ନୂଆବର୍ଷରେ ମିଳିବ ବମ୍ପର ନିଯୁକ୍ତି ସୁଯୋଗ: ୨୦୨୨ ରେ ଦେଖନ୍ତୁ କଣ କଣ ସବୁ ସରକାରୀ ଚାକିରି ଆସିବ !

0

Get real time updates directly on you device, subscribe now.

ଦେଶରେ ୨୦୨୨ ମସିହାରେ ନିଯୁକ୍ତିର ଏକ ବୃହତ୍ତମ ସୁଯୋଗ ମିଳିବ। ୟୁପିଏସସି, ଏସଏସସି ଏବଂ ଆରଆରବିରେ ପ୍ରତି ବର୍ଷ ଭଳି ନିଯୁକ୍ତି ସୁଯୋଗ ଦେଉଥିବା ସମୟରେ କିଛି ବୋର୍ଡ ଦ୍ୱାରା ଅନେକ ବୃହତର ନିଯୁକ୍ତି ହେବା ପାଇଁ ଯାଉଛି। ଏହା ବ୍ୟତିତ ବିଗତ କିଛି ବର୍ଷ ଧରି ବିଳମ୍ବ କରି ହେଉଥିବା ପରୀକ୍ଷା ମଧ୍ୟ ୨୦୨୨ ମସିହାରେ ଅନୁଷ୍ଠିତ ହେବ। ଉତ୍ତର ପ୍ରଦେଶରେ ଶିକ୍ଷକ ଭର୍ତ୍ତି ପାଇଁ ହେବାକୁ ଥିବା ପରୀକ୍ଷା ୟୁପିଟିଇଟି ଜାନୁୟାରୀରେ ଆୟୋଜିତ ହେବ। ଏହା ସହ ଦୀର୍ଘ ଅଢେଇ ବର୍ଷ ବ୍ୟବଧାନ ମଧ୍ୟରେ ଆରଆରବି ଗ୍ରୁପ ଡି ପରୀକ୍ଷା ଅନୁଷ୍ଠିତ ହେବ। ଆସନ୍ତୁ ନଜର ପକାଇବା ୨୦୨୨ ମସିହାର କିଛି ପରୀକ୍ଷା ଉପରେ। ଏହା ମଧ୍ୟରୁ କିଛି ପରୀକ୍ଷାର ତାରିଖ ଘୋଷଣା ହୋଇ ସାରିଥିବା ସମୟରେ କେବଳ କିଛି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ବାକି ରହିଛି।

ୟୁପିଏସସି:-

ୟୁପିଏସସି କ୍ୟାଲେଣ୍ଡର ଅନୁସାରେ ସିଭିଲ ସର୍ଭିସ ଓ ଆଇଏଫଏସ ପ୍ରିଲିମ ପରୀକ୍ଷା ପାଇଁ ଫେବୃୟାରୀ ୨ ତାରିଖ ୨୦୨୨ ମସିହାରେ ବିଜ୍ଞପ୍ତି ପ୍ରକାଶ ପାଇବ। ବିଜ୍ଞପ୍ତି ପ୍ରକାଶ ପାଇବା ସଙ୍ଗେ ସଙ୍ଗେ ଏହି ଦୁଇ ପରୀକ୍ଷା ପାଇଁ ପଞ୍ଜୀକରଣ ମଧ୍ୟ ଆରମ୍ଭ ହୋଇଯିବ। ୨୨ ତାରିଖ ଫେବୃୟାରୀରେ ଆବେଦନର ଅନ୍ତିମ ତାରିଖ ରହିବା ସହ ୫ ଜୁନରେ ପରୀକ୍ଷା ଅନୁଷ୍ଠିତ ହେବ। ସିଭିଲ ସର୍ଭିସ ପାଇଁ ମୁଖ୍ୟ ପରୀକ୍ଷା ସେପ୍ଟେମ୍ବର ୧୬ ତାରିଖରେ ହେବାକୁ ଥିବା ସମୟରେ ଆଇଏଫଏସ ପାଇଁ ମୁଖ୍ୟ ପରୀକ୍ଷା ନଭେମ୍ବର ୨୦ ତାରିଖରେ ଅନୁଷ୍ଠିତ ହେବ।

