ଟ୍ରକ ଧକ୍କାରେ ବାରମ୍ବାର ବଞ୍ଚିଗଲେ ମହିଳା,ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେଉଛି ଏହି ଭିଡ଼ିଓ !

ଆଜିର ସମୟରେ ସଡକରେ ଗାଡିର ସଂଖ୍ୟା ଆଶ୍ଚର୍ଯ୍ୟ ସହ ବଢ଼ିଗଲା,ଯାହା ଫଳରେ ପ୍ରଦୂଷଣ ତ‌ ବଢୁଛି ଏହା ସହ ଦୁର୍ଘଟଣାର ମଧ୍ୟ ବୃଦ୍ଧି ଘଟୁଛି|ଗୋଟିଏ ରିପୋର୍ଟ ଅନୁସାରେ ଦୁନିଆ ସାରା ବାର୍ଷିକ ଲକ୍ଷ ଲକ୍ଷ ସଡକ ଦୁର୍ଘଟଣା ହୋଇଥାଏ, ଯେଉଁଥିରେ ଲୋକଙ୍କୁ ଜୀବନ ହରାଇବାକୁ ପଡ଼ିଥାଏ|ଏଥିପାଇଁ କୁହାଯାଏ ଯେ ଲୋକଙ୍କୁ ଟ୍ରାଫିକର ସମସ୍ତ ନିୟମ ସାବଧାନତାର ସହ ପାଳନ କରିବା ଆବଶ୍ୟକ ଫଳରେ ସଡକ ଦୁର୍ଘଟଣାରୁ ରକ୍ଷା ମିଳି ପାରିବ|ଏହା ତ ସଡକ ଦୁର୍ଘଟଣାର କଥା,ଏହା ବ୍ୟତୀତ ମଧ୍ୟ ଗାଡି ଚଳାଉଥିବା ଲୋକଙ୍କ ଭୁଲ ଫଳରେ କିଛି ଲୋକଙ୍କ ଜୀବନ ଚାଲିଯାଏ|ଏଥିପାଇଁ ସଡକରେ ଯାଉଥିବା ଲୋକମାନଙ୍କୁ ଧ୍ୟାନ ଦେବା ଆବଶ୍ୟକ ଯେପରି ଆଗ ପଛରୁ କୈାଣସି ଗାଡି ନ ଆସୁ ଫଳରେ ଜୀବନ ବଞ୍ଚି ଯାଇ ପାରିବ|

ଏହି କଥା ଆପଣମାନେ ଶୁଣିଥିବେ “ରଖେ ହରି ମାରେ କିଏ ?”, ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଜଣେ ମହିଳାଙ୍କୁ ଟ୍ରକ ଆଗରେ ଧକ୍କା ଦେଲା, କିନ୍ତୁ ତାଙ୍କ ଭାଗ୍ୟ ଭଲ ଯେ ସେ ବଞ୍ଚିଗଲେ|ଭିଡିଓରେ ଆପଣ ଦେଖିପାରିବେ ଯେ ମହିଳା କୈଣସି ଜିନିଷ କିଣି ଆସୁଛନ୍ତି ଓ ତାଙ୍କ ଧ୍ୟାନ ରହେ ନାହିଁ ଯେ ଚାଲି ଚାଲି ସଡକରେ ପହଞ୍ଚି ଯାଇଥିଲେ|ସେତେବେଳେ ଏକ ଟ୍ରକ ପଛରୁ ଆସୁଥିବା ଦେଖାଯାଇଥିଲା,ଯିଏ ତାକୁ ଧକ୍କା ମାରି ଆଗକୁ ବଢେ ଯେପରିକି କିଛି ନହୋଇଛି|

ଯଦିଓ ଜଣାପଡ଼ୁଛି ଯେ ଧକ୍କା ଲାଗିବା ପରେ ମହିଳା ଟ୍ରକର ଦୁଇ ଚକା ମଧ୍ୟରେ ପଡିଲେ ,ଯାହା ଫଳରେ ତାଙ୍କ ଜୀବନ ବଞ୍ଚିଗଲା, କିନ୍ତୁ ତାଙ୍କ ଜିନିଷ ଟ୍ରକ ଚକ ତଳକୁ ଆସିଗଲା|ଏହି ଆଶ୍ଚର୍ଯ୍ୟର ଘଟଣା କେଉଁଠି ର ଜଣାନାହିଁ କିନ୍ତୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟୁଇଟରରେ ଏହି ଭିଡିଓକୁ @କ୍ରାଜିଫନିଭିଡ୍ଜ ନାମକ ଆଇଡିରୁ ସେୟାର କରାଯାଇଛି, ଯେଉଁଥିରେ ଏପର୍ଯ୍ୟନ୍ତ ୭ ହଜାରରୁ ଉର୍ଦ୍ଧ୍ବ ଭିଉ ମିଳିଛି ଓ ଶହ ଶହ ଲୋକ ଏହାକୁ ଲାଇକ କରିଛନ୍ତି|

ବହୁ ଲୋକ ଭିଡ଼ିଓରେ କମେଣ୍ଟ କରିଛନ୍ତି|ୟୁଜର୍ସ ମହିଳାଙ୍କୁ ଭାଗ୍ୟଶାଳୀ କହିଛନ୍ତି କାରଣ ଦୁର୍ଘଟଣା ସତ୍ୱେ ଜୀବନ ବଞ୍ଚିଗଲା,ନଚେତ ଯେଉଁଭଳି ଧକ୍କା ଦେଇଥିଲା ତାଙ୍କ ଅବସ୍ଥା ଗମ୍ଭୀର ହୋଇ ଯାଇଥାନ୍ତା|

Leave a Reply

Your email address will not be published.