ ମୋତେ ଗ୍ରହଣ କରିନିଅନ୍ତୁ।

ସୂଚନା ଅନୁସାରେ, ବର୍ତ୍ତମାନ ମଧ୍ୟ ବ୍ରହ୍ମପୁରର ବ୍ରହ୍ମାନଗର ସ୍ଥିତ ଶ୍ୱଶୁର ଘର ବରଣ୍ଡାରେ ତପସ୍ୱିନୀ ରହୁଛନ୍ତି। କାଲି ଜିଲ୍ଲା ଜଜଙ୍କ ଅଦାଲତରେ ତାଙ୍କର ଆବେଦନ ଉପରେ ଶୁଣାଣି ହେବ। ଅନ୍ୟପକ୍ଷରେ ପୁଣି ଛୁଟିରେ ଯାଇଥିବା ଡାକ୍ତର ସୁମିତ ବର୍ତ୍ତମାନ କେଉଁଠାରେ ଅଛନ୍ତି, ତାହା ମଧ୍ୟ ଜଣାପଡ଼ିନାହିଁ।

Leave A Reply

Your email address will not be published.