ହନିମୁନରେ ସାଙ୍ଗମାନଙ୍କୁ ମଧ୍ୟ ସାଥିରେ ଯିବା ପାଇଁ ବାଧ୍ୟ କଲା ବର ,ତାପରେ କନ୍ୟାର କାର୍ଯ୍ୟକଳାପ ଦେଖି ଅବସ୍ଥା ଖରାପ !

ବିବାହ ପରେ ପ୍ରତ୍ୟେକ କପଲ ହନିମୁନ ଯିବାପାଇଁ ଅପେକ୍ଷା କରି ରହିଥାନ୍ତି । କିଛି ଲୋକ ତ ବିବାହ ପୂର୍ବରୁ ହିଁ ହନିମୁନ ପାଇଁ ପ୍ଲାନିଂ କରିଥାନ୍ତି । ତେବେ ସେମାନେ କେବଳ ଏକୁଟିଆ ହିଁ ହନିମୁନ ରେ ଯିବାକୁ ଚାହିଁଥାନ୍ତି । ତେବେ ଏପରି ପରିସ୍ଥିତିରେ ଟିକେ ଭାବନ୍ତୁ ଯଦି ବର ନିଜ ହନିମୁନ ରେ କନ୍ୟା ସହିତ ସାଙ୍ଗମାନଙ୍କୁ ମଧ୍ୟ ନେଇଯିବ, ସେତେବେଳେ କଣ୍ ହେବ । ସାଙ୍ଗମାନେ କେତେ ଦୁଷ୍ଟ ହୋଇଥାନ୍ତି ଆମେ ତ ସମସ୍ତେ ଜାଣିଛନ୍ତି ଏବଂ ହନିମୁନ ଭଳି ପ୍ରାଇଭେଟ୍ ମୁହୂର୍ତ୍ତରେ ସାଙ୍ଗମାନେ ଯିବା କଥା ବହୁତ୍ ଅଜବ ମଧ୍ଯ ଅଟେ । କେତେବେଳେ କୋଉ ସାଙ୍ଗର ପ୍ରକୃତି ଖରାପ ହୋଇଯିବ କିମ୍ବା କନ୍ୟା ସୁରକ୍ଷିତ ବୋଲି ମନେ ନ କରିବ, ଏହି ବିଷୟରେ କିଛି ବି କୁହାଯାଇ ପାରିବନାହିଁ ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ବର ସହିତ ପରିଚିତ କରିବାକୁ ଯାଉଛୁ, ଯିଏକି ନିଜ ହନିମୁନ ରେ ସାଙ୍ଗମାନଙ୍କୁ ନିମନ୍ତ୍ରଣ କରିଦେଲା ।

ସ୍ତ୍ରୀ ଜାଣିବାପରେ ହେଲା ଏମିତି କିଛି :-

ବର ନିଜ ସାଙ୍ଗମାନଙ୍କୁ ହନିମୁନ କୁ ଯିବାପାଇଁ ତ କଥା ଦେଇଦେଲେ, କିନ୍ତୁ ବିବାହ ପରେ ହନିମୁନ ଯିବାକୁ ସମୟ ଆସିଲା, ସେତେବେଳେ ମାମଲା ଗଡବଡ ହୋଇଗଲା । ଯେତେବେଳେ ସେ ଏହି କଥା ନିଜ ସ୍ତ୍ରୀକୁ କହିଲେ, ସେତେବେଳେ ହଙ୍ଗାମା ହେଇଗଲା । ଏହାପରେ ଏମିତି କିଛି ହେଲା ଯେ ବର କେବେ ଚିନ୍ତା ମଧ୍ୟ କରିନଥିଲା ।

କନ୍ୟା ନିଜେ ନିଜର ହନିମୁନ ର ଏହି କାହାଣୀ ସୋସିଆଲ ମିଡ଼ିଆ ୱେବସାଇଟ ରେ ସେୟାର କରିଛନ୍ତି । ସେ କହିଛନ୍ତି ଯେ କିପରି ତାଙ୍କର ନୂଆଁ ସ୍ବାମୀ ବିବାହ ପୂର୍ବରୁ ସାଙ୍ଗମାନଙ୍କୁ ନିଜର ହନିମୁନ ପ୍ଲାନ୍ କରିବାର ଦାୟିତ୍ଵ ଦେଇଦେଲେ ।

ତାପରେ ସୀମା ତ ସେତେବେଳେ ପାର ହୋଇଗଲା, ଯେତେବେଳେ ସେ ବାହାଘର ପରେ ସାଙ୍ଗମାନଙ୍କୁ ହନିମୁନ ରେ ଯିବା କଥା କହିବାକୁ ଲାଗିଲା । କନ୍ୟା କହିଛି ଯେ ଯେତେବେଳେ ସେ ଏକଥା ଜାଣିବାକୁ ପାଇଲେ, ସେତେବେଳେ ସେ ନିଜ ସ୍ବାମୀଙ୍କୁ ବହୁତ୍ ଗାଳିଗୁଲଜ କରି ଅନେକ କଥା ସୁନାଇଲେ । ସେହିପରି ସେ ସ୍ଵାମୀଙ୍କ ସାଙ୍ଗମାନଙ୍କୁ ମଧ୍ୟ ଜବରଦସ୍ତ ପାଟି କଲେ ।

ବର ନିଜ ସ୍ତ୍ରୀକୁ ବୁଝାଇବାକୁ ବହୁତ୍ ଚେଷ୍ଟା କଲା, କିନ୍ତୁ ସେ ମାନିଲା ନାହିଁ । ସେ ହନିମୁନ ରେ ଆଉ କାହାକୁ ନେବାପାଇଁ ସଫା ସଫା ମନା କରିଦେଲେ । ସେ ନିଜ ସ୍ବାମୀଙ୍କୁ ବଡ ବୋକା ବୋଲି କହିଲେ । ଏହାପରେ ବର ନିଜ ସାଙ୍ଗମାନଙ୍କୁ ସବୁକଥା କହିଲା । ତେବେ ପରେ ତାଙ୍କ ସାଙ୍ଗମାନେ ତାଙ୍କ ସହିତ ହନିମୁନ ରେ ଗଲେ କି ନାହିଁ ଏହି ସୂଚନା ବର୍ତ୍ତମାନ ମଧ୍ୟ ସାମ୍ନାକୁ ଆସି ନାହିଁ ।

Leave a Reply

Your email address will not be published.