ନବୀନ ସରକାର ପଠାଇଲେ ଟଙ୍କା,୯୬ ଲକ୍ଷ ପରିବାରକୁ ୯୬୦ କୋଟି ଟଙ୍କା !

ରାଜ୍ୟ ସରକାର ନିର୍ବାଚନ ମୁଡରେ। ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ସରକାର ଭଣ୍ଡାର ଖୋଲି ଦେଇଛନ୍ତି। କରୋନାର ସହାୟତା ପାଇଁ ଆର୍ଥିକ ସହାୟତା, ବିଜୁ ପକ୍କା ଘର ଓ ଘର ପାଇନଥିବା ହିତାଧିକାରୀମାନଙ୍କୁ ଘରର ମରାମତି କରିବା ପାଇଁ ସହାୟତା ପରେ ମିଶନ ଶକ୍ତି ପାଇଁ ମଧ୍ୟ ରାଜ୍ୟ ସରକାର ଘୋଷଣା କରିଛନ୍ତି। କୋଭିଡର ସହାୟତା କରିବା ପାଇଁ ଘୋଷଣା କରିଥିବା ସରକାର ଆଜି ୧ ହଜାର ଟଙ୍କା ଲେଖାଏଁ ପଠାଇଛନ୍ତି। ଏଥିରେ ୯୬ ଲକ୍ଷ ପରିବାର ଉପକୃତ ହେବେ, ଏଥିପାଇଁ କେବଳ ୯୬୦ କୋଟି ଟଙ୍କା ଖର୍ଚ୍ଚ ହେବ।

ପୌର ଓ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରକାର ରାଜକୋଷ ଖୋଲି କରିଦେଇଛନ୍ତି। ମଙ୍ଗଳବାର ଦିନ ଘର ସଜାଡିବା ପାଇଁ ଆର୍ଥିକ ସହାୟତା ଦେଇଥିବା ବେଳେ ବୁଧବାର ଦିନ କୋଭିଡର ସହାୟତା ପାଇଁ ୧ ହଜାର ଟଙ୍କା ଲେଖାଏଁ ରାଜ୍ୟ ସରକାର ଦେଇଛନ୍ତି। ଯେଉଁଥିରେ ୯୬ ଲକ୍ଷ ପରିବାର ଉପକୃତ ହେବେ। ଏଥିପାଇଁ ୯୬୦ କୋଟି ଟଙ୍କା ଖର୍ଚ୍ଚ ହେବ। ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିବା ସହିତ ୭ ଦିନ ମଧ୍ୟରେ ସମସ୍ତ ହିତାଧିକାରୀମାନଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ନଜର ପକାନ୍ତୁ କୋଭିଡ ପାଇଁ ସହାୟତା କିଏ ପାଇବେ?

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହୋଇଥିଲେ ମିଳିବ ସହାୟତା। ସ୍ୱାସ୍ଥ୍ୟ କାର୍ଡ ପାଇନଥିଲେ, ରାସନ କାର୍ଡ ଥିବା ହିତାଧିକାରୀଙ୍କୁ ମଧ୍ୟ ମିଳିବ ଟଙ୍କା। ସେହିପରି ମିଶନ ଶକ୍ତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି। ଏଣିକି ଗ୍ରାମ ପଞ୍ଚାୟତ ଓ ବ୍ଲକ-ସ୍ତରୀୟ ଫେଡେରେସନର ନିର୍ବାହୀ କମିଟି ସଦସ୍ୟାମାନଙ୍କୁ ମଧ୍ୟ ମିଳିବ ମିଟିଂ ଓ ଗସ୍ତ ଭତ୍ତା।

ମିଶନ ଶକ୍ତି ପାଇଁ ହେଲା ଘୋଷଣା:-

– ମିଟିଂ ଓ ଗସ୍ତ ଭତ୍ତା ବାବଦକୁ ୨୧୭ କୋଟି ଟଙ୍କା ଖର୍ଚ୍ଚ ହେବ

– ୧.୩୮ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସୁଧ ରିହାତି ଟଙ୍କା ଇ-ଟ୍ରାନ୍ସଫର ହେବ

– ୬୫ କୋଟି ସୁଧ ରିହାତି ବାବଦକୁ ମିଳିବ

– ମିଶନ ଶକ୍ତି ଇ-ମାର୍କେଟ ପୋର୍ଟାଲ ଲୋକର୍ପଣ ହେଲା

– ଭୁବନେଶ୍ୱରରେ ମିଶନ ଶକ୍ତି ବଜାରର ହେବ ଭିତ୍ତିପ୍ରସ୍ତର ସ୍ଥାପନ

Leave a Reply

Your email address will not be published.