ବିବାହର ଛଅ ମାସ ପରେ ଏକ ସନ୍ତାନକୁ ଜନ୍ମ ଦେଲା ନୂଆଁବୋହୂ,ରାଗରେ ବୋହୂକୁ ଘରୁ ବାହାର କରିଦେଲେ ଶଶୁର ! ଜାଣନ୍ତୁ ପୁରା ଘଟଣା

ବିବାହ ଜୀବନକୁ ନିଭାଇବା ବହୁତ କଷ୍ଟ ହୋଇଯାଇଥାଏ। ସମସ୍ତଙ୍କ ପାଇଁ ବିବାହ ଜୀବନ ଅତିବାହିତ କରିବା ବହୁତ ସହଜ ହୋଇନଥାଏ। କାରଣ କୌଣସି କାରଣ ବଶତଃ ବିବାହ ଦୀର୍ଘ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରେନାହିଁ। ଯଦି ସ୍ୱାମୀ ଓ ସ୍ତ୍ରୀ ପରସ୍ପରକୁ ବୁଝି ଓ ଖରାପ ପରିସ୍