କୋଭିଡ କଟକଣାରେ ସଂଶୋଧନ କଲେ ରାଜ୍ୟ ସରକାର, ବଡଦିନ ଏବଂ ଡିସେମ୍ବର ୩୧ରୁ ଜାନୁଆରୀ ୨ କଟକଣା !

0

Get real time updates directly on you device, subscribe now.

ଡିସେମ୍ବର ୨୫ ତାରିଖ ବଡଦିନରୁ ଜାନୁୟାରୀ ୨ ତାରିଖ ପର୍ଯ୍ଯନ୍ତ ଲାଗୁ ହୋଇଥିବା କଟକଣାରେ ରାଜ୍ୟ ସରକାର ସଂଶୋଧନ କରିଛନ୍ତି। ଜିରୋ ନାଇଟ ସେଲିବ୍ରେସନ ନେଇ ଶୁକ୍ରବାର ପୂର୍ବାହ୍ନରେ ଲାଗୁ କରିଥିବା କଟକଣାକୁ ସନ୍ଧ୍ୟାରେ ହିଁ ସଂଶୋଧନ କରାଯାଇଛି। ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ ତରଫରୁ ସଂଶୋଧିତ ହୋଇଥିବା ଗାଇଡଲାଇନ ଜାରି କରାଯାଇଛି। ନୂଆ ଗାଇଡଲାଇନ ଅନୁସରେ ଡିସେମ୍ବର ୨୫ ତାରିଖରୁ ଜାନୁୟାରୀ ୨ ତାରିଖ ପର୍ଯ୍ଯନ୍ତ କଟକଣାରେ ସଂଶୋଧନ କରିଦିଆଯାଇଛି।

ନୂଆ ଗାଇଡଲାଇନ ଅନୁସାରେ କେବଳ ଡିସେମ୍ବର ୨୫ ତାରିଖ ବଡଦିନରେ କଟକଣା ଲାଗୁ ହେବ। ପରେ ପୁଣି ଡିସେମ୍ବର ୩୧ ତାରିଖରୁ ଜାନୁୟାରୀ ୨ ତାରିଖ ପର୍ଯ୍ଯନ୍ତ ପୁଣି କଟକଣା ବଳବତ୍ତର ରହିବ। ନୂଆ ବର୍ଷ ପାଇଁ ରାଜ୍ୟ ସରକାରଙ୍କର ନୂଆ କଟକଣା। ପିକନିକ ଓ ବଣଭୋଜି ଉପରେ ରୋକ। ଭୋଜିଭାତ ହୋଇପାରିବନି। କରୋନାର ନୂଆ ଭେରିଏଣ୍ଟ ଓମିକ୍ରନର ଆତଙ୍କ ପରେ ସରକାର କଟକଣା ଜାରି କରିଥିଲେ ଓ ପରେ ସେଥିରେ ସଂଶୋଧନ କରିଛନ୍ତି।

ସୂଚନା ଅନୁସାରେ, ରାଜ୍ୟରେ ୪ ଜଣ କରୋନାର ନୂଆ ଭେରିଏଣ୍ଟ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି। ଆଗକୁ ନୂଆ ବର୍ଷ ଆସୁଥିବାରୁ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି। ଯାହାକୁ ନଜରରେ ରଖି ସରକାର ବଡଦିନ ଏବଂ ନୂଆବର୍ଷ ପାଇଁ କଟକଣା ଲାଗୁ କରିଛନ୍ତି। ଡିସେମ୍ବର ୨୫ ତାରିଖ ବଡଦିନ ଏବଂ ଜିରୋ ନାଇଟକୁ ବନ୍ଦ କରିବା ପାଇଁ ଡିସେମ୍ବର ୩୧ ତାରିଖରୁ ଜାନୁଆରୀ ୨ ପର୍ଯ୍ଯନ୍ତ କଟକଣା ଲାଗୁ ହୋଇଛି।

କଟକଣା ଅନୁସାରେ, ହୋଟେଲ, କଲ୍ୟାଣ ମଣ୍ଡପ ସମେତ କୌଣସି ସ୍ଥାନରେ ଜିରୋ ନାଇଟ ସେଲିବ୍ରେସନ, ଭୋଜିଭାତ, ସର୍ବସାଧାରଣରେ ଭୋଜିଭାତ ଉପରେ ପ୍ରତିବନ୍ଧକ ଲାଗିଛି। ସେହିପରି ବଡଦିନ ଓ ନୂଆବର୍ଷରେ କୌଣସି ସ୍ଥାନରେ ବଣଭୋଜି ହୋଇପାରିବ ନାହିଁ। ଆହୁରି ମଧ୍ୟ ଖ୍ରୀଷ୍ଟମାସ ପାଳନ ସମୟରେ ଚର୍ଚ୍ଚରେ ସର୍ବାଧିକ ୫୦ ଜଣ ଉପସ୍ଥିତ ରହିପାରିବେ। ଏହା ସହିତ କୋଭିଡର ଗାଇଡଲାଇନ ପାଳନ କରିବା ପାଇଁ ହେବ।

ଏତଦ ବ୍ୟତୀତ, ବିବାହ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକ୍ରମ ଆୟୋଜନ ହୋଇପାରିବ ନାହିଁ। ରାଲି, ନାଚଗୀତ ଆଦି ଉପରେ ପ୍ରତିବନ୍ଧକ ଲାଗିଛି। ଶବ ସତ୍କାର ସମୟରେ ମଧ୍ୟ କୋଭିଡର କଟକଣାକୁ ପାଳନ କରିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି। ଆବଶ୍ୟକ ହେଲେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସପି ମଧ୍ୟ ସ୍ବତନ୍ତ୍ର କଟକଣା ଲାଗୁ କରିପାରିବେ।

Leave A Reply

Your email address will not be published.