ଅନ୍ତରୀକ୍ଷରେ ପହଞ୍ଚିଲା ଯୁବରାଜ ସିଂହଙ୍କ ଏହି ଖାସ ବ୍ୟାଟ, ଭିଡ଼ିଓରେ ଦେଖନ୍ତୁ ଏହାର ନଜାରା,ଜାଣନ୍ତୁ କଣ ପାଇଁ ବ୍ୟାଟ ନିଆଯାଇଛି !

0

Get real time updates directly on you device, subscribe now.

ଭାରତର ପୂର୍ବ କ୍ରିକେଟର ଯୁବରାଜ ସିଂହଙ୍କ ବ୍ୟାଟ ଅନ୍ତରୀକ୍ଷରେ ପହଞ୍ଚିବାରେ ପ୍ରଥମ ବ୍ୟାଟ ହୋଇଯାଇଛି। ତାଙ୍କର ଏହି ବ୍ୟାଟକୁ ପୃଥିବୀ ବାହାରକୁ ଅନ୍ତରୀକ୍ଷକୁ ପଠାଯାଇଛି। ଏହି ବ୍ୟାଟରେ ସେ 2003 ମସିହାରେ ଢାକାରେ ବାଂଲାଦେଶ ବିପକ୍ଷରେ ନିଜର ପ୍ରଥମ ଶତକ ଲଗାଇଥିଲେ।

ଅନ୍ତରୀକ୍ଷରେ ପହଞ୍ଚିଲା ଯୁବରାଜଙ୍କ ବ୍ୟାଟ:-

ଏହା ପୂର୍ବ ଭାରତୀୟ କ୍ରିକେଟର ଓ ଏନଏଫଟି ବାଜାର କଲେକ୍ସିୟନ ସହାୟତାରେ ହୋଇପାରିଲା। କମ୍ପାନୀ ଯୁବରାଜଙ୍କ ସହିତ ଭାଗିଦାରୀ ମଧ୍ୟ ହୋଇଥିଲେ। ଏହାଦ୍ୱାରା ଭିଡ଼ିଓ ମାଧ୍ୟମରେ ପ୍ରଶଂସକଙ୍କୁ ଦେଖାଯାଇ ଆକର୍ଷିତ କରାଯିବ, କାରଣ ଏହା ଅନ୍ତରୀକ୍ଷକୁ ପଠାଯାଉଥିବା ପ୍ରଥମ ବ୍ୟାଟ ଥିଲା। ଭିଡ଼ିଓ କଲେକ୍ସନକୁ ଅଧିକାରୀ ୱେବସାଇଟରେ ଡ଼ିସେମ୍ବର ଅନ୍ତିମ ସପ୍ତାହରେ ଅପଲୋଡ଼ କରାଯିବ।

ବହୁତ ଖୁସି ଥିଲେ ଯୁବରାଜ ସିଂହ:-

ଏହାକୁ ନେଇ ଯୁବରାଜ କହିଛନ୍ତି, ମୁଁ ବିଶେଷ ରୂପରେ କଲେକ୍ସନ ଉପରେ ନିଜର ପ୍ରଥମ ଏନଏଫଟି ଅନ୍ତରୀକ୍ଷ ଯାତ୍ରା ପୋଷ୍ଟ କରିବାକୁ ନେଇ ଉତ୍ସାହିତ ଅଟେ। ଏହିପରି ଏକ ନୂଆ ମଞ୍ଚରେ ନିଜର ପ୍ରଶଂସକଙ୍କ ସହିତ ଜଡ଼ିତ ହେବା ଏକ ରୋମାଞ୍ଚକ ଅଟେ ଓ ମୁଁ ମୋର ପ୍ରଥମ ଶତକୀୟ ବ୍ୟାଟ ସହିତ ନିଜର ସବୁଠାରୁ ଖାଆସ ଜିନିଷ ବିଷୟରେ ପୋଷ୍ଟ କରିବାକୁ ନେଇ ଉତ୍ସାହିତ ରହିଛି। ସେ କହିଛନ୍ତି, ସବୁ ସମୟରେ ମୁଁ ମୋ ପ୍ରଶଂସକଙ୍କ ସହିତ ଜଡ଼ିତ ରହିବାକୁ ଚାହେଁ, ଏଥିପାଇଁ ମୁଁ ମୋର କଲେକ୍ସନ ସହିତ ପାର୍ଟନରସିପ କଲି। ପ୍ରଶଂସକଙ୍କ ଭଲ ପାଇବା ମୋତେ ସର୍ବଦା ପ୍ରୋତ୍ସାହିତ କରିଥାଏ।

ଏନଏଫଟି ରେ କ୍ରିକେଟରଙ୍କ 3D ସଂସ୍କରଣ ହେବାକୁ ଯାଉଛି ଓ ଏହାସହ ତାଙ୍କର ପ୍ରିୟ ପ୍ରଶଂସକଙ୍କ ପାଇଁ ତାଙ୍କର ସାଇନ କରାଯାଇଥିବା ବ୍ୟାଟ ଉପଲବ୍ଧ କରାଯିବ। ଏହାସହ ଯୁବରାଜଙ୍କ ସମସ୍ତ ଏନଏଫଟି ପାଇଁ ଭରଚୁଆଲ ଏନଏଫଟି ସଂଗ୍ରହାଳୟ ବନାଯିବ। ଯେଉଁଠାରେ ତାଙ୍କର ପ୍ରଶଂସକ ତାଙ୍କ ଜୀବନରେ ଅଂଶୀଦାର ହୋଇପାରିବେ। କ୍ରିକେଟରଙ୍କ ସାଇନ କରାଯାଇଥିବା ବ୍ୟାଟକୁ ଏନଏଫଟି ରୂପରେ ପ୍ଲାଟଫର୍ମରେ ପେଶ କରାଯିବ।

Leave A Reply

Your email address will not be published.