କେବେ ଆପଣ ଦେଖିଛନ୍ତି ଶୂନ ଟଙ୍କିଆ ନୋଟ୍ ? କିଏ ଏହାକୁ ଆରମ୍ଭ କରିଥିଲେ, ଜାଣନ୍ତୁ ଏହା ପଛରେ ଥିବା ଆଶ୍ଚର୍ଯ୍ୟଜନକ କାହାଣୀ !
ଭାରତରେ ରିଜର୍ଭ ବ୍ୟାଙ୍କ ୧ ଟଙ୍କାରୁ ନେଇ ୨ ହଜାର ଟଙ୍କା ପର୍ଯ୍ୟନ୍ତ ସମସ୍ତ ନୋଟ ଛାପିଥାଏ। ଲୋକ ଏହି ନୋଟଗୁଡିକୁ ବ୍ୟବହାର କରି ନିଜର ଦୈନନ୍ଦିନ ଆବଶ୍ୟକତା ଏବଂ ଅନ୍ୟାନ୍ୟ ସୁବିଧାର ଲାଭ ଉଠାଇଥାନ୍ତି। କିନ୍ତୁ କ’ଣ ଆପଣ ଜାଣିଛନ୍ତିକି, ଦେଶରେ ଶୂନ ଟଙ୍କିଆ ନୋଟ ମଧ୍ୟ ଛପା ହୋଇଛି? ଆଜି ଆମେ ଆପଣଙ୍କୁ ଶୂନ ଟଙ୍କିଆ ନୋଟର ସମ୍ପୂର୍ଣ କାହାଣୀ କହିବା ପାଇଁ ଯାଉଛୁ।
ଏକ ସ୍ୱତନ୍ତ୍ର ଅଭିଯାନ ଅଧୀନରେ ଏହି ନୋଟ ଛପାଯାଇଥିଲା:-
ଆପଣଙ୍କୁ କହି ରଖୁଛୁକି, ଶୂନ ଟଙ୍କିଆ ଏହି ନୋଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଫଟୋ ମଧ୍ୟ ଛପା ହୋଇଛି। ଏବଂ ଏହା ଦେଖିବାରେ ବିଲକୁଲ ଅନ୍ୟ ନୋଟ ପରି ହିଁ ରହିଛି। କିନ୍ତୁ ଆପଣ ଭାବୁଥିବେଯେ ଶୂନ ଟଙ୍କିଆ ନୋଟ କାହିଁକି ଆରମ୍ଭ କରାଯାଇଥିଲା। ଏହି ନୋଟ ସାହାଯ୍ୟରେ କ’ଣ କିଣାଯାଇ ପାରିବ? କହି ରଖୁଛୁକି, ଏହି ନୋଟ ଆରବିଆଇ ଜାରି କରିନଥିଲା। ବାସ୍ତବରେ, ଏହାକୁ ଦୁର୍ନୀତିକୁ ବିରୋଧ କରିବା ପାଇଁ ଏକ ଅଭିଯାନ ଅଧୀନରେ ଆରମ୍ଭ କରାଯାଇଥିଲା।
୫ ଲକ୍ଷ ନୋଟ ଛପାଯାଇଥିଲା:-
ଦୁର୍ନୀତି ବିରୋଧରେ ଏହି ନୋଟକୁ ଏକ ସଂସ୍ଥା ଅସ୍ତ୍ର ଭାବରେ ଆରମ୍ଭ କରିଥିଲା। ଏହି ଧାରଣା ୨୦୦୭ ମସିହାରେ ଦକ୍ଷିଣ ଭାରତର ଏକ ନନ ପ୍ରଫିଟ୍ ଅର୍ଗାନାଇଜେସନର ଥିଲା। ତାମିଲନାଡୁସ୍ଥିତ 5th Pillar ନାମକ ଏହି ଏନଜିଓର ପାଖାପାଖି ୫ ଲକ୍ଷ ଶୂନ ଟଙ୍କିଆ ନୋଟ ଛାପିବା କାମ କରିଥିଲା। ଚାରୋଟି ଭାଷା ହିନ୍ଦୀ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମରେ ଏହି ନୋଟ ଛପାଯାଇ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା।
ନୋଟରେ ଦୁର୍ନୀତି ବିରୋଧରେ ଅନେକ ବାର୍ତ୍ତା ଲେଖା ଯାଇଥିଲା:-
ଦୁର୍ନୀତି ବିରୋଧରେ ତିଆରି ଏହି ନୋଟରେ ଅନେକ ବାର୍ତ୍ତା ଲେଖା ଯାଇଥିଲା। ଯେଉଁଥିରେ ‘ଦୁର୍ନୀତି ଶେଷ କର’, ‘ଯଦି କେହି ଲାଞ୍ଚ ମାଗେ, ତ ଏହି ନୋଟ୍ ଦିଅ ଏବଂ ମାମଲା ବିଷୟରେ ଆମକୁ କୁହ’, ‘ନେବି ନାହିଁ କି ଦେବି ନାହିଁର ଶପଥ କରୁଛି’ ଆଦି ବାର୍ତ୍ତା ରହିଥିଲା। ଶୂନ ଟଙ୍କିଆ ଏହି ନୋଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଫଟୋ ମଧ୍ୟ ଛପା ଯାଇଥିଲା। ଏବଂ ନୋଟର ଡାହାଣ ପାର୍ଶ୍ୱ ତଳେ ସଂସ୍ଥାର ଫୋନ ନମ୍ବର ଏବଂ ଇମେଲ ଆଇଡି ଆଦି ଛପା ହୋଇଥିଲା।
ଲାଞ୍ଚ ମାଗୁଥିବା ଲୋକମାନଙ୍କୁ ଏହି ଖାସ ନୋଟ ଦେଉଥିଲେ:-
5th Pillar ନାମକ ଏହି ସଂସ୍ଥା ହିଁ ଶୂନ ଟଙ୍କିଆ ନୋଟ ଛାପିଥିଲା। ଏବଂ ଯିଏ ଲାଞ୍ଚ ମାଗୁଥିଲା, ତାଙ୍କୁ ଏହି ନୋଟ ଦିଆଯାଉଥିଲା। ଶୂନ ଟଙ୍କିଆ ନୋଟ ଦୁର୍ନୀତି ବିରୋଧରେ ଅଭିଯାନର ପ୍ରତୀକ ଥିଲା। ଏହି ସଂସ୍ଥାର ତାମିଲନାଡୁର ଅନେକ ଜିଲ୍ଲାରେ କେନ୍ଦ୍ର ଥିଲା। ଏହାର ମୁଖ୍ୟାଳୟ ଚେନ୍ନାଇରେ ଅଛି। ବାଙ୍ଗାଲୋର, ହାଇଦ୍ରାବାଦ, ଦିଲ୍ଲୀ ଏବଂ ରାଜସ୍ଥାନର ପାଲିରେ ମଧ୍ୟ ଏହାର କେନ୍ଦ୍ର ଅଛି।