ଜାପାନ ଟେକ୍ନୋଲୋଜି ରେସରେ ସବୁଠୁ ଆଗରେ ରହିଥାଏ। ଜାପାନ ପୁଣିଥରେ ଦୁନିଆକୁ ନିଜର ଆଉ ଏକ ନୂଆ ଆବିଷ୍କାର ଆଣିବା ପାଇଁ ଯାଉଛି। ଜାପାନର ପ୍ରଫେସର ଏମିତି ଏକ ଟିଭି ତିଆରି କରିଛନ୍ତି ଯାହା କେବଳ ସ୍ୱାଦିଷ୍ଟ ବ୍ୟଞ୍ଜନ ବା ଖାଦ୍ୟକୁ ଦେଖାଇନଥାଏ ବରଂ ସେସବୁ ଖାଦ୍ୟର ଟେଷ୍ଟ ମଧ୍ୟ କରାଇଥାଏ। ଅର୍ଥାତ ଟିଭି ଦେଖିବା ସମୟରେ ସ୍କ୍ରିନକୁ ଟଚ କରି ଏହା ଉପରେ ନଜର ଆସୁଥିବା ସମସ୍ତ ଖାଦ୍ୟର ଟେଷ୍ଟ ନେଇପାରିବେ।
ସୂଚନା ଅନୁସାରେ, ଜାପାନର ଏଭଳି ଏକ ପ୍ରୋଟୋଟାଇପ ଲିକେବଲ ଟିଭି ତିଆରି କରିଛି। ଯାହା ଖାଇବାର ସ୍ୱାଦକୁ ଅବିକଳ ନକଲ କରିଥାଏ। ଯଦି ଆପଣ ଏହାର ସ୍କ୍ରିନ ଉପରେ ଟଚ କରୁଛନ୍ତି ତେବେ ସ୍କ୍ରିନ ଉପରେ ନଜର ଆସୁଥିବା ଖାଦ୍ୟ ଆଇଟମର ଟେଷ୍ଟ ଆପଣଙ୍କୁ ନିଶ୍ଚିତ ଜଣାପଡ଼ିଯିବ। ଏହାର ନାମ “ଟେଷ୍ଟ ଦ ଟିଭି” ରଖାଯାଇଛି।
କମ୍ପାନୀର ପ୍ରଫେସର କହିଛନ୍ତିଯେ, ଟିଭି ଦେଖିଥିବା ଲୋକ ଏହି ଡିଭାଇସରେ ୧୦ଟି ପାଖାପାଖି ଫୁଡ ଆଇଟମର ସ୍ୱାଦ ଚାଖିପାରିବେ। ସ୍କ୍ରିନ ଉପରେ ଆସୁଥିବା ଫୁଡ ଆଇଟମରୁ ନିଜର ମନ ପସନ୍ଦ ଆଇଟମକୁ ସେମାନେ ସବୁ ବାଛିପାରିବେ। ପ୍ରତ୍ୟେକ ଥର ଆପଣ ଭିନ୍ନ ଭିନ୍ନ ସ୍ୱାଦ ପାଇପାରିବେ। ସ୍କ୍ରିନରେ ନିଜର ଜିଭକୁ ଟଚ କରିବା ଦ୍ୱାରା ଖାଦ୍ୟର ବାସ୍ତବ ଟେଷ୍ଟ ପାଇପାରିବେ।
ମେଇଜି ୟୁନିର୍ଭସିଟିରେ ଏହି ଟିଭିକୁ ପ୍ରଦର୍ଶନ କରିବା ପାଇଁ ରଖାଯାଇଛି। ଏଠାକାର ଛାତ୍ରମାନେ ମିଶି ଏହି ଟିଭିକୁ ପ୍ରସ୍ତୁତ କରିଛନ୍ତି। ଟିଭି ସ୍କ୍ରିନ ଉପରେ ଏକ hygienic film ଚଢ଼ାଯାଇଛି। ଯାହାଦ୍ୱାର ଏହା ଇନଫେକ୍ସନ ହେବାରୁ ସୁରକ୍ଷିତ ରହିବ। ୟୁନିର୍ଭସିଟିର ପ୍ରଫେସର ହୋମି ମିୟାଶିତାଙ୍କ କହିବା ଅନୁସାରେ, ମହାମାରୀ ସମୟରେ ଲୋକ ବାହାର ଦୁନିଆରେ ଯେପରି କମ ଯୋଡ଼ି ହୋଇ ରହିବେ। ଏବଂ ଏହାସହ ବୋରିଂନେସକୁ କମାଇବା ପାଇଁ ଏଭଳି ଏଣ୍ଟରଟେନମେଣ୍ଟ ଟିଭିର ଆବିଷ୍କାର କରାଯାଇଛି।
ଲୋକମାନେ ଯେପରି ଘରେ ରହିବେ ଓ ବାହାର ଦୁନିଆର ସ୍ୱାଦିଷ୍ଟ ଖାଦ୍ୟର ଆନନ୍ଦ ଉଠାଇ ପାରିବେ ସେଥିପ୍ରତି ଅଧିକ ଧ୍ୟାନ ଦିଆଯାଇଛି। ତେବେ ପ୍ରଫେସର ୩୦ ଜଣ ମେମ୍ବର ଥିବା ଏକ ଦଳକୁ ନେଇ ଏହି ମେସିନକୁ ତିଆରି କରିଛନ୍ତି। ସୂଚନା ଅନୁସାରେ ଏହି ଟିଭିର କମର୍ଶିଆଲ ଭର୍ସନକୁ ପ୍ରସ୍ତୁତ କରିବା ପାଇଁ ପାଖାପାଖି ୮୭୫ ଡଲାର ଖର୍ଚ୍ଚ ହେବ।