ଓମିକ୍ରନ ଭେରିଏଣ୍ଟ ଉପରେ ବୈଜ୍ଞାନିକଙ୍କ ବଡ ଚେତାବନୀ,ସବୁଠାରୁ ଭୟଙ୍କର ହେବ ଆଗାମୀ ମାସ !

Covid-19 ଓମିକ୍ରନ ରୋଗ ଦିଲ୍ଲୀ ରେ ୩୨ ଟି ମାମଲା ସାମ୍ନା କୁ ଆସି ସାରିଛି । ପୁଣି ଭାରତ ରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭେରିଏଣ୍ଟ ର ୧୬୧ ରୁ ଅଧିକ ମାମଲା ରିପୋର୍ଟ ହୋଇ ସାରିଛି । ଏହା ଭିତରେ ଡେନମାର୍କ ର ବୈଜ୍ଞାନିକ ଚେତାବନୀ ଦେଇଛି ଯେ ଆଗାମୀ ସମୟ ଭୟଙ୍କର ହେବ ।

ଦେଶ ଦୁନିଆ ରେ ଓମିକ୍ରନ ଭେରିଏଣ୍ଟ ର ମାମଲା ବଢ଼ି ଚାଲିଛି । ଭାରତ ରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭେରିଏଣ୍ଟ ର ୧୬୧ ରୁ ଅଧିକ ମାମଲା ସାମ୍ନା କୁ ଆସି ସାରିଛି । ରାଜଧାନୀ ଦିଲ୍ଲୀ ରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୨ କରନା ଭାଇରସ ର ଏହି ନୂଆ ଭେରିଏଣ୍ଟ ର ରିପୋର୍ଟ୍ ହୋଇ ସାରିଛି । ଏହା ଭିତରେ ଦୁନିଆ ଏ ଅନେକ ଦେଶ ରେ ବର୍ତ୍ତମାନ ଏହି ଭେରିଏଣ୍ଟ ର ମାମଲା ବଢି ଚାଲିଛି । ୱାସିଂ ଟନ୍ ପୋଷ୍ଟ ଅନୁଯାୟୀ , ଏହା ଭିତରେ ଡେନମାର୍କ ରେ ମଧ୍ୟ କରନା ଭେରିଏଣ୍ଟ ର ମାମଲା ରେ ଏଠାରେ ବଢୁଥିବା ର ଦେଖା ଯାଇଛି । କରୋନା ଠାରୁ ଏହା ଦୁଇ ଗୁଣ ହୋଇଛି । ଏହାକୁ ଦେଖି ଡେନମାର୍କ ର ଷ୍ଟେଟ୍ ସିରମ୍ ଇନଷ୍ଟିଚ୍ୟଟ ଓମିକ୍ରିନ ଭେରିଏଣ୍ଟ କୁ ନେଇ ଚେତାବନୀ ଦେଇଛି । ବୈଜ୍ଞାନିକ ମାନେ କହିଛନ୍ତି ଜେ ନୂଆ ମାମଲା ର ବର୍ତ୍ତମାନ ଆରମ୍ଭ ହୋଇଛି ।

ଇନଷ୍ଟିଚ୍ୟୁଟ ର ମହାମାରୀ ରୋଗ ବୈଜ୍ଞାନିକ ଟାୟରା ଗ୍ରୋବ୍ କୁସ୍ କହିଛନ୍ତି , ଆଗକୁ ଆସୁଥିବା ମାସ ସବୁ ଠାରୁ ଭୟଙ୍କର ହେବ । ଏହି ଭେରିଏଣ୍ଟ ବିଷୟ ରେ ଅଧିକ ସୂଚନା ଆସି ପାରିବ ନାହିଁ । ଏହି ଆଶଙ୍କା କରା ଯାଇଛି ଜେ ଡେନମାର୍କ ର ହସ୍ପିଟାଲ୍ ରେ ରୋଗୀ ଙ୍କ ସଂଖ୍ୟା ବଢିବ । ରୋଗୀ ଙ୍କ ବୋଝ ପଡ଼ିବ ।

