ମୁହଁରେ ଲମ୍ବା ଦାଢ଼ି,ପିଠିରେ ଉପହାର ପେଡ଼ି,ବଡ଼ଦିନରେ କଣ ପାଇଁ ଆସନ୍ତି ସାଣ୍ଟା,ଆପଣ ଜାଣିଛନ୍ତି କି କିଏ ଏହି ସାଣ୍ଟା କ୍ଲଜ୍ ?

0

Get real time updates directly on you device, subscribe now.

ଶାନ୍ତି, ପ୍ରେମ ଓ ଖୁସିର ବାର୍ତ୍ତା ନେଇ ପ୍ରତିବର୍ଷ ଡିସେମ୍ବର ୨୫ ତାରିଖରେ ମେରୀ ଖ୍ରୀଷ୍ଟମାସ ପାଳନ କରାଯାଏ। ପ୍ରତିବର୍ଷ ପ୍ରଭୁ ଯୀଶୁଙ୍କର ଜନ୍ମଦିନରେ ସାଣ୍ଟା କ୍ଲଜ ମଧ୍ୟ ଖୁସି ବାଣ୍ଟିଥାନ୍ତି। ଏବଂ ପିଲାମାନଙ୍କୁ ଉପହାର ଦେଇଥାନ୍ତି ।ଲମ୍ବା ଧଳା ଦାଢ଼ି, ନାଲି ପୋଷାକ, ହାତରେ ଜିଙ୍ଗଲ୍ସ ବେଲ ଏବଂ ପିଠିରେ ଏକ ଉପହାର ପେଡ଼ି ପକାଇ ଆସନ୍ତି ସାଣ୍ଟା କ୍ଲଜ। ପୁଣିଥରେ ଖ୍ରୀଷ୍ଟମାସ ଗଛକୁ ସଜାଯିବ, ଜିଙ୍ଗଲ୍ସ ଘଣ୍ଟିର ଶବ୍ଦ ଶୁଭିବ ଏବଂ ତା’ପରେ ଉପହାରର ବର୍ଷା ହେବ। ଖ୍ରୀଷ୍ଟମାସର ନାମ ନେବା ମାତ୍ରେ ସାଣ୍ଟା କ୍ଲଜ୍ ଏପରି ଚିତ୍ର ଆମ ମନକୁ ଆସିଯାଏ। ତେବେ ବାସ୍ତବରେ ଏହି ସାଣ୍ଟା କ୍ଲଜ କିଏ? ସେ କେଉଁଠାରେ ରୁହନ୍ତି? ସେ କ’ଣ ଆଜି ମଧ୍ୟ ପିଲାମାନଙ୍କୁ ଉପହାର ଦିଅନ୍ତିକି? ପିଲାମାନେ କାହିଁକି ଖ୍ରୀଷ୍ଟମାସରେ ସାଣ୍ଟାକୁ ଅପେକ୍ଷା କରିଥାନ୍ତି? ଏଭଳି ପ୍ରଶ୍ନ ସବୁବେଳେ ମନକୁ ଆନ୍ଦୋଳିତ କରେ। ସାଣ୍ଟାଙ୍କ ପରି ତାଙ୍କର ଇତିହାସ ମଧ୍ୟ ବହୁତ ଅଦ୍ଭୁତ ଅଟେ।

