ମନ୍ଦିରରେ ବାହା ହୋଇ ଧୋକା ଦେଲା ପ୍ରେମିକା,ନିଜ ଭାଇ-ଭିଣୋଇଙ୍କୁ କହି ନିସ୍ତୁକ ମାଡ ମରାଇଲା,ପ୍ରେମିକ ଅଚେତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି !

0

Get real time updates directly on you device, subscribe now.

ପ୍ରେମିକ ଖାଇଲା ମାଡ। ପ୍ରେମିକା ଘରେ ପ୍ରେମିକକୁ ପରିବାର ଲୋକେ ପିଟିଲେ। ପ୍ରଥମେ ପ୍ରେମ ଓ ପରେ ବାହାଘର ଆଉ ପ୍ରେମିକାର ପ୍ରତାରଣାରେ ପ୍ରେମିକ ଜଣକ ମାଡ଼ ଘାଇଲା ହେଲା। ଗୁରୁତର ଅବସ୍ଥାରେ ମେଡିକାଲରେ ମଧ୍ୟ ଭର୍ତ୍ତି ହେଲା। ଏପରି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲାରେ ଘଟିଛି।

ସୂଚନା ଅନୁସାରେ, କୋରାପୁଟ ଜିଲ୍ଲାର ଜୟପୁର ଅଞ୍ଚଳର ସମୀର ସାଆନ୍ତ ନାମକ ଯୁବକ ଗତ ଚାରିବର୍ଷ ପୂର୍ବେ ଭଦ୍ରକର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବେଲଦାର ଜଣେ ଯୁବକୀଙ୍କୁ ପ୍ରେମ କରୁଥିଲେ। ଦୁହିଁଙ୍କ ମଧ୍ୟରେ ଭଲ ପାଇବା ଥିଲା। ପରେ ଯୁବତୀଙ୍କ ବାପାଙ୍କର ବଦଳି ହେବା ପରେ ଯୁବତୀ ମଧ୍ୟ ସେ ଅଞ୍ଚଳରୁ ଚାଲିଯାଇଥିଲେ। ତେବେ ପରେ ଉଭୟ ସମୀର ଓ ଯୁବତୀ ଭଦ୍ରକ ସହରର ବଙ୍କବାସୁଳି ମନ୍ଦିରରେ ପ୍ରେମବିବାହ କରିଥିଲେ। ଯୁବତୀ ଜଣକ ନିଜର ବାପ ଘରେ ରହୁଥିବା ବେଳେ ସମୀର ନିଜ ଘର ଜୟପୁରରେ ରହୁଥିଲେ।

ଗତ ତିନିମାସ ହେଲା ମୋବାଇଲ ଯୋଗେ କଥା ହେବା ବେଳେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡା ହୋଇଥିଲା। ତେବେ ସମୀରକୁ ଯୁବତୀଜଣଙ୍କ ଭଦ୍ରକ ଆସି ତାଙ୍କୁ ନେଇଯିବା ପାଇଁ କହିଥିଲେ। ସମୀର ଜୟପୁରରୁ ଆସି ଭଦ୍ରକରେ ପହଞ୍ଚିଥିଲେ। କିନ୍ତୁ ବନ୍ତ ଛକରେ ପୂର୍ବ ଯୋଜନା ମୁତାବିକ ଯୁବତୀଙ୍କର ଭିଣୋଇ ଓ ଭାଇ ମିଶି ସମୀରଙ୍କୁ ଏକ ଅଟୋରେ ନେଇ ନିକଞ୍ଚାନ ସ୍ଥାନରେ ନିସ୍ତୁକ ମାଡ ମାରିଥିଲେ। ଏତିକିରେ ସେମାନଙ୍କର ମନ ଆଦୌ ବୁଝିନଥିଲା। ସେମାନେ ସମୀରଙ୍କୁ ଏକ ଅଟୋରେ ବସାଇ ଯୁବତୀଙ୍କର ବାପଘରକୁ ନେଇ ମଧ୍ୟ ମାଡ ମାରିଥିଲେ।

ଖବର ପାଇଁ ଗ୍ରାମବାସୀମାନେ ପହଞ୍ଚି ଅଚେତ ଅବସ୍ଥାରେ ସମୀରକୁ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନା ଭର୍ତ୍ତି କରିଥିଲେ। ଏ ବାବଦରେ ସମୀରଙ୍କର ଘରଲୋକଙ୍କୁ ଖବର ଦିଆଯାଇଥିଲା। ସମୀର ଥାନାରେ ମଧ୍ୟ ଏକ ଲିଖିତ ଅଭିଯୋଗ କରିଛନ୍ତି। ଯାହାକୁ ଆଧାର କରି ପୋଲିସ ବର୍ତ୍ତମାନ ନିଜର ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.