ଡେଲ୍ଟା,ଓମିକ୍ରନ ପରେ ଏବେ ଆମେରିକା ଓ ୟୁରୋପରେ ପ୍ରକୋପ କଲାଣି କରୋନାର ଆଉ ଏକ ଭାରିଏଣ୍ଟ ଡେଲମୀକ୍ରନ, ଜାଣନ୍ତୁ ଏହି ଭାରିଏଣ୍ଟ ବିଷୟରେ !

0

Get real time updates directly on you device, subscribe now.

କରୋନା ଭାଇରସର ଡେଲ୍ଟା ଭେରିଏଣ୍ଟ ପରେ ବର୍ତ୍ତମାନ ସାରା ବିଶ୍ୱରେ ଓମିକ୍ରନ ଭେରିଏଣ୍ଟର ପ୍ରକୋପ ଦେଖାଯାଉଛି। ଏଥିରେ କରୋନାର ଓମିକ୍ରନ ଭେରିଏଣ୍ଟ ଭାରତରେ ପହଞ୍ଚି ସାରିଥିବାର କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ସବୁ ସ୍ତରରେ ସତର୍କତା ଅବଲମ୍ବନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଦେଶରେ ବର୍ତ୍ତମାନ ଓମିକ୍ରନ ପହଞ୍ଚିବା ପରଠାରୁ ଚିନ୍ତା ବଢ଼ିବାରେ ଲାଗିଲାଣି। ଏଥିରୁ ୨୦୨୧ ମସିହା ଭଳି ଆସନ୍ତା ନୂଆ ବର୍ଷରେ ମଧ୍ୟ ଦେଶ ମହାମାରୀରୁ ମୁକୁଳିବା ପରି ମନେ ହୁଏ ନାହିଁ। ଓମିକ୍ରନର ଗବେଷଣା ସମ୍ପୂର୍ଣ୍ଣ ଆରମ୍ଭ ହୋଇନଥିବା ବେଳେ ଆଉ ଏକ ନୂଆ ଭେରିଏଣ୍ଟ ଡେଲମୀକ୍ରନ ବର୍ତ୍ତମାନ ବିଦେଶୀ ଗଣମାଧ୍ୟମରେ ଚହଳ ସୃଷ୍ଟି କରିଛି।

କରୋନାର ଡେଲମୀକ୍ରନ ଭେରିଏଣ୍ଟ ବର୍ତ୍ତମାନ ୟୁରୋପ ଓ ଆମେରିକା ମହାଦେଶରେ ପ୍ରକୋପ ସୃଷ୍ଟି କରୁଥିବାର ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଉଛି। ଭୂତାଣୁର ଏହି ନୂଆ ଭେରିଏଣ୍ଟ ଯୋଗୁଁ ୟୁରୋପ ଓ ଆମେରିକାରେ ସଂକ୍ରମଣ ବଡୁଛି ବୋଲି ରିପୋର୍ଟରେ କୁହାଯାଉଛି। ତେବେ ଏହି ନୂଆ ଭେରିଏଣ୍ଟର ଡେଲ୍ଟା ଏବଂ ଓମିକ୍ରନର ମିଳିତ ସଂକ୍ରମଣରେ ସୃଷ୍ଟ ସୁପର ଭେରିଏଣ୍ଟ ହୋଇଥାଇପାରେ ବୋଲି ଏଥିରେ ଆକଳନ ମଧ୍ୟ କରାଯାଉଛି। ଯାହା ବର୍ତ୍ତମାନ ଆମେରିକା ଓ ୟୁରୋପରେ ବିନାଶ ସୃଷ୍ଟି କରୁଛି ବୋଲି ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।

ତେବେ ଏ ବାବାଦରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମସ)ଙ୍କ ଭାଇରୋଲଜି ବିଭାଗ ମୁଖ୍ୟ ଡା. ସଞ୍ଜୟ ରାୟଙ୍କ କହିବା କଥା ଅନୁସାରେ ଡେଲ୍ଟା ଏବଂ ଓମିକ୍ରନର ମିଳିତ ଭେରିଏଣ୍ଟଯେ ଡେଲମୀକ୍ରନ ଏହାର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରମାଣ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ମିଳୁଥିବା ପ୍ରମାଣରୁ ଓମିକ୍ରନ ଭେରିଏଣ୍ଟର ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଯେପରି ଏହା ଅଧିକ ସଂକ୍ରାମକ ବୋଲି ଆମେ ଜାଣିବାକୁ ପାଇଛେ। ତେବେ କରୋନା ଭେରିଏଣ୍ଟ ଏକ ମ୍ୟୁଟାଣ୍ଟ ଭେରିଏଣ୍ଟ ହୋଇଥିବା କାରଣରୁ ଏଥିରେ ୨ରୁ ଅଧିକ ଭେରିଏଣ୍ଟ ମିଳିତ ନୂଆ ଭେରିଏଣ୍ଟ ସୃଷ୍ଟି କରିପାରିବେନି ତାହା ମଧ୍ୟ କୁହାଯାଇ ପାରିବନି ବୋଲି କହିଛନ୍ତି। ତେବେ ଏଥି ପାଇଁ ଆମକୁ ସମୟକୁ ଅପେକ୍ଷା କରିବା ପାଇଁ ପଡିବ ବୋଲି ସେ କହିଛଛନ୍ତି।

Leave A Reply

Your email address will not be published.