ଯାତ୍ରୀମାନଙ୍କ ପାଇଁ ଖୁସି ଖବର : ଏବେ ଫ୍ରି ରେ କରିପାରିବେ ଟ୍ରେନ ଟିକେଟ ବୁକିଂ ! ଜାଣନ୍ତୁ କେମିତି କରିବେ !

ରେଳ ଯାତ୍ରୀଙ୍କ ପାଇଁ କାମର ଖବର ଅଟେ | ବର୍ତ୍ତମାନ ଆପଣ ଫ୍ରିରେ ମଧ୍ୟ ଟ୍ରେନରେ ଯାତ୍ରା କରିପାରିବେ | ଯଦି ଆପଣଙ୍କ ଜେବରେ ପଇସା ନାହିଁ କିମ୍ବା ଆପଣଙ୍କ ସ୍ୟାଲେରୀ ଆସିନାହିଁ ଏବଂ ଆପଣ କୌଣସି ସ୍ଥାନକୁ ବୁଲିଯିବାପାଇଁ ପ୍ଲାନ କରୁଛନ୍ତି, ତେବେ ଆପଣଙ୍କୁ ଭୟ କରିବା ଦରକାର ନାହିଁ | ବର୍ତ୍ତମାନ ଆପଣ ସହଜରେ ଖାଲି ଜେବ ସତ୍ତ୍ୱେ ଟିକେଟ ବୁକ ମଧ୍ୟ କରିପାରିବେ ଏବଂ ସପିଙ୍ଗ ମଧ୍ୟ କରିପାରିବେ |

ବାସ୍ତବରେ, ଭାରତରେ ବୟ ନାଓ ପେ ଲେଟର ବହୁତ ଦ୍ରୁତ ଗତିରେ ଗ୍ରୋଥ କରୁଛି | ସପିଙ୍ଗ ଏବଂ ଟ୍ରାଭେଲକୁ ଭଲ ପାଉଥିବା ଲୋକମାନେ ଖୁବ ଦ୍ରୁତ ଗତିରେ ଏହାର ଆଡକୁ ଆକର୍ଷିତ ହେଉଛନ୍ତି | କୁହାଯାଉଛି ଯେ ଭାରତର BNPL ବଜାର ୨୦୨୬ ପର୍ଯ୍ୟନ୍ତ ବଢି ୪୫-୫୦ ଅରବ ଡଲାର ହୋଇଯିବ, ଯାହା ବର୍ତ୍ତମାନ ୩୩.୫ ଅରବ ଡଲାରରେ ରହିଛି |

ବାସ୍ତବରେ, ‘ବୟ ନାଓ ପେ ଲେଟର’ ଅଧୀନରେ କମ୍ପାନୀ କିଣିବିକା ପାଇଁ ଋଣ ଦେଇଥାଏ | ଏହି ଅପସନ ବିଶେଷକରି ସେହି ଲୋକଙ୍କ ପାଇଁ ଲାଭକାରୀ ଅଟେ, ଯେଉଁମାନଙ୍କ ପାଖରେ କ୍ରେଡିଟ କାର୍ଡ ନାହିଁ ଏବଂ ସେମାନଙ୍କୁ ଅଚାନକ କୌଣସି ଜିନିଷ କିଣିବାର ଅଛି | ଆପଣ ଏହାଦ୍ୱାରା ଟିକେଟ ମଧ୍ୟ ବୁକ କରିପାରିବେ | ଆସନ୍ତୁ ଜାଣିବା, କଣ ରହିଛି ଏହାର ପେମେଂଟର ପଦ୍ଧତି |

‘ବୟ ନାଓ ପେ ଲେଟର’ର ବିଶେଷତା :-

– ଯଦି ଆପଣଙ୍କ ପାଖରେ ପଇସା ନାହିଁ, ତେବେ ମଧ୍ୟ ଆପଣ କିଣାବିକା କରିପାରିବେ |

– ଇ-କମର୍ସ କମ୍ପାନୀଗୁଡ଼ିକ ଉପରେ କିଣାବିକା ପାଇଁ ‘ବୟ ନାଓ ପେ ଲେଟର’ର ବିକଳ୍ପ ଭଲ ଅଟେ |

– ଏହା ଛୋଟ ଅବଧିର ଋଣ ଅଟେ |

– କ୍ରେଡିଟ କାର୍ଡର ବିକଳ୍ପ, କ୍ରେଡିଟ କାର୍ଡ ତୁଳନାରେ ଶସ୍ତା ଲୋନ ଦେଇଥାଏ |

– ମୋଟ କିଣା ରାଶିର ଗୋଟିଏ ଛୋଟ ଡାଉନ ପେମେଂଟ ଦେବାକୁ ପଡିଥାଏ |

– ଛୋଟ ଅବଧିରେ ଏଥିରେ ଚାର୍ଜ ଲାଗେନାହିଁ | ଗୋଟିଏ ଡିୟୁ ଡେଟ ପରେ ହିଁ ସୁଧ ଦେବାକୁ ପଡିଥାଏ |

– BPNL କମ ଖର୍ଚ୍ଚ ଏବଂ ଅଧିକ ସୁବିଧାଜନକ ଅଟେ |

– ଏଥିରେ ଆପଣ EMI ରେ ପେମେଂଟ କରିପାରିବେ |

– କିଣାବିକାର ତାରିଖଠାରୁ ପରବର୍ତ୍ତୀ ୧୪ରୁ ୨୦ଦିନ ମଧ୍ୟରେ ପେମେଂଟ କରିପାରିବେ |

– ଠିକ ସମୟରେ ପେମେଂଟ ନ କରିଲେ ୨୪% ପର୍ଯ୍ୟନ୍ତ ସୁଧ ଦେବାକୁ ପଡେ |

– EMI ର ବିକଳ୍ପରେ ମରଚେଟର ସୁଧ ଦେଲେ ଗ୍ରାହକ ଉପରେ ଭରା ପଡେନାହିଁ |

ବୟ ନାଓ ପେ ଲେଟର ଭଲ ବିକଳ୍ପ ଅଟେ :-

– ବ୍ୟାଙ୍କ, ୨୦ରୁ ଅଧିକ ଫିନଟେକ କମ୍ପାନୀ ଏହି ସୁବିଧା ଦେଉଛି |

– ୨୦୨୫ ପର୍ଯ୍ୟନ୍ତ BNPL ମାର୍କେଟ ୭.୪୧ ଲକ୍ଷ କୋଟିର ହେବ |

– ଇ-କମର୍ସରେ ମାର୍କେଟ ସେୟାର ୩%ରୁ ୨୦୨୪ ପର୍ଯ୍ୟନ୍ତ ୯% ପର୍ଯ୍ୟନ୍ତ ହେବ |

– ଫୁଡ , ଟ୍ରାଭେଲ, ଭଡା ଏବଂ ଅନ୍ୟ ପ୍ଲାଟଫର୍ମରେ ମଧ୍ୟ ଏହି ବିକଳ୍ପ ପପୁଲାର ହେବ |

– କ୍ରେଡିଟ କାର୍ଡର ବିକଳ୍ପ ଭାବରେ ‘ବୟ ନାଓ ପେ ଲେଟର’ ଗୋଟିଏ ଭଲ ବିକଳ୍ପ ଅଟେ |

Leave a Reply

Your email address will not be published.