ୟୁପିଏସସି ଏନଡିଏ-୧ ଓ ସିଡିଏସ-୧:-

ନ୍ୟାସନାଲ ଡିଫେନ୍ସ ଏକାଡେମୀ ଓ କମ୍ବାଇନଡ ଡିଫେନ୍ସ ସର୍ଭିସର ପ୍ରଥମ ପରୀକ୍ଷାର୍ଥୀଙ୍କର ଆବେଦନ ପ୍ରକ୍ରିୟା ୨୨ ଡିସେମ୍ବର ୨୦୨୧ ତାରିଖରୁ ଆରମ୍ଭ ହୋଇସାରିଛି। ଜାନୁୟାରୀ ୧୧ ତାରିଖରେ ଆବେଦନର ଅନ୍ତିମ ତାରିଖ ରହିଥିବା ସମୟରେ ଏପ୍ରିଲ ୧୦ ତାରିଖରେ ପରୀକ୍ଷା ହେବ। ନ୍ୟାସନାଲ ଡିଫେନ୍ସ ଏକାଡେମୀ ଓ କମ୍ବାଇନଡ ଡିଫେନ୍ସ ସର୍ଭିସର ଦ୍ୱିତୀୟ ପରୀକ୍ଷା ପାଇଁ ମେ ୧୮ ତାରିଖରୁ ଜୁନ ୧୪ ପର୍ଯ୍ଯନ୍ତ ଅନୁଷ୍ଠିତ ହେବ। ସେପ୍ଟେମ୍ବର ୪ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ।

ଆରଆରବି ଗ୍ରୁପ ଡି:-

ଦୀର୍ଘ ଅଢେଇ ବର୍ଷର ବ୍ୟବଧାନ ପରେ ଆରଆରବି ଗ୍ରୁପ ଡି ପରୀକ୍ଷା ଅନୁଷ୍ଠିତ ହେବ। ଫେବୃୟାରୀ ୨୩ ତାରିଖ ୨୦୨୨ ପାଇଁ ପରୀକ୍ଷା ତାରିଖ ଘୋଷଣା କରାଯାଇଥିବା ସମୟରେ ୧୦ଦିନ ପୂର୍ବରୁ ଆଧିକାରିକ କ୍ଷେତ୍ର ଓ ପରୀକ୍ଷା କେନ୍ଦ୍ରର ତାଲିକା ପ୍ରକାଶ ପାଇବ। ପରୀକ୍ଷାର ୪ଦିନ ପୂର୍ବରୁ ଆଡମିଟ କାର୍ଡରେ ଉବଲବ୍ଧ ହେବ।

ଆରଆରବି ଏନଟିପିସି ସିବିଟି-୨:-

ଗ୍ରୁପ ଡି ପରୀକ୍ଷା ପରେ ଆରଆରବି ତରଫରୁ ଏନଟିପିସି ସିବିଟି-୨ ପରୀକ୍ଷା କରାଯିବ। ଫେବୃୟାରୀ ୧୪ ରୁ ୧୮ ତାରିଖମଧ୍ୟରେ ଏହି ପରୀକ୍ଷାକୁ କରାଯିବ। ଏହା ମଧ୍ୟରେ ୩୫ ହଜାର ୨୦୮ ପଦବୀ ପୂରଣ ପାଇଁ ଚେଷ୍ଟା କରାଯିବ। ଏହା ପୂର୍ବରୁ ଡିସେମ୍ବର ୨୮ ତାରିଖ ୨୦୨୦ରୁ ଜୁଲାଇ ୩୧ ତାରିଖ ୨୦୨୧ ମଧ୍ୟରେ ପ୍ରଥମ ଚରଣ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷାର ଫଳାଫଳ ସମ୍ଭବତଃ ୧୫ ତାରିଖ ଜାନୁୟାରୀ ୨୦୨୨ ମସିହାରେ ଅନୁଷ୍ଠିତ ହେବ।

