ଅଶ୍ଵିନୀଙ୍କ ବଡ଼ ବୟାନ : ଏମିତି ବି ଅନୁଭବ ହୋଇଥିଲା, ମୋତେ କେହି ବସ୍ ଚକା ତଳକୁ ଠେଲିଦେବା ପରି ଲାଗିଥିଲା !

ପୁଣିଥରେ ବିବାଦ ଘେରରେ କ୍ରିକେଟ। ବର୍ତ୍ତମାନ କିଛିଦିନର ନୀରବତା ପରେ ବର୍ତ୍ତମାନ ନୂଆ ବିବାଦ ପୁଣିଥରେ ମୁଣ୍ଡ ଟେକିଛି। ସର୍ବଦା ଚର୍ଚ୍ଚାର ପରିସରରେ ରହୁଥିବା ରବି ଶାସ୍ତ୍ରୀଙ୍କୁ ବର୍ତ୍ତମାନ ପୁଣି ଚର୍ଚ୍ଚାରେ ରହିଛନ୍ତି। ତେବେ ଏହି ଚର୍ଚ୍ଚା କୌଣସି ଅନ୍ୟ ଦେଶର ଖେଳାଳି କରିନାହାଁନ୍ତି। ବରଂ ଖୋଲା ଖୋଲି ଭାବରେ ସମାଲୋଚନା କରିଛନ୍ତି ସ୍ପିନର ରବିଚନ୍ଦ୍ର ଅଶ୍ବିନୀ।

ସେ କହିଛନ୍ତିକି ଦଳର ଅବହେଳା କାରଣରୁ ଏବଂ ଶାସ୍ତ୍ରୀଙ୍କ ପାଇଁ ସେ ବହୁବାର ଖେଳରୁ ଅବସର ନେବା ପାଇଁ ମନସ୍ଥ କରିଥିଲେ। ଜାତୀୟ ଗଣମାଧ୍ୟମରେ ସାକ୍ଷାତକାରରେ ଅଶ୍ବିନୀ କହିଛନ୍ତିଯେ, ମୋତେ ଏକଦା ବସ ଚକା ତଳକୁ ଠେଲିଦେବା ପରି ଅନୁଭବ କରାଇଥିଲେ। ଫଳରେ ଗୋଟିଏ ନୁହେଁ କି ଦୁଇଟି ନୁହେଁ ଏମିତି ଅନେକ କାରଣରୁ ମୁଁ ଅବସର ନେବା କଥା ଚିନ୍ତା ମଧ୍ୟ କରିଥିଲି।

ଦଳରେ ଅନେକ ଲୋକଙ୍କୁ ସମର୍ଥନ ମିଳୁଛି ମୋତେ କାହିଁକି ମିଳୁନାହିଁ? ବେଳେ ବେଳେ ଲୋକମାନେ ମୋର ଆଘାତକୁ ନେଇ ସମ୍ବେଦନଶୀଳ ନୁହଁନ୍ତି ବୋଲି ମୁଁ ଭାବିଥାଏ। ୨୦୧୯ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟ ପରେ କୋଚ ରବି ଶାସ୍ତ୍ରୀ କୁଲଦୀପ ଯାଦବଙ୍କୁ ବିଦେଶରେ ଭାରତର ଏକ ନମ୍ବର ସ୍ପିନର ଭାବରେ ଘୋଷଣା କରିବା ପରେ ଏପରି ମନରେ ଭାବନା ଆସିଥିଲା ବୋଲି ଅଶ୍ଵିନୀ କହିଛନ୍ତି।

ସେ କହିଛନ୍ତିଯେ, ‘ରବିଭାଇଙ୍କୁ ଆମେ ସମସ୍ତେ ସମ୍ମାନ କରୁ। ମୋ ମନରେ ମଧ୍ୟ ତାଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଅଛି। କିନ୍ତୁ ବ୍ୟକ୍ତିଗତ ଭାବରେ ଶାସ୍ତ୍ରୀଙ୍କର ମନ୍ତବ୍ୟ ମୋତେ ବହୁତ ବାଧିଥିଲା। କୁଲଦୀପଙ୍କ ସଫଳତା ପାଇଁ ମୁଁ ବହୁତ ଖୁସିଥିଲି। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ମୁଁ କେବେ ୫ ୱିକେଟ ପାଇନଥିଲି, କିନ୍ତୁ କୁଲଦୀପ ପାଇଥିଲେ। ଏହା ଏକ ବହୁତ ବଡ ସଫଳତା ଅଟେ।

ଅଷ୍ଟ୍ରେଲିଆ ବିପକ୍ଷରେ ଏ ସଫଳତା ମୋ ପାଇଁ ବହୁତ ଗୁରତ୍ୱ ରଖିଥିଲା। ତଥାପି ମୁଁ ମଧ୍ୟ ଦଳ ପାଇଁ କିଛି କମ କରିନାହିଁ। ଦେଶ ପାଇଁ ମୁଁ ଅନେକ ମ୍ୟାଚ ଜିତିଛି। କିନ୍ତୁ ବିଦେଶ ମାଟିରେ ଭାରତର ଏକ ନମ୍ବର ସ୍ପିନର ଭାବରେ କୁଲଦୀପଙ୍କୁ ଶାସ୍ତ୍ରୀଙ୍କର ଘୋଷଣା ମୋତେ ବହୁତ ଆଘାତ ଦେଇଥିଲା। ମୋତେ କେହି ବସର ଚକା ତଳକୁ ଫିଙ୍ଗିଦେବା ପରି ଲାଗିଥିଲା। ମୋତେ କିନ୍ତୁ ସେଥିରୁ ବାହାରି ଦଳର ସଫଳତାକୁ ଉପଭୋଗ କରିବାର ଥିଲା। ଆଉ ମୁଁ ଦଳର ବିଜୟ ଉତ୍ସବରେ ମଧ୍ୟ ଯୋଗ ଦେଇଥିଲି।

ତେବେ କିମ୍ବଦନ୍ତୀ ସ୍ପିନର ଅନିଲ କୁମ୍ବଲେ ଏବଂ କପିଲ ଦେବଙ୍କ ପରେ ଅଶ୍ୱିନୀ ସର୍ବାଧିକ ଟେଷ୍ଟ ୱିକେଟ ନେଇଥିବା ତୃତୀୟ ବୋଲର ଅଟନ୍ତ। ମାତ୍ର ସେ ୨୦୧୮ ରୁ ୨୦୨୦ ମଧ୍ୟରେ ଦଳର ଅବହେଳା ପାଇଁ ଅବସର ନେବା ପାଇଁ ବାରମ୍ବାର ମନସ୍ଥ କରିଥିବା ସର୍ବ ସମ୍ମୁଖରେ ସେ ଏହା ଖୁଲାସା କରିଛନ୍ତି। ଆଉ ଅଶ୍ବିନୀଙ୍କର ଏହି ବିସ୍ଫୋରକ ବୟାନ ପରେ କ୍ରିକେଟ ଜଗତରେ ଆଉ ଏକ ବିବାଦ ସୃଷ୍ଟି ହୋଇଯାଇଛି।

Leave a Reply

Your email address will not be published.