ସାଣ୍ଟାଙ୍କର ବାସ୍ତବ ନାମ ସେଣ୍ଟ ନିକୋଲାସ। ତୁର୍କସ୍ତାନର ମିୟରା ସହରରେ ପ୍ରଭୁ ଯୀଶୁଙ୍କର ମୃତ୍ୟୁ ପରେ ସେଣ୍ଟ ନିକୋଲାସ ୨୮୦ ବର୍ଷ ପରେ ଜନ୍ମ ହୋଇଥିଲେ। ସେ ଜଣେ ସମ୍ଭ୍ରାନ୍ତ ପରିବାରର ଥିଲେ। ବଡ ହେବା ପରେ ସେ ଏକ ଗୀର୍ଜାରେ ପାଦ୍ରି ହୋଇ ଯାଇଥିଲେ। ସେ ସବୁବେଳେ ଗରିବ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଥିଲେ। ପ୍ରଭୁ ଯୀଶୁଙ୍କର ଉପରେ ତାଙ୍କର ଗଭୀର ବିଶ୍ୱାସ ଥିଲା, ଯେଉଁଥିପାଇଁ ସେ ଜଣେ ପାଳକ ହୋଇଥିଲେ। ଗରିବ ଲୋକମାନଙ୍କୁ ସାହାଯ୍ୟ କରିବା ଏବଂ ଛୋଟ ପିଲାମାନଙ୍କୁ ଉପହାର ଦେବା ତାଙ୍କୁ ବହୁତ ଭଲ ଲାଗୁଥିଲା। ଦୟାଳୁ ପ୍ରବୃତିର ସେଣ୍ଟ ନିକୋଲାସ ଏହି ମହତ କାମ କାହାରିକୁ ନ ଜଣାଇ କରୁଥିଲେ। ପିଲାମାନଙ୍କୁ ଉପହାର ମଧ୍ୟ ସେ ରାତିର ଅନ୍ଧକାରରେ ଦେବା ପାଇଁ ଆସୁଥିଲେ। ଏପରି କାର୍ଯ୍ୟ ଦେଖି ପରେ ତାଙ୍କୁ ସାଧୁର ଆଖ୍ୟା ଦିଆଗଲା। ତାଙ୍କୁ ସେଣ୍ଟ ନିକୋଲାସ, କ୍ରିସ କ୍ରିଙ୍ଗଲେ, ଖ୍ରୀଷ୍ଟମାସ ଫାଦରଙ୍କ ନାମରେ ତାଙ୍କୁ ମଧ୍ୟ ଡକାଯାଉଥିଲା।

କୁହାଯାଏକି ସେଣ୍ଟ ନିକୋଲାସ ଚାହୁଁଥିଲେ ଖ୍ରୀଷ୍ଟମାସ ଦିନ ସମସ୍ତଙ୍କ ମୁଁହରେ ହସ ଫୁଟୁ। କେହି ଯେପରି ଦୁଃଖିତ ନ ରୁହନ୍ତୁ। ଏହି କାରଣରୁ, ପ୍ରତ୍ୟେକ ବର୍ଷ ଖ୍ରୀଷ୍ଟମାସ ରାତିରେ ସେ ପିଲାମାନଙ୍କୁ ଉପହାର, ଚକୋଲେଟ ବଣ୍ଟନ କରୁଥିଲେ। ରାତିରେ ଉପହାର ଦେବାର ଉଦ୍ଦେଶ୍ୟ ଥିଲାଯେ କେହି ଯେପରି ତାଙ୍କୁ ନ ଦେଖନ୍ତୁ କି ଚିହ୍ନି ନପାରନ୍ତୁ । ତାଙ୍କ ବିଷୟରେ ଏକ ଘଟଣା ମଧ୍ୟ ଉଲ୍ଲେଖ ରହିଛି, ଯେଉଁଥିରେ ବର୍ଣ୍ଣନା କରାଯାଇଛିଯେ ଜଣେ ବ୍ୟକ୍ତି ଦରିଦ୍ରତା ହେତୁ ନିଜର ତିନି ଝିଅଙ୍କୁ ଦେହ ବେପାର କରିବା ପାଇଁ ବାଧ୍ୟ କରୁଥିଲେ। ଯେତେବେଳେ ସେଣ୍ଟ ନିକୋଲାସ ଏହି ବିଷୟରେ ଜାଣିଲେ, ସେ ମଧ୍ୟରାତ୍ରିରେ ତାଙ୍କ ଘର ବାହାରେ ଯାଇ ସକ୍ସ ଭିତରେ ସୁନା ମୁଦ୍ରା ନେଇ ସେଠାକୁ ଟାଙ୍ଗିଦେଇ ଆସିଲେ। ଏହା ପରେ ସୁନା ମୁଦ୍ରା ପାଇ ସେହି ପରିବାରର ଜୀବନ ସମ୍ପୂର୍ଣ ରୂପରେ ବଦଳିଗଲା।

ଆଜିବି ପିଲାମାଙ୍କୁ ସାଣ୍ଟା କ୍ଲଜ ରାତିରେ ଆସି ସେମାନଙ୍କୁ ଉପହାର ଦେବ ବୋଲି କହିଲେ ସେମାନେ ଶୀଘ୍ର ଶୋଇଯାନ୍ତି। ପିଲାମାନେ ସେମାନଙ୍କର ଇଚ୍ଛାକୁ ପୂରଣ କରିବା ପାଇଁ ଆଜି ମଧ୍ୟ ଘର ବାହାରେ ସକ୍ସ ଟାଙ୍ଗନ୍ତି, ଯାହାଫଳରେ ସାଣ୍ଟା କ୍ଲଜ ଆସି ସେମାନଙ୍କର ଇଚ୍ଛା ପୂରଣ କରିବେ ବୋଲି ଭାବନ୍ତି।

