ବର୍ତ୍ତମାନ ସପ୍ତାହରେ ଦୁଇ ଦିନ ନୁହେଁ ବରଂ ୩ ଦିନ ଆରାମ କରନ୍ତୁ, ମୋଦି ସରକାରଙ୍କ ଦ୍ଵାରା ପ୍ରସ୍ତୁତ ତିନି ଦିନର ନୂତନ ଶ୍ରମ ନିୟମ ! ଜାଣନ୍ତୁ ଏହି ନିୟମ ବିଷୟରେ

0

Get real time updates directly on you device, subscribe now.

ଆଜିର ଏହି ବ୍ୟସ୍ତବହୁଳ ଜୀବନରେ ମୁଦ୍ରାସ୍ଫୀତି ବହୁତ ବୃଦ୍ଧି ପାଇଛି, ଏପରି ପରିସ୍ଥିତିରେ ଜଣେ ବ୍ୟକ୍ତି ଯେତେ ଅଧିକ ରୋଜଗାର କରେ, ତା’ର ଖର୍ଚ୍ଚ ତାହାଠାରୁ ଅଧିକ ହୋଇଥାଏ | ତେଣୁ ଅନେକ ଲୋକ କୌଣସି ଛୁଟି ନ ନେଇ ଲଗାତାର କାମ କରିବାରେ ବ୍ୟସ୍ତ ରୁହନ୍ତି ଏବଂ ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ଉତ୍ସାହର ସହିତ ସପ୍ତାହର ଛୁଟିକୁ ଅପେକ୍ଷା କରିଥାନ୍ତି |

ତେବେ ସରକାରୀ କର୍ମଚାରୀ ହେଉ କିମ୍ବା ବେସରକାରୀ କର୍ମଚାରୀ ହେଉ, ସମସ୍ତେ ଛୁଟି ନେବାପାଇଁ ପସନ୍ଦ କରିଥାନ୍ତି | ଛୁଟି ନାଁ ଶୁଣିବାମାତ୍ରେ ସମସ୍ତଙ୍କ ମୁହଁରେ ଏକ ଭିନ୍ନ ହସ ଦେଖାଯାଏ | କମ୍ପାନୀରେ କାମ କରିବା ସମୟରେ କିଛି ଲୋକ ଛୁଟିଦିନ ଗଣନା କରନ୍ତି, ଏପରି ପରିସ୍ଥିତିରେ ସେମାନେ ସେହି ଛୁଟିଦିନଗୁଡ଼ିକୁ ସଞ୍ଚୟ କରିରଖନ୍ତି, ଯେପରିକି ସେମାନେ ଆବଶ୍ୟକ ସମୟରେ ସେହି ଛୁଟିକୁ ଉପଭୋଗ କରିପାରିବେ | କିନ୍ତୁ ଯଦି ଆପଣ ମଧ୍ୟ ଛୁଟିଦିନରେ ଆରାମ କରିବାକୁ ପସନ୍ଦ କରନ୍ତି, ତେବେ ଏହି ବିଶେଷ ଖବର କେବଳ ଆପଣଙ୍କ ପାଇଁ ହିଁ ଅଟେ | ବାସ୍ତବରେ, ଛୁଟିଦିନ ସହିତ ଜଡିତ ଏହି ଖବର ଜାଣି ଆପଣ ବହୁତ ଖୁସି ହେବେ, ତେବେ ଆସନ୍ତୁ ଆପଣଙ୍କୁ ପୁରା ଖବର ବିଷୟରେ କହିବା |

ବଦଳିପାରେ ଛୁଟିର ନିୟମ :-

ତେବେ ସବୁ କମ୍ପାନୀରେ ସପ୍ତାହର ୨ଦିନ ଛୁଟି ଦିଆଯାଇଥାଏ, ଯାହାକୁ ଆମେ ସାପ୍ତାହିକ ଭାବରେ ମଧ୍ୟ ଜାଣିଥାନ୍ତି | ଏହି ଛୁଟି ଶନିବାର ଏବଂ ରବିବାର ହୋଇଥାଏ, କିନ୍ତୁ ବର୍ତ୍ତମାନ ସରକାରୀ ଏବଂ ପ୍ରାଇଭେଟ କର୍ମଚାରୀଙ୍କୁ ଆଉ ଗୋଟିଏ ଦିନ ଛୁଟି ମିଳିପାରେ | କୁହାଯାଉଛି ଯେ ମୋଦି ସରକାରଙ୍କ ନୂତନ ନିୟମ ଅନୁଯାୟୀ ବର୍ତ୍ତମାନ ବ୍ୟକ୍ତିଙ୍କୁ ସପ୍ତାହରେ ୫ ଦିନ ବଦଳରେ କେବଳ ୪ ଦିନ ହିଁ ଚାକିରୀକୁ ଯିବାକୁ ପଡିବ ଏବଂ ଅନ୍ୟ ତିନି ଦିନ ଛୁଟି ମିଳିବ, ଯେଉଁଥିରେ ବ୍ୟକ୍ତି ନିଜ ଇଛା ଅନୁସାରେ କିଛି ବି କରିପାରିବ |

ଖବର ଅନୁଯାୟୀ ମୋଦି ସରକାର ଖୁବ ଶୀଘ୍ର ଶ୍ରମର ନୂତନ ନିୟମ ଜାରି କରିବେ, ଯାହା ପରେ ପ୍ରତି ସପ୍ତାହରେ ୩ ଦିନର ଛୁଟି ଦିଆଯିବ |

ବର୍ତ୍ତମାନ କରିବାକୁ ପଡିବ ୪ଦିନ କାମ :-

ଖବର ଅନୁଯାୟୀ ନୂତନ ଲେବର କୋଡ଼ ନିୟମଗୁଡିକ ମଧ୍ୟରୁ ଏହି ବିକଳ୍ପ ମଧ୍ୟ ରଖାଯିବ ଯେ ଛୁଟିକୁ ନେଇ କମ୍ପାନୀ ଏବଂ କର୍ମଚାରୀ ପରସ୍ପର ସହମତିରେ ନିଜର ନିଷ୍ପତ୍ତି ନେଇପାରିବେ | ଏହି ନୂତନ ନିୟମାନୁସାରେ, ସରକାର ଆପଣଙ୍କ କାମର ଘଣ୍ଟା ବଢ଼ାଇ ୧୨ କରି ଦେଇଛନ୍ତି | ସେହିପରି ଏକ ସପ୍ତାହରେ କାମ କରିବାର ଅଧିଆକଟମ ସୀମା ୪୮ ଘଣ୍ଟା ରଖାଯାଇଛି | ଏପରି ପରିସ୍ଥିତିରେ ସପ୍ତାହରେ କାମର ଦିନ ଆପଣଙ୍କ ପାଇଁ କମିଯାଇପାରେ |

Leave A Reply

Your email address will not be published.