ଅନଲାଇନ ଗେମ ଖେଳି କୋଟିପତି ବନିଲେ କୃଷକଙ୍କର ୧୯ ବର୍ଷର ପୁଅ ! ଜାଣନ୍ତୁ କିପରି ,,,,

0

Get real time updates directly on you device, subscribe now.

କରୋନା କାଳରେ ଘରେ ଵସି ଗେମ ଖେଳିବା ସଉକରେ ୧୯ ବର୍ଷୀୟ ଯୁବକକୁ କରୋଡପତି ବନେଇ ଦେଇଛି|ମୁଁ କହୁଛି କେରଳର ସମ୍ପଥ ରାୟ କଥା|ବହୁ ମଧ୍ୟମ ପରିବାର ବର୍ଗରୁ ଆସିଥିବା ସମ୍ପଥ ଦୁଇ ବର୍ଷରେ ଗେମ ଖେଳି କୋଟି କୋଟି ଟଙ୍କା ଆୟ କରିଛନ୍ତି|ତାଙ୍କ ଅନୁସାରେ ସେ ମାସିକ ୫ ଲକ୍ଷ ଟଙ୍କା ଆୟ କରିଥାନ୍ତି|

ଯେଉଁ ଖେଳକୁ ଟାଇମ୍ ପାସ୍ କୁହାଯାଏ ସେ ଖେଳି ବହୁ ଆଗେଇଗଲେ|ତାଙ୍କ ପରିବାର ଲୋକ ତାଙ୍କୁ ଗେମ ପରିବର୍ତ୍ତେ ପାଠରେ ଧ୍ୟାନ ଦେବାକୁ କହିଥିଲେ, କିନ୍ତୁ ତାଙ୍କ ଛୋଟବେଳୁ ଶଉକ ଥିବା କାରଣରୁ ଗେମିଙ୍ଗ ଭିଡିଓ ଦେଖୁଥିଲେ|କାହାକୁ ଜଣାନଥିଲା ଯେ ଗେମିଙ୍ଗ ପ୍ରତି ଆଗ୍ରହ ଭବିଷ୍ୟତରେ ଏଭଳି ହେବ|

ସେ ୧୨ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି|ତାଙ୍କ ବାପା କୃଷକ ଓ ମା ଗୃହିଣୀ ଅଟନ୍ତି|ତାଙ୍କ କହିବାନୁଯାୟୀ ପ୍ରଥମେ ଘର ଲୋକ ତାଙ୍କୁ ମନାକରୁ ଥିଲେ ଫୋନ ନେଇ ଯାଉଥିଲେ ଯେତେବେଳେ ୟ୍ୟୁଟ୍ୟୁଵରେ ପ୍ରଥମ ଆୟ ୨୦ ହଜାର ଆସିଲା ତାଙ୍କୁ ଲାଗିଲା ଗେମରୁ ମଧ୍ୟ ଆୟ କରି ପାରିବେ ଫଳରେ ସପୋର୍ଟ ମିଳିଲା|

ଆଜତକ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଲକ ଡାଉନ ପୂର୍ବରୁ ଦୈନିକ ୨ ଘଣ୍ଟା ଫ୍ରି ଫାୟାର ଗେମ ଖେଳୁଥିଲେ|ଯେତେବେଳେ ଅଚାନକ ଲକଡାଉନ ହେଲା ଓ ଘରୁ ଵାହାରିଲେ ନାହିଁ ତେଣୁ ସବୁ ସମୟ ଖେଳରେ ବିନିଯୋଗ କରି ୟ୍ୟୁଟ୍ୟୁବ ଚାନେଲ ଖୋଲିଲେ ଓ ଲାଇଭ ଗେମ ଖେଳିଲେ|

ତାଙ୍କ ଚାନେଲର ନାମ ରାୟଷ୍ଟାର ରଖିଲେ|୨ ବର୍ଷ ଭିତରେ ୬.୧୬ ମିଲିୟନ ସଵସ୍କ୍ରାଇବର ମିଳିଲେ|ଏହାପରେ ସେ ମାସିକ ୫ ଲକ୍ଷ ଟଙ୍କା ଆୟ କରିବାକୁ ଲାଗିଲେ|ତାଙ୍କ କହିବାନୁଯାୟୀ ଆୟର ଲିମିଟ ନାହିଁ ଏହା ୫୦ ଲକ୍ଷରୁ ଏକ କୋଟି ହୋଇପାରେ|

ତାଙ୍କ କହିବାନୁଯାୟୀ ଭାରତରେ ଫ୍ରି ଫାୟାର ଖେଳୁଥିବା ପିଲାଙ୍କ ହାରାହାରି ବୟସ ୧୫-୨୦ ବର୍ଷ ଅଟେ|ତାଙ୍କ ଉପଦେଶ ଯେ ପ୍ରଥମେ ପାଠକୁ ସମୟ ଦିଅ ପରେ ବଳିଲେ ଗେମ ଖେଳ|ଗେମିଙ୍ଗ ଖେଳି କ୍ୟାରିୟର ବନାଯାଇପାରିବ|

ତାଙ୍କର ଆଉ ଗୋଟିଏ ୟୁଟ୍ୟୁବ ଚାନେଲ ରହିଛି ଯେଉଁଥିରେ ୨.୪ ମିଲିୟନ ସବସ୍କ୍ରାଇବର ରହିଛି|ତାଙ୍କ ଲକ୍ଷ୍ୟ ଇସ୍ପୋର୍ଟ୍ସ ଦଳ ଵନାଇବା ଫଳରେ ସଭିଙ୍କୁ ସୁଯୋଗ ମିଳିପାରିବ|ଏଥିପାଇଁ ଇ ସ୍ପୋର୍ଟସ ଜରିଆରେ ସଭିଙ୍କୁ ସୁଯୋଗ ଦେବା ତାଙ୍କ ଲକ୍ଷ୍ୟ ରହିଛି|

Leave A Reply

Your email address will not be published.