ଆଧାର ସହିତ ଜଡିତ ଏହି ଖାସ ନମ୍ବରକୁ ସମ୍ଭାଳିକି ରଖନ୍ତୁ, ହଜିଗଲେ ବହୁତ ଅସୁବିଧା ହେବ ! ଜାଣନ୍ତୁ ଏହା ଉପରେ ସମ୍ପୂର୍ଣ ସୂଚନା !

0

Get real time updates directly on you device, subscribe now.

ଆଧାର କାର୍ଡ ଗୋଟିଏ ବହୁତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଅଟେ, ଯାହାର ବ୍ୟବହାର ସରକାରୀ କାମ କିମ୍ବା ପ୍ରାଇଭେଟ କାମରେ କରାଯାଇଥାଏ | ଆଧାର କାର୍ଡ ବିନା ଆମର ଅନେକ କାମ ଅଟକି ଯାଇପାରେ ଏବଂ ଅନେକ କାମ ଏପରି ମଧ୍ୟ ହୋଇଥାଏ, ଯାହା ଆଧାର କାର୍ଡ ବିନା ଆରମ୍ଭ ମଧ୍ୟ ହୋଇପାରେ ନାହିଁ | ଏହି କାରଣରୁ ଆଧାର କାର୍ଡ ହଜିଯିବା ପରିସ୍ଥିତିରେ ଅସୁବିଧା ହୋଇଥାଏ ଏବଂ ତାପରେ ଆପଣ ନୁଆଁ କାର୍ଡ କରିବାପାଇଁ ଆଧାର ସେଣ୍ଟରକୁ ଯିବାକୁ ପଡିବ |

ଆମେ ଆଜି ଆପଣମାନଙ୍କୁ ବହୁତ ଜରୁରୀ ନମ୍ବର ବିଷୟରେ କହିବାକୁ ଯାଉଛୁ, ଯାହା ଆପଣ ମାନଙ୍କୁ ଆଧାର କାର୍ଡ କରିବା ସମୟରେ ମିଳିଥାଏ, ଯଦି ଆପଣ ଏହି ନମ୍ବରକୁ ଆପଣଙ୍କ ପାଖରେ ରଖିଥିବେ, ତେବେ ଆପଣ ଘରେ ବସି ହିଁ Aadhaar Card Download କିମ୍ବା ନୁଆଁ କାର୍ଡ ମଧ୍ୟ କରିପାରିବେ | ଆସନ୍ତୁ ଆପଣଙ୍କୁ କହିବା ଯେ ସେହି ନମ୍ବରଟି କଣ ଅଟେ ଏବଂ କେଉଁ କାମରେ ଆସିଥାଏ |

ଏହା ହେଉଛି ସେହି ଖାସ ନମ୍ବର :-

ଆମେ ଯେଉଁ ନମ୍ବର ବିଷୟରେ କଥା ହେଉଛନ୍ତି, ତାହା ହେଉଛି ଆପଣଙ୍କ UID ଅର୍ଥାତ ୟୁନିକ ଆଇଡେଣ୍ଟିଫିକେସନ ନମ୍ବର କିମ୍ବା EID ଅର୍ଥାତ ଏନରୋଲମେଣ୍ଟ ଆଇଡି ନମ୍ବର ବିଷୟରେ | ଏହି ଦୁଇଟିଯାକ ନମ୍ବର ଆପଣଙ୍କୁ ସେତେବେଳେ ମିଳିଥାଏ, ଯେତେବେଳେ ଆପଣ ଆଧାର କାର୍ଡ ରେଜିଷ୍ଟ୍ରେସନ କରାଇଥାନ୍ତି | ଗୋଟିଏ କଥା ସବୁବେଳେ ମନେ ରଖିବା ଉଚିତ ଯେ ଆଧାର ରେଜିଷ୍ଟାର ହେବାପରେ ନିଜର Aadhaar Card UID Number ଏବଂ ଏନରୋଲମେଣ୍ଟ ଆଇଡି ନମ୍ବରକୁ କୌଣସି ଠାରେ ନୋଟ କରି ରଖନ୍ତୁ |

ଆପଣ ଏହି ନମ୍ବର ମାଧ୍ୟମରେ କେବଳ ନିଜର ଆଧାର ରେଜିଷ୍ଟ୍ରେସନର ଷ୍ଟେଟସ ଦେଖିପାରିବେ ନାହିଁ ବରଂ ଯଦି ଆପଣଙ୍କ କାର୍ଡ ହଜିଯାଏ କିମ୍ବା ଆପଣଙ୍କର ଆଧାର ନମ୍ବର ମନେନାହିଁ, ତେବେ ଏହି ନମ୍ବର ସାହାଯ୍ୟରେ ଆପଣ UIDAI ର ଅଫିସିଆଲ ୱେବସାଇଟକୁ ଯାଇ ଆଧାରକୁ ଡାଉନଲୋଡ଼ ଏବଂ ନୁଆଁ କାର୍ଡ ମଧ୍ୟ ମଗାଇ ପାରିବେ |

Aadhaar Card Download EID : ଏହିପରି କରନ୍ତୁ ଡାଉନଲୋଡ଼ :-

UIDAI ର ଅଫିସିଆଲ ୱେବସାଇଟ uidai.gov.in କୁ ଯାଆନ୍ତୁ ଏବଂ ମାଇଁ ଆଧାରରେ ଯାଇ ଡାଉନଲୋଡ଼ ଆଧାର ଅପସନରେ କ୍ଲିକ କରନ୍ତୁ |

ଆପଣ ଡାଉନଲୋଡ଼ ଆଧାର ଉପରେ କ୍ଲିକ କରିବା ମାତ୍ରେ ଆପଣଙ୍କୁ EID ମାଧ୍ୟମରେ ଡାଉନଲୋଡ଼ କରିବାର ଅପସନ ଦେଖାଯିବ | ଏନରୋଲମେଣ୍ଟ ଆଇଡି ନମ୍ବର ଦେବାପରେ ଆପଣ ଆଧାରକୁ ଡାଉନଲୋଡ଼ କରିପାରିବେ |

Leave A Reply

Your email address will not be published.