ଆଇଓସିଏଲରେ ଚାକିରି ପାଇଁ ସୁଯୋଗ, ୧୦ମ ଶ୍ରେଣୀ ପାସ କରି ଆଇଟିଆଇ କରିଥିଲେ ଜଲଦି କରନ୍ତୁ ଆବେଦନ ! ଜାଣନ୍ତୁ ନିଯୁକ୍ତି ବିଷୟରେ ସମ୍ପୂର୍ଣ ସୂଚନା !
ବେକାର ଯୁବକ ଯୁବତୀମାନଙ୍କ ପାଇଁ ଚାକିରିର ସୁଯୋଗ। ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡରେ ଚାକିରି ଖୋଜୁଛନ୍ତି କି? ତେବେ ଆପଣମାନଙ୍କ ପାଇଁ ଖୁସିର ଖବର ଆସିଛି। ଯଦି ଆପଣ ଏଠାରେ ଚାକିରି କରିବାକୁ ଚାହୁଁଛନ୍ତି ତେବେ ତୁରନ୍ତ ଆବେଦନ କରନ୍ତୁ। ଆଇଓସିଏଲରେ ଟେକ୍ନିସିଆନ ଏବଂ ଟ୍ରେଡ ଆପରଣ୍ଟିସ ୩୦୦ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଇଚ୍ଛା କରୁଥିବା ଏବଂ ଯୋଗ୍ଯ ପ୍ରାର୍ଥୀ ଏହାର ଅଫିସିଆଲ ୱେବସାଇଟକୁ ଯାଇ iocl.comକୁ ଯାଇ ଅନଲାଇନରେ ଆବେଦନ କରିପାରିବେ।
ଜାରି କରାଯାଇଥିବା ନୋଟିଫିକେସନ ଅନୁସାରେ, ଆବେଦନର ପ୍ରକ୍ରିୟା ଅନଲାଇନ ମାଧ୍ୟମରେ ୧୦ ଡିସେମ୍ବର ୨୦୨୧ ଠାରୁ ଆରମ୍ଭ ହୋଇ ଆବେଦନ ପ୍ରକ୍ରିୟା ୨୫ ଡିସେମ୍ବର ୨୦୨୧ରେ ଶେଷ ହେବ। ଇଚ୍ଛା କରୁଥିବା ପ୍ରାର୍ଥୀମାନେ ଆବେଦନ କରିବା ପୂର୍ବରୁ ଭଲଭାବରେ ନୋଟିଫିକେସନ ପଢନ୍ତୁ। ଅଫିସିଆଲ ୱେବସାଇଟକୁ ଯାଇ ଆପଣ ଫର୍ମକୁ ପୂରଣ କରିବା ସମୟରେ କୌଣସି ପ୍ରକାର ଭୁଲ କରନ୍ତୁ ନାହିଁ। ଏହି ସମୟରେ କୌଣସି ଭୁଲ ହୁଏ, ତେବେ ଆପଣଙ୍କର ଫର୍ମକୁ ରଦ୍ଦ କରିଦିଆଯିବ।
ପଦବୀ ବିବରଣୀ: ୩୦୦
ଟ୍ରେଡ ଅପାରଣ୍ଟିସ: ୧୦୩
ଟେକ୍ନିସିଆନ ଅପାରଣ୍ଟିସ: ୫୫
ଟ୍ରେଡ ଅପାରଣ୍ଟିସ୍(ସେଲ୍ସ ଆସୋସିଏଟ): ୧୦
ଟ୍ରେଡ ଅପାରଣ୍ଟିସ୍ ଆକାଉଣ୍ଟ: ୧୨୨
ଡାଟା ଏଣ୍ଟ୍ରି ଅଫିସର: ୧୦
ମାସିକ ଦରମା: ୪୦ ହଜାରରୁ ଆରମ୍ଭ କରି ୧,୪୦,୦୦୦ ଟଙ୍କା।
ଜରୁରୀ ତାରିଖ:-
ଆବେଦନ କରିବାର ଶେଷ ତାରିଖ ୨୭ ଡିସେମ୍ବର ୨୦୨୧ ରହିଛି। ପରୀକ୍ଷା ୯ ଜାନୁଆରୀ ୨୦୨୨ ରହିଥିବା ବେଳେ ଡକ୍ୟୁମେଣ୍ଟ ଭେରିଫିକେସନ ଜାନୁଆରୀ ୧୭ ତାରିଖରେ ରହିଛି।
ଶିକ୍ଷାଗତ ଯୋଗ୍ୟତା:-
ମାନ୍ୟତାପ୍ରାପ୍ତ ଭାରତୀୟ ବିଶ୍ୱବିଦ୍ୟାଳୟରୁ ରସାୟନ ବିଜ୍ଞାନ କିମ୍ବା ଅନ୍ୟ କୌଣସି ବିଷୟରେ ମାଷ୍ଟର ଡିଗ୍ରୀ କରିଥିବା ଜରୁରୀ। ଆଉ ବିଭିନ୍ନ ପଦବୀ ପାଇଁ ବିଭିନ୍ନ ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି। ଅଧିକ ଜାଣିବା ପାଇଁ ଆପଣ ଅଫିସିଆଲ ୱେବସାଇଟକୁ ଯାଇ ଚେକ କରିପାରିବେ।
ବୟସର ସୀମା:-
ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ୨୪ ବର୍ଷ ହେବା ଜରୁରୀ ଅଟେ।
ଆବେଦନର ଶୁଳ୍କ:-
ଏହିସବୁ ପଦବୀରେ ଆବେଦନ କରିବା ପାଇଁ କୌଣସି ଶୁଳ୍କ ଦେବାକୁ ହେବ ନାହିଁ।
ଚୟନର ପ୍ରକ୍ରିୟା:-
ଏହି ପଦରେ ଚୟନ ପ୍ରକ୍ରିୟା ଲିଖିତ ପରୀକ୍ଷା ଅନୁସାରେ କରାଯିବ।
ଏମିତି ଆବେଦନ କରନ୍ତୁ:-
– ପ୍ରଥମେ ଆପଣ ଅଫିସିଆଲ ୱେବସାଇଟକୁ ଯାଆନ୍ତୁ।
– ଅଫିସିଆଲ ୱେବସାଇଟକୁ ଯିବା ପରେ ସେଠାରେ ଏପ୍ଲାଏ ଲିଙ୍କ ଉପରେ କ୍ଲିକ କରନ୍ତୁ।
– ପରେ ସେଠାରେ ନିଜର ବ୍ଯକ୍ତିଗତ ବିବରଣୀକୁ ଭରି ସବମିଟ କରନ୍ତୁ।
– ଫର୍ମର ଏକ ଫଟୋ କପି ନିଜ ପାଖରେ ରଖନ୍ତୁ।
ଅଧିକ ଜାଣିବା ପାଇଁ ଆପଣ ଏଠାରେ କ୍ଲିକ କରନ୍ତୁ:-
https://ioclsrmd.onlinereg.in/kali1121reg/Home.aspx
https://ioclsrmd.onlinereg.in/kali1121reg/Images/Advertisement_1121.pdf
https://iocl.com/