ଦୁଇ ଭଉଣୀକୁ ଭଲପାଇ ବସିଲେ ଦୁଇ ସାଙ୍ଗ, ଆଉ ୨ ଭଉଣୀକୁ ଧରି ଫେରାର ହୋଇଗଲେ ! ଜାଣନ୍ତୁ ଏହି ଅଜବ ପ୍ରେମର ଭୟଙ୍କର ପରିଣତି ବିଷୟରେ !

ଦୁଇ ଯୁବକ ପରସ୍ପରର ଭଉଣୀଙ୍କୁ ନେଇ ଫେରାର ହୋଇଗଲେ। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ କିନ୍ତୁ କଥାଟି ଅଟେ ସତ। କିନ୍ତୁ, ଅମରୋହା ହସନପୁର ଅଞ୍ଚଳରୁ ଏହିଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏହି ଦୁଇ ପ୍ରେମୀଯୁଗଳ ଘରୁ ଫେରାର ହୋଇଯାଇଥିବା ସମୟରେ ଜଣେ ନାବାଳିକା ଏଥିରେ ସମ୍ପୃକ୍ତ ଥିବାରୁ ସେମାନଙ୍କୁ ଅସୁବିଧାର ସାମ୍ନା ହେବାକୁ ପଡିଛି।

ମିଳିଥିବା ସୂଚନା ଅନୁସାରେ ଗଜରାଉଲା ପୋଲିସ ଷ୍ଟେସନ ପରିସରରେ ରହୁଥିବା ଯୁବକଙ୍କର ପରିବାର ହାସନପୁର କୋତୱାଲିର ଗଙ୍ଗା ବନ୍ଧରେ ଥିବା ଗାଆଁରେ ଚୁକ୍ତିଭିତ୍ତିକ ଚାଷ କାର୍ଯ୍ୟ କରନ୍ତି। ତାଙ୍କର ପରିବାର ଚାଷ ଜମି ଉପରେ ନିର୍ମିତ ଏକ କୁଟୀରରେ ରୁହନ୍ତି। ସେହିପରି କୁଟୀର ପାଖରେ ଆଉ ଜଣେ ଯୁବକଙ୍କର ଚାଷ ଜମି ରହିଛି। ଏବଂ ସେମାନେ ମଧ୍ୟ ସେହିଠାରେ ରୁହନ୍ତି। ପାଖାପାଖି ରହୁଥିବାରୁ ଦୁଇ ଯୁବକଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ସ୍ଥାପନ ହୋଇଥିଲା। କିନ୍ତୁ, ସବୁଠାରୁ ବଡ଼ କଥା ହେଉଛିକି ଉଭୟେ ପରସ୍ପରର ଭଉଣୀକୁ ଭଲ ପାଉଥିଲେ। ମାତ୍ର ଚାରି ଦିନର ବ୍ୟବଧାନ ମଧ୍ୟରେ ଦୁହେଁ ପରସ୍ପରର ଭଉଣୀକୁ ନେଇ ଫେରାର ହୋଇଯାଇଥିଲେ।

ଏହି ଘଟଣା ଜାଣିବା ପରେ ଉଭୟଙ୍କର ପରିବାର ଏ ବିଷୟରେ ସ୍ଥାନୀୟ ଥାନାରେ ଏକ ଏତଲା ଦେଇଥିଲେ। ଏହି ଏତଲାକୁ ଆଧାର କରି ପୋଲିସ ସେମାନଙ୍କ ଭିତରୁ ଏକ ପ୍ରେମୀଯୁଗଳଙ୍କୁ ଧରିବାରେ ସଫଳ ହୋଇଥିଲେ ମଧ୍ୟ ସେମାନେ ସାବାଳକ ହୋଇଥିବାରୁ ତାଙ୍କୁ ବିବାହ କରିବା ପାଇଁ ଅନୁମତି ମିଳିଯାଇଛି। ତେବେ, ଅନ୍ୟର ଗାର୍ଲଫ୍ରେଣ୍ଡର ବୟସ କମ ଥିବା କାରଣରୁ ସେ ଆଇନଗତ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି ପ୍ରେମୀ ଯୁଗଳଙ୍କୁ ପୋଲିସ ରାଜସ୍ଥାନରୁ ଠାବ କରିଥିବା ସମୟରେ ସେମାନେ ବିବାହ କରିବା ପାଇଁ କହିଥିଲେ। ତେବେ, ଝିଅର ବୟସ ୧୮ ବର୍ଷରୁ କମ ହୋଇଥିବାର ନେଇ ପରିବାର ଲୋକ ଅଭିଯୋଗ କରିଥିଲେ। ଯାହା ପରେ ପୋଲିସ ତାଙ୍କର ଡାକ୍ତରୀ ପରୀକ୍ଷା କରିବ ବୋଲି ନିଷ୍ପତ୍ତି ନେଇଛି।

Leave a Reply

Your email address will not be published.