ଘରଜ୍ୱାଇଁ ହୋଇ ରହୁଥିଲେ ଜ୍ୱାଇଁ,ଆଉ ଶାଶୁଙ୍କ ସହ ହୋଇଗଲା ପ୍ରେମ,ଆଉ ତା ପରେ ଫେରାର ! ଜାଣନ୍ତୁ ପୁରା ଘଟଣା

ପ୍ରେମ ଏକ ଏପରି ଜିନଷ କି ଯାହା ପାଇଁ କୌଣସି ପ୍ରତିବନ୍ଧକ ନାହିଁ, ଯେତେବେଳେ ଲୋକମାନେ ପ୍ରେମରେ ପଡ଼ନ୍ତି ସେମାନେ ସଂପୂର୍ଣ୍ଣ ଅନ୍ଧ ହୋଇଯାଆନ୍ତି, ପ୍ରାୟତ ଆମେ ସମାଜରେ ଏପରି ଘଟଣା ବିଷୟରେ ଶୁଣିଥାଉ, ଯେତେବେଳେ ଜଣେ ବ୍ୟକ୍ତି ନିଜର କୌଣସି ସମ୍ପର୍କୀୟଙ୍କ ସହିତ ଘରୁ ଲୁଚି କି ପଳାଇଥାନ୍ତି, କିନ୍ତୁ ଏଥର ପଶ୍ଚିମବଙ୍ଗର ହାୱାଡା ରେ ଏକ ଏପରି ଘଟଣା ସାମ୍ନାକୁ ଆସିଲା ଯାହା ଅନ୍ୟ ସମସ୍ତ ଘଟଣାକୁ ପଛରେ ପକେଇଦେଇଛି,ଜଣେ ଶାଶୁ ତାଙ୍କ ଜ୍ୱାଇଁ ଙ୍କ ସହିତ ଲୁଚି ପଳେଇଚନ୍ତି,ହଁ ଆଜ୍ଞା ଏହି ଘଟଣା ଲିଲୁଆ ପୋଲିସ ଷ୍ଟେସନ ଅନ୍ତର୍ଗତ ଜଗଦୀଶପୁର ନାଥନ ବିଶ୍ୱ ପଡାଙ୍କର ଅଟେ |

ହାୱାଡା ରେ ଜ୍ୱାଇଁଙ୍କ ସହିତ ପଳେଇଛନ୍ତି ଶାଶୁ :-

ପଶ୍ଚିମବଙ୍ଗର ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, 2016 ରେ ଶିଫାଲି ଦାସଙ୍କ ଝିଅ ପ୍ରିୟଙ୍କା ଦାମ ରାମପୁରହାଟର ବାସିନ୍ଦା କୃଷ୍ଣ ଗୋପାଳ ଦାସଙ୍କୁ ବିବାହ କରିଥିଲେ, କିନ୍ତୁ ଶନିବାର ଦିନ ଶିଫାଲି ଦାସ ତାଙ୍କ ଜ୍ବାଇଁଙ୍କ ସହ ଲୁଚି କରି ପଳେଇଚନ୍ତି, ଖବର ଅନୁଯାୟୀ, ବିବାହ ପରେ ଲମ୍ବା ସମୟ ଧରି ଦୁହିଁଙ୍କ ମଧ୍ୟ ରେ ପ୍ରେମ ସମ୍ପର୍କ ଥିଲା,ଶ୍ୱଶୁର ବାବୁଲା ଦାସ ଏବଂ ତାଙ୍କ ଝିଅ ପ୍ରିୟଙ୍କା ଦାସ ଲିଲୁଆ ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ କରିଛନ୍ତି, ଶାଶୁଙ୍କ ସହ ପଳାଇ ଆସିଥିବା କୃଷ୍ଣ ଗୋପାଳ ଦାସଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ ବିବାହ ପରେ ତାଙ୍କ ସ୍ୱାମୀ ତାଙ୍କୁ ମାଡ ମାରୁଥିଲେ ଏବଂ ଅଶ୍ଳୀଳ ଭାଷାରେ ମଧ୍ୟ ବ୍ୟବହାର କରୁଥିଲେ।

ପତ୍ନୀ ଯେତେବେଳେ କଲେ ବିରୋଧ,ସ୍ୱାମୀ ତାଙ୍କୁ ମାଡ଼ ମାରିଥିଲେ:-

ପ୍ରିୟଙ୍କା ଅଭିଯୋଗ କରିଛନ୍ତି ଯେ ଯେତେବେଳେ ସେ ତାଙ୍କ ସ୍ୱାମୀ ଏବଂ ମାଙ୍କ ସମ୍ପର୍କ ବିଷୟରେ ଜାଣିଥିଲେ ଆଉ ସେ ଯେତେବଳେ ଏହାକୁ ବିରୋଧ କରିଥିଲେ ସେତେବେଳେ ତାଙ୍କୁ ମାଡ ମରାଯାଉଥିଲା,ଯେତେବେଳେ ଏହି ମାମଲା ବହୁତ ବେଶି ବଢିଗଲା, ଆରୋପି ସ୍ୱାମୀ ତାଙ୍କ ପତ୍ନୀଙ୍କୁ ଛାଡି ତାଙ୍କ ଶାଶୁ ଘରେ ଯାଇ ରହିବାକୁ ଲାଗିଲେ, ଅଭିଯୋଗ ହୋଇଛି ଯେ ଶାଶୁ ଘରେ ସେ ଅନେକ ମାସ ଧରି ଘରଜୁଆଇଁ ଭାବରେ ରହିବା ଆରମ୍ଭ କରିଥିଲେ ଏବଂ ଏହି ସମୟ ମଧ୍ୟରେ ଶାଶୁ ଆଉ ଜୁଆଇଁ ଙ୍କ ମଧ୍ୟରେ ଘନିଷ୍ଠତା ଅହୁରି ବେଶି ବଢିବାକୁ ଲାଗିଥିଲା, ଯେତେବେଳେ ଏହି ଘଟଣା ପୋଲିସ ଷ୍ଟେସନରେ ପଞ୍ଜିକୃତ ହେଲା,ସେତେବେଳେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା |

Leave a Reply

Your email address will not be published.