ସରକାରଙ୍କ ଏହି ସ୍କିମର ଲାଭ ଉଠାନ୍ତୁ, ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ନଥିଲେ ବି ଉଠାଇପାରିବେ ୧୦ ହଜାର,ଜାଣନ୍ତୁ କିପରି !

ଯଦି ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ପ୍ରଧାନମନ୍ତ୍ରୀ ଜନଧନରେ ଖାତା ଖୋଲିନାହାଁନ୍ତି ତେବେ ଆପଣ ଏକ ବହୁତ ସୁନ୍ଦର ସୁଯୋଗ ହରାଉଛନ୍ତି ବୋଲି ଜାଣନ୍ତୁ। ଏହାଦ୍ୱାରା ଖାତାଧାରକଙ୍କୁ ଅନେକ ପ୍ରକାର ଲାଭ ମିଳୁଛି ଯାହାକୁ ଜାଣିବା ପରେ ଆପଣ ମଧ୍ୟ ଏହି ଖାତା ଖୋଲିବାକୁ ଇଚ୍ଛା କରିବେ। ଜିରୋ ବାଲାନ୍ସରେ ଖୋଲାଯାଉଥିବା ଜନଧନ ଖାତାରେ ଦେଶରେ ପ୍ରାୟ ୪୧ କୋଟିରୁ ଅଧିକ ଲୋକ ଯୋଡି ହୋଇସାରିଲେଣି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅନୁସାରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଗୋଟେ ଟଙ୍କାଟିଏ ନଥିଲେ ମଧ୍ୟ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଅର୍ଥରାଶି ଆପଣ ଏଥିରେ ଉଠାଇପାରିବେ।

ଆଜ୍ଞା ହଁ, ଯଦି ଆପଣ ପ୍ରଧାନମନ୍ତ୍ରୀ ଜନଧନ ଖାତା ଖୋଲିଛନ୍ତି ତେବେ ଜାଣିରଖନ୍ତୁ ଜିରୋ ବାଲାନ୍ସରେ ମଧ୍ୟ ଆପଣ ୧୦ ହଜାର ଟଙ୍କା ଉଠାଇପାରିବେ। ଆପଣ ଚାହିଁଲେ କ୍ୟାସ ମଧ୍ୟ ବାହାର କରିପାରିବେ। କିମ୍ବା କିଣାକିଣି ମଧ୍ୟ କରିପାରିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁଯେ ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନଧନ ଯୋଜନାକୁ ନେଇ ଘୋଷଣା କରିଥିଲେ। ଯାହାପରେ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୪୧ କୋଟିରୁ ଅଧିକ ଲୋକ ଖାତା ଖୋଲିସାରିଛନ୍ତି। ଏହି ଯୋଜନାରେ ଖାତାଧାରକ ୧୦ ହଜାର ଟଙ୍କା ହାସଲ କରିପାରିବେ।

ଯଦି ଆପଣଙ୍କ ପାଖରେ ଜନଧନ ବ୍ୟାଙ୍କରେ ଖାତା ରହିଛି ଏବଂ ଜିରୋ ବାଲାନ୍ସ ରହିଛି ତେବେ ଆପଣ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ଉଠାଇପାରିବେ। ଏଥିରେ ଆପଣଙ୍କୁ ରୁପେ ଡେବିଟ୍‌ କାର୍ଡ ମଧ୍ୟ ଦିଆଯାଇଛି। ଯାହା ଜରିଆରେ ଆପଣଙ୍କ ପାଇଁ ଟଙ୍କା ଉଠାଇବା କିମ୍ବା ଏହାର ବ୍ୟବହାର କରିବା ସହଜ ହୋଇପାରିବ। ଏହାବ୍ୟତୀତ ଜନଧନ ଯୋଜନାରେ ଅନେକ ପ୍ରକାର ସୁବିଧା ମଧ୍ୟ ଦିଆଯାଇଥାଏ।

ଏହି ସୁବିଧା ଜନଧନ ଯୋଜନାରେ ମିଳିଥାଏ:

– ଖାତା ଖୋଲିବା ପାଇଁ ନ୍ୟୁନତମ ବୟସର ସୀମା ରହିଛି ୧୦ ବର୍ଷ ରୁ ମଧ୍ୟ କମ।

– ରୂପେ ଏଟିଏମ କାର୍ଡ

– ୨ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା କଭର

– ୩୦ ହଜାର ଟଙ୍କାର ଲାଇଫ କଭର

– ଜମା ରାଶି ଉପରେ ସୁଧ

– ୧୦ ହଜାରର ଓଭରଡ୍ରାଫ୍ଟର ସୁବିଧା

– ସମସ୍ତ ବ୍ୟାଙ୍କରେ ଜନଧନ ଆକାଉଣ୍ଟ ଖୋଲିପାରିବେ

ଏହା ହେଉଛି ଜରୁରୀ କାଗଜପତ୍ର:-

ଯଦି ଆପଣ ମଧ୍ୟ ଜନଧନ ଖାତା ଖୋଲିବା ପାଇଁ ଚାହୁଁଛନ୍ତି ତେବେ ଏଥିପାଇଁ କିଛି ଜରୁରୀ କାଗଜପତ୍ରକୁ ଜମା କରିବାକୁ ପଡିଥାଏ। ଆଧାର କାର୍ଡ, ପାନ କାର୍ଡ କିମ୍ବା ଅନ୍ୟ କେଓ୍ଵାସୀ ଡକ୍ୟୁମେଣ୍ଟ, ସେଲ୍ଫ-ଆଟେଷ୍ଟେଡ ଫଟୋଗ୍ରାଫ ଆଦି। ଯଦି ଆପଣଙ୍କ ପାଖରେ ଆଧାର କାର୍ଡ ବ୍ୟତୀତ ଅନ୍ୟ କୌଣସି ଡକ୍ୟୁମେଣ୍ଟ ନାହିଁ ତେବେ ଆପଣ ସ୍ମଲ ଆକାଉଣ୍ଟ ଖୋଲିପାରିବେ। ଜନଧନ ଖାତାକୁ ଖୋଲିବା ପାଇଁ ଆପଣଙ୍କୁ କୌଣସି ପ୍ରକାରର ଶୁଳ୍କ ଦେବାକୁ ପଡିବ ନାହିଁ।

Leave a Reply

Your email address will not be published. Required fields are marked *