ବଡ଼ ଖବର : ଆଇପିଏଲର ମେଗା ନିଲାମ ପାଇଁ ଘୋଷଣା ହେଲା ତାରିଖ,ଏହି ଦିନ ହେବ ନିଲାମ !

ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ର ମେଗା ନିଲାମର ଆୟୋଜନ ଫେବୃଆରୀ ମାସ ୭ ଓ ୮ ତାରିଖରେ ବେଙ୍ଗାଲୁରୁରେ ହେବା ପାଇଁ ଯାଉଛି। ବୁଧବାର ଦିନ ଏହାର ଘୋଷଣା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) କରିଛି। ଏହା ଆଇପିଏଲର ଶେଷ ମେଗା ନିଲାମ ହୋଇପାରେ, କାରଣ ଅଧିକାଂଶ ମୂଳ ଆଇପିଏଲ ଦଳ ଏହାକୁ ବନ୍ଦ କରିବାକୁ ଚାହୁଁଛନ୍ତି। ଏଥର ନିଲାମରେ ଦାମୀ ଖେଳାଳିଙ୍କର ଦାମ ରେକର୍ଡ ଛୁଇଁବ।

ବୋର୍ଡର ଜଣେ ଅଧିକାରୀ କହିଛନ୍ତିକି, କରୋନା ମହାମାରୀ କାରଣରୁ ସ୍ଥିତି ଖରାପ ନ ହେଲେ ଏହି ମେଗା ନିଲାମକୁ ଭାରତରେ କରାଯିବ। ଦୁଇ ଦିନିଆ ନିଲାମୀ ଫେବୃଆରୀ ୭ ଏବଂ ୮ ତାରିଖରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ଏହାକୁ ନେଇ ବିସିସିଆଇ ତରଫରୁ ପ୍ରସ୍ତୁତି ଜାରି ରହିଛି।

ପ୍ରଥମେ ଖବର ଆସିଥିଲାଯେ, ୟୁଏଇରେ ନିଲାମ ହୋଇପାରେ। ମାତ୍ର ଏମିତି କୌଣସି ଯୋଜନା ନଥିବା ବିସିସିଆଇର ଜନୈକ ଅଧିକାରୀ ସୂଚନା ଦେଇଛନ୍ତି। କରୋନାର ଓମିକ୍ରନ ଭେରିଏଣ୍ଟ ମାମଲାରେ ବୃଦ୍ଧି କାରଣରୁ ବିଦେଶର ଯାତ୍ରାକୁ ନେଇ କଟକଣା ମଧ୍ୟରେ ନିଲାମକୁ ଭାରତରେ ଆୟୋଜନ କରିବା ଅତି ସହଜ ହେବ।

ଚଳିତ ବର୍ଷ ଆଇପିଏଲରେ ୧୦ଟି ଦଳ ରହିବେ। ଲକ୍ଷ୍ନୌ ଏବଂ ଅହମ୍ମଦାବାଦ ଦୁଇଟି ନୂତନ ଦଳ। ଦୁଇ ଦଳ ନିଲାମ ପୂର୍ବରୁ ରିଟେନ ହୋଇନଥିବା ଖେଳାଳିଙ୍କ ମଧ୍ୟରୁ ୩ ଜଣଙ୍କୁ ନିଜର ଦଳରେ ସାମିଲ କରିପାରିବେ। ଏଥିପାଇଁ ଦଳଗୁଡିକ ପାଖରେ ଡିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ସମୟ ରହିଛି। କିନ୍ତୁ ବିସିସିଆଇ ଦୁଇଟି ନୂତନ ଦଳକୁ ଅତିରିକ୍ତ ସମୟ ଦେଇପାରେ।

ଅନ୍ୟପଟେ ଅଧିକାଂଶ ଦଳଗୁଡିକର କହିବା କଥାକି ଯଦି ପ୍ରତି ତିନି ବର୍ଷରେ ନିଲାମ ହେବ ତେବେ ଦଳର ସଂଯୋଜନା ବିଗିଡିପାରେ। ଦିଲ୍ଲୀ କ୍ୟାପିଟାଲ୍ସର ସହ ମାଲିକ ପାର୍ଥ ଜିନ୍ଦଲ କହିଥିଲେକି, ଦଳ ଗଠନରେ ଏତେ ପରିଶ୍ରମ କରିବା ପରେ ଖେଳାଳିମାନଙ୍କ ପୁଣି ଥରେ ନିଲାମ କରିବା ବାସ୍ତବରେ ବହୁତ କଠିନ ହୋଇଥାଏ।

Leave a Reply

Your email address will not be published.