ନିଶ୍ଚିତ ଭାବରେ, ବର୍ତ୍ତମାନ ଆଜି ଆମେ ଯେଉଁଭଳି ଭାବରେ ସାଣ୍ଟାଙ୍କୁ ଦେଖୁଛେ ତାଙ୍କର ରୂପ ହୁଏତ ପ୍ରଥମ ଦିନରେ ଏହିପରି ନଥିଲା। ତେବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠେଯେ ଲାଲ ଏବଂ ଧଳା ରଙ୍ଗର ଲମ୍ବା ଦାଢ଼ି ତା ସହିତ ଧଳା କେଶ ଥିବା ସାଣ୍ଟାଙ୍କର ଏହି ଚିତ୍ର କେଉଁଠୁ ଆସିଲା? ବାସ୍ତବରେ, ୧୮୨୨ ଖ୍ରୀଷ୍ଟାବ୍ଦରେ, ଖ୍ରୀଷ୍ଟମାସ ପୂର୍ବରୁ କ୍ଲେମେଣ୍ଟ ମୋର ର ନାଇଟରେ ମୁଦ୍ରିତ ସାଣ୍ଟାର କାର୍ଟୁନ ସାରା ବିଶ୍ଵର ଦୃଷ୍ଟି ଆକର୍ଷଣ କରିଥିଲା​​। ଥାମାସ ନେଷ୍ଟ ନାମକ ଜଣେ ରାଜନୈତିକ କାର୍ଟୁନିଷ୍ଟ ହାରପର ସାପ୍ତାହିକ ପାଇଁ ଏକ ଚିତ୍ରନାଟ୍ୟ ସୃଷ୍ଟି କରିଥିଲେ। ଯେଉଁଥିରେ ଧଳା ଦାଢ଼ି ସାଣ୍ଟା କ୍ଲଜ ଲୋକପ୍ରିୟ ବ୍ୟକ୍ତିତ୍ୱ ହୋଇ ପାରିଥିଲେ। ଧୀରେ ଧୀରେ ବିଭିନ୍ନ ବ୍ରାଣ୍ଡର ପ୍ରଚାର ପାଇଁ ସାଣ୍ଟାର ଏହି ରୂପ ବ୍ୟବହୃତ ହେଲା। ବର୍ତ୍ତମାନ ଆମେ ଦେଖୁଥିବା ସାଣ୍ଟା ୧୯୩୦ ମସିହାରେ ସୃଷ୍ଟି ହୋଇଥିଲା। ହେଡେନ ସ୍ୟାଣ୍ଡବ୍ଲୋମ ନାମକ ଜଣେ କଳାକାର ୩୫ ବର୍ଷ ପାଇଁ (୧୯୩୧ ରୁ ୧୯୬୪ ପର୍ଯ୍ୟନ୍ତ) ସାଣ୍ଟା ଭାବରେ କୋକା-କୋଲା ବିଜ୍ଞାପନରେ ଦେଖାଦେଇଥିଲେ। ସାଣ୍ଟାର ଏହି ନୂତନ ଅବତାରକୁ ଲୋକମାନେ ବହୁତ ପସନ୍ଦ କରିଥିଲେ ଏବଂ ଶେଷରେ ଏହାକୁ ସାଣ୍ଟାଙ୍କର ନୂତନ ରୂପ ଭାବରେ ଗ୍ରହଣ କରାଯାଇଥିଲା। ଯାହା ଆଜି ପର୍ଯ୍ୟନ୍ତ ଲୋକମାନଙ୍କ ମଧ୍ୟରେ ବହୁତ ପ୍ରସିଦ୍ଧ ଅଟେ। ତେବେ ପ୍ରଭୁ ଯୀଶୁଙ୍କର ଅତି ଆଦରର ପାଦ୍ରି ସାଣ୍ଟା ପିଲାମାନଙ୍କର ପାଇଁ ମଧ୍ୟ ଅତି ନିଜର ଅଟେ ଓ ଆଦରଣୀୟ ମଧ୍ୟ।

Leave A Reply

Your email address will not be published.