ଟାୟରା ଗ୍ରୋବ କୁସ କହିଛନ୍ତି ଜେ ଡେନମାର୍କ ର ଯେଉଁ ଡାଟା ସାମ୍ନା କୁ ଆସିଛି ସେହି ଅନୁସାରେ ଭେକସିନ ର ପ୍ରଥମ କିମ୍ବା ଉଭୟ ନେଇ ଥିବା ଡୋଜ୍ ସମସ୍ୟା ଅଧିକ ହେବ । ଯେଉଁମାନେ କରନା ର ବୁଷ୍ଟର୍ ଡୋଜ ନେଇଛନ୍ତି କରନା ର ଭୟ କମ୍ ରହିବ । ଅନେକ ଦେଶ ର ନଜର ମଧ୍ୟ ଡେନମାର୍କ ଆଡ଼କୁ ରହିଛି । ଓମିକ୍ରନ ପ୍ରଥମେ ଗତ ମାସ ରେ ଦକ୍ଷିଣ ଆଫ୍ରିକା ରେ ଗ୍ରୋଟିଂ ପ୍ରୋବିଂଶ ରେ ୨୪ ନଭେମ୍ବର ମିଳିଥିଲା । ୨୬ ନଭେମ୍ବର ରେ ଭେରିଏଣ୍ଟ ଅଫ୍ କଂସର୍ଣ WHO ଘୋଷିତ କରିଥିଲା ।

ୱାଶିଂଟନ ର ଖବର ଅନୁଯାୟୀ ଏହି ସମୟ ରେ ଦୁନିଆ ରେ ଚାରି ଦର୍ଜନ ରୁ ଅଧିକ ଦେଶ ରେ ଓମୀକ୍ରନ ଭେରିଏଣ୍ଟ ର ମାମଲା ସାମ୍ନା କୁ ଆସି ସାରିଛି । ଡେନମାର୍କ ର ଷ୍ଟେଟ ସୀରମ୍ ଇନଷ୍ଟିଚୁ୍ୟଟ ର ବୈଜ୍ଞାନିକ ଟାୟାରା ଗ୍ରୋଵ କୁସ ଜଣାଇଛନ୍ତି ଯେ ଏହି ଥର ଜାନୁଆରୀ ରେ ୫୦୦ ରୁ ଅଧିକ ରୋଗୀ ପ୍ରତ୍ୟେକ ଦିନ ସାମ୍ନା କୁ ଆସି ପାରନ୍ତି ।

ଓମିକ୍ରନ ଯଦି ଅଧିକ ବ୍ୟାପିବ ଓ ତାର ନେଚର୍ ଦେଲ୍ଟା ଭେରିଏଣ୍ଟ ପରି ହେବ ତେବେ କେସ ୮୦୦ ରୁ ଅଧିକ ହୋଇ ପାରେ । ଡେନମାର୍କ ରେ କେବେବି ଗୋଟିଏ ଦିନ ରେ ୫ ହଜାର ରୁ ଅଧିକ ମାମଲା ସାମ୍ନା କୁ ଆସି ନ ଥିଲା ମାତ୍ର ଗତ ଶୁକ୍ରବାର ରେ ଏଠାରେ ୧୧ ହଜାର ରୁ ଅଧିକ କେସ ସାମ୍ନା କୁ ଆସି ଥିଲା । ଏମିତି ରେ ଏହି ଭେରିଏଣ୍ଟ ଭୟ ସୃଷ୍ଟି କରିଛି ।

ଭାରତ ର ୧୨ ଟି ରାଜ୍ୟ ରେ ବର୍ତ୍ତମାନ ଓମିକ୍ରନ ର ୧୬୧ ଟି ମାମଲା ସାମ୍ନା କୁ ଆସି ସାରିଛି । ଏମାନଙ୍କ ମଧ୍ୟରୁ କେହି ବି ସ୍ଥିତି ଗମ୍ଭୀର ଅବସ୍ଥା ରେ ନାହାନ୍ତି । ୪୨ ଜଣ ସୁସ୍ଥ ହୋଇ ଯାଇଛନ୍ତି । ରାଜ୍ୟ ରେ ମହାରାଷ୍ଟ୍ର -୫୪ , ଦିଲ୍ଲୀ -୩୨ , ତେଲେଙ୍ଗାନା -୨୦, ରାଜସ୍ଥାନ -୧୭, ଗୁଜରାଟ -୧୩, କେରଳ -୧୧, କର୍ଣ୍ଣାଟକ -୮, ଉତ୍ତର ପ୍ରଦେଶ ରେ ୨ ଓ ତାମିଲନାଡୁ , ଆନ୍ଧ୍ର ପ୍ରଦେଶ , ପଶ୍ଚିମ ବଙ୍ଗଳା ଓ ଚଣ୍ଡିଗଡ ରୁ ଜଣେ ରୋଗୀ ସାମ୍ନା କୁ ଆସିଛନ୍ତି ।

Leave a Reply

Your email address will not be published.