ଏହି ପାଞ୍ଚଜଣ ବୋଲର ନିଜ କ୍ୟାରିଅରରେ କେବେ ବି ନୋ ବଲ ପକାଇ ନାହାଁନ୍ତି, ଲିଷ୍ଟରେ ଅଛନ୍ତି ଜଣେ ଭାରତୀୟ ବୋଲର ! ଜାଣନ୍ତୁ ସମସ୍ତ ବୋଲରଙ୍କୁ !
ଇମ୍ରାନ ଖାନ:-
ପାକିସ୍ତାନର ଇମ୍ରାନ ଖାନ ଦୁନିଆର ସେହି ସର୍ବଶ୍ରେଷ୍ଠ ପାଞ୍ଚଜଣ ବୋଲରଙ୍କ ମଧ୍ୟରେ ସାମିଲ ଯିଏକି ନିଜ ଜୀବନରେ କେବେ ନୋ ବଲ ପକାଇ ନାହାଁନ୍ତି। ଇମ୍ରାନ ଖାନ 1982 ମସିହାରେ ପାକିସ୍ତାନ କ୍ରିକେଟ ଟିମର ଅଧିନାୟକ ହୋଇଥିଲେ। ତାଙ୍କର ଅଧିନାୟକତାରେ ପାକିସ୍ତାନ ପ୍ରଥମଥର 1992 ମସିହାରେ ଦିନିକିଆ ବିଶ୍ୱକପ ଟ୍ରଫି ଜିତିଥିଲା। ସେ ପାକିସ୍ତାନ ପାଇଁ 88 ଟେଷ୍ଟ ମ୍ୟାଚରେ 3807 ରନ ବନାଇଲେ ଓ 362 ଉଇକେଟ ନେଇଥିଲେ।
ଇଆନ ବୋଥାମ:-
ଏହି ଲିଷ୍ଟରେ ଇଂଲଣ୍ଡ ଅଲରାଉଣ୍ଡର ଇଆନ ବୋଥାମଙ୍କ ନାମ ମଧ୍ୟ ରହିଛି। ସେ ନିଜର 16 ବର୍ଷର କ୍ୟାରିଅରରେ କେବେ ନୋ ବଲ ପକାଇ ନଥିଲେ ଓ ସେ 102 ଟେଷ୍ଟ ମ୍ୟାଚରୁ 383 ଉଇକେଟ ଅକ୍ତିଆର କରିଥିଲେ ଓ 5200 ରନ ବନାଇଥିଲେ। ସେହିପରି 116 ଦିନିକିଆ ମୁକବିଲାରୁ 2113 ରନ ସହିତ 145 ଉଇକେଟ ନେଇଥିଲେ।
ଡେନିସ ଲିଲି:-
ଏହି ଲିଷ୍ଟରେ ଡେନିସ ଲିଲିଙ୍କ ନାମ ମଧ୍ୟ ରହିଛି ଯିଏକି ନିଜର କ୍ୟାରିଅରରେ କେବେ ନୋ ବଲ ପକାଇ ନାହାଁନ୍ତି। ସେ 70 ଟେଷ୍ଟରୁ 355 ଉଇକେଟ ନେଇଥିଲେ ଓ 63 ଦିନିକିଆ ମ୍ୟାଚରେ 103 ଉଇକେଟ ନେଇଥିଲେ।
ଲାନ୍ସ ଗିବସ:-
ୱେଷ୍ଟଇଣ୍ଡିଜ ପୂର୍ବ କ୍ରିକେଟର ଲାନ୍ସ ଗିବସ ମଧ୍ୟ ନିଜ କ୍ୟାରିଅରରେ କେବେ ନୋ ବଲ ପକାଇ ନାହାଁନ୍ତି। ଏହି ଅଫ ସ୍ପିନର ଇଣ୍ଡିଜ ପାଇଁ 79 ଟେଷ୍ଟ ଓ 3ଟି ଦିନିକିଆ ମ୍ୟାଚ ଖେଳିଛନ୍ତି। ଯେଉଁଥିରେ ସେ 311 ଉଇକେଟ ନେବାସହ କେବେ ନୋ ବଲ ପକାଇ ନାହାଁନ୍ତି।
କପିଳ ଦେବ:-
ଭାରତକୁ ପ୍ରଥମଥର 1983 ବିଶ୍ୱକପ ଜିତାଇଥିବା ଅଧିନାୟକ କପିଳ ଦେବ ନିଜ କ୍ୟାରିଅରରେ କେବେ ନୋ ବଲ ପକାଇ ନାହାନ୍ତି। ସେ ଭରତ ପାଇଁ 131 ଟେଷ୍ଟ ଓ 225 ଦିନିକିଆ ଖେଳିଛନ୍ତି। ସେ ଇତ୍ୟାଦିରୁ 5248 ଓ 3783 ରନ ବନାଇଥିଲେ। ସେହିପରି ତାଙ୍କ ନାମରେ 434 ଓ ଦିନିକିଆରେ 253 ଉଇକେଟ ରହିଛି।