ଓଡ଼ିଶାରେ ଧୀରେ ଧୀରେ ବଢୁଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା, ପୁଣି ଆଉ ୪ ଆକ୍ରାନ୍ତ ଚିହ୍ନଟ!

0

Get real time updates directly on you device, subscribe now.

କରୋନ ଭାଇରସର ନୂଆ ଭେରିଏଣ୍ଟ ଧୀରେ ଧୀରେ ‘ଓମିକ୍ରନ’ ଆକ୍ରାନ୍ତଙ୍କର ସଂଖ୍ୟା ବଢୁଅଛି। ରାଜ୍ୟରେ ଆଉ ୪ ଜଣ ଓମିକ୍ରନ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ସହ ବର୍ତ୍ତମାନ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କର ସଂଖ୍ୟା ୮କୁ ବୃଦ୍ଧି ପାଇଛି।

ଓଡ଼ିଶାରେ ଆଉ ୪ ଜଣ ଓମିକ୍ରନରେ ଆକ୍ରାନ୍ତ ଚିହ୍ନଟ ଥିବାର ନେଇ ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସ (ଆଇଏଲଏସ) ତରଫରୁ ସୂଚନା ଦିଆଯାଇଛି। ଏ ବିଷୟରେ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଥିଲା ଆଇଏଲଏସ ତରଫରୁ କୁହାଯାଇଛି।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତିକି, ଏହି ୪ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ନାଇଜେରିଆ ଓ ୨ ଜଣ ୟୁଏଇରୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ସମ୍ପୂର୍ଣ ସୁସ୍ଥ ହୋଇଗଲେଣି। ନାଇଜେରିଆରୁ ଯେଉଁ ଦୁଇ ଜଣ ଫେରିଛନ୍ତି ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂରୁ ସମସ୍ତ ବ୍ୟକ୍ତି ନେଗେଟିଭ ବାହାରିଛନ୍ତି। ସେହିଭଳି ୟୁଏଇ ଫେରନ୍ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରି RT-PCR ଟେଷ୍ଟ ପାଇଁ ପଠାଯାଇଛି।

ପୂର୍ବରୁ ଯେଉଁ ୪ ଜଣ ଓମିକ୍ରନ ଆକ୍ରାନ୍ତର ଚିହ୍ନଟ ହୋଇଥିଲେ, ସେମାନେ ସମସ୍ତେ ବିଦେଶରୁ ଆସିଥିଲେ। ସେମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳିକା ଭଉଣୀ ଅଛନ୍ତି। ସେମାନେ ଚଳିତ ମାସରେ ତାଙ୍କର ବାପା, ମା’ଙ୍କ ସହ ନାଇଜେରିଆରୁ ଫେରିଥିଲେ। ତେବେ ସେମାନଙ୍କର ବାପା, ମା’ଙ୍କର ରିପୋର୍ଟ ନେଗେଟିଭ ଆସିଥିଲା।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୨ ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଶୂନରୁ ୧୮ ବର୍ଷ ମଧ୍ୟରେ ୧୭ ଜଣ ଅଛନ୍ତି। ସେହିପରି ଏହି ୧୧୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫୬ ଜଣ କେବଳ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୧୦,୫୩,୮୮୧କୁ ବୃଦ୍ଧି ପାଇଥିବା ସମୟରେ ସେମାନଙ୍କ ମଧ୍ୟରୁ ୧୦,୪୩,୭୮୨ ଜଣ ସମ୍ପୂର୍ଣ ସୁସ୍ଥ ହୋଇସାରିଲେଣି। ୧୫୯୪ ଜଣ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

Leave A Reply

Your email address will not be published.