ଏସଏସସି:-

କର୍ମଚାରୀ ଚୟନ ଆୟୋଗ(ଏସଏସସି) ତରଫରୁ ଏକ ଆନୁମାନିକ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଚଳିତ ବର୍ଷ ସିଜିଏଲ, ସିଏଚଏସଏଲ, ଏମଟିଏସ, ଷ୍ଟେନୋଗ୍ରାଫର, ଜିଡି କନଷ୍ଟେବଳର ପରୀକ୍ଷା ଅନୁଷ୍ଠିତ ହେବ।

ଏସଏସସି ସିଜିଏଲ ଓ ସିଏଚଏସଏଲ:-

ଏସଏସସି ସିଜିଏଲ ଓ ସିଏଚଏସଏଲ ତରଫରୁ ଏସଏସସି, ସିଜିଏଲର କମ୍ବାଇନଡ ଟାୟର-୧ ସେକେଣ୍ଡାରୀ ଲେଭେଲର ପରୀକ୍ଷା ଅନୁଷ୍ଠିତ ହେବ। ତେବେ ବର୍ତ୍ତମାନ ସୁଦ୍ଧା ପରୀକ୍ଷାର ତାରିଖ ଘୋଷଣା ହୋଇନଥିବା ସମୟରେ ଡିସେମ୍ବର ୨୩ ତାରିଖ ୨୦୨୧ରୁ ଏହାର ଆବେଦନ ପ୍ରକ୍ର୍ରିୟା ଆରମ୍ଭ ହୋଇସାରିଛି। ଫେବୃୟାରୀ ୧ ତାରିଖ ୨୦୨୨ରୁ ଏହି ପରୀକ୍ଷା ଆରମ୍ଭ ହେବାର ସମ୍ଭାବନା ଅଛି। ସେହିପରି ଏସଏସସି ଏମଟିଏସ ପାଇଁ ଜୁନରେ ପରୀକ୍ଷା ହୋଇପାରେ।

ୟୁପିଟିଇଟି୨୦୨୧:-

ଉତ୍ତରପ୍ରଦେଶର ଶିକ୍ଷା ବୋର୍ଡ ତରଫରୁ ଶିକ୍ଷକ ନିଯୁକ୍ତି ପାଇଁ ହେବାକୁ ଥିବା ପରୀକ୍ଷା ଜାନୁୟାରୀ ୨୩ ତାରିଖ ୨୦୨୨ ମସିହାରେ ଅନୁଷ୍ଠିତ ହେବ। ପୂର୍ବରୁ ନଭେମ୍ବର ୨୦୨୧ରେ ଏହି ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। ମାତ୍ର ପେପର ଲିକ ହେବା ପରେ ଏହି ପରୀକ୍ଷାକୁ ସ୍ଥଗିତ କରିଦିଆ ଯାଇଥିଲା। ଜାନୁୟାରୀ ୧୨ ତାରିଖରୁ ଏହି ପରୀକ୍ଷା ହେବାର ଥିବା ସମୟରେ ଜାନୁୟାରୀ ୨୭ ତାରିଖରେ ଆନ୍ସର କି ପ୍ରକାଶ ପାଇବ।

ଏମପିପିଏସସି ପ୍ରିଲିମ:-

ମଧ୍ୟପ୍ରଦେଶ ଲୋକ ସେବା ଆୟୋଗ ତରଫରୁ ଏହାର ପ୍ରିଲିମ ପରୀକ୍ଷା ପାଇଁ ସିଡ୍ୟୁଲ ଜାରି କରାଯାଇଛି। ଜାନୁୟାରୀ ୧୦ ତାରିକ ୨୦୨୨ ପରଠାରୁ ଏହି ପରୀକ୍ଷା ଆରମ୍ଭ ହେବ। ଫେବୃୟାରୀ ୯ ତାରିଖ ୨୦୨୨ ଆବେଦନ କରିବାର ଅନ୍ତିମ ତାରିଖ ରହିଥିବା ସମୟରେ ଏପ୍ରିଲ ୧୫ ତାରିଖରେ ଆଡମିଟ କାର୍ଡ ମିଳିବ। ଓ ଏପ୍ରିଲ ୨୪ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ।

Leave A Reply

Your email address will not be published.