ସଫଳତାର କାହାଣୀ : କୃଷକଙ୍କର ୧୭ ବର୍ଷୀୟ ଝିଅ ଜିତିଲା ତିନି କୋଟି ଟଙ୍କାର ସ୍କଲାରସିପ ! ଜାଣନ୍ତୁ ତାଙ୍କ ସଫଳତାର କାହାଣୀ !

ଜଣେ କୃଷକଙ୍କ ଝିଅ କେବଳ ଦେଶରେ ନୁହେଁ ବରଂ ସାରା ଦୁନିଆରେ ନିଜର ଏବଂ ନିଜ ଅଂଚଳର ନାମ ରଖିଛି | ମାତ୍ର ୧୭ ବର୍ଷ ବୟସରେ ତାମିଲନାଡୁର ଝିଅ ସ୍ୱେଗା ସ୍ଵାମୀନାଥଂ ଆମେରିକାର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟରୁ ଗୋଟିଏ ୟୁନିଭର୍ସିଟି ଅଫ ଚିକାଗୋରୁ ପ୍ରାୟ ତିନି କୋଟି ଟଙ୍କାର ଛାତ୍ରବୃତ୍ତି ପାଇଛନ୍ତି |

ତାମିଲନାଡୁର ଇରୋଡ଼ ଜିଲ୍ଲାର ଗାଁରେ ରୁହନ୍ତି ସ୍ୱେଗା ସ୍ଵାମୀନାଥଂ :-

ତାମିଲନାଡୁର ଇରୋଡ଼ ଜିଲ୍ଲାର ବାସିନ୍ଦା ୧୭ ବର୍ଷୀୟ ଝିଅ ସ୍ୱେଗା ସ୍ଵାମୀନାଥଂଙ୍କୁ ଆମେରିକାରେ ଚିକାଗୋ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିବାପାଇଁ ପୁରା ତିନି କୋଟି ଟଙ୍କାର ସ୍କଲାରସିପ ମିଳିଛି | ସ୍ୱେଗା ସ୍ଵାମୀନାଥଂଙ୍କ ବାପା ଜଣେ କୃଷକ ଅଟନ୍ତି | ତାଙ୍କ ପରିବାର ଇରୋଡ଼ ଜିଲ୍ଲାର କଶିପାଲୟମ ନାମକ ଗୋଟିଏ ଛୋଟ ଗାଁରେ ରୁହନ୍ତି |

ସଂଗଠନରେ ଯୋଗଦେଇ ଶିଖିଲେ ନେତୃତ୍ୱ କୌଶଳ :-

ଏହି ସଫଳତା ହାସଲ କରିବାରେ ସ୍ୱେଗାଙ୍କୁ ଡେକ୍ସଟେରୀଟି ଗ୍ଲୋବାଲ ସଂଗଠନ ସାହାଯ୍ୟ କରିଛି | ଡେକ୍ସଟେରୀଟି ଗ୍ଲୋବାଲ ତରଫରୁ କୁହାଯାଇଛି ଯେ ଇରୋଡ଼ର କଶିପାଲୟମ ଗାଁର ବାସିନ୍ଦା ସଂଗଠନରେ ଯୋଗଦେଇ ସେ ନେତୃତ୍ୱ ବିକାଶ ଏବଂ ବୃତ୍ତି ବିକାଶ କାର୍ଯ୍ୟକ୍ରମ ଅଧୀନରେ ତାଲିମ ଗ୍ରହଣ କରିଛନ୍ତି |

ସଙ୍ଗଠନକୁ ଦେଲେ ସଫଳତା ପାଇଁ ଧନ୍ୟବାଦ :-

ସେହିପରି ସ୍ୱେଗା ନିଜର ସଫଳତା ପଛରେ ମଧ୍ୟ ଡେକ୍ସଟେରୀଟି ଗ୍ଲୋବାଲ ଏବଂ ଏହାର ପ୍ରତିଷ୍ଠାତା ଶରଦ ସାଗରଙ୍କ ହାତ ରହିଛି ବୋଲି କହିଛନ୍ତି | ଛାତ୍ରବୃତ୍ତି ଉପରେ ନିଜର ଖୁସି ପ୍ରକାଶ କରି ସ୍ୱେଗା ସ୍ଵାମୀନାଥଂ କହିଛନ୍ତି ଯେ ଯେତେବେଳେ ସେ ୧୪ ବର୍ଷର ଥିଲେ, ସେତେବେଳେ ତାଙ୍କୁ ଡେକ୍ସଟେରୀଟି ଗ୍ଲୋବାଲ ଦ୍ୱାରା ପରିଚିତ ଏବଂ ପ୍ରସ୍ତୁତ କରାଯାଇଥିଲା |

Leave a Reply

Your email address will not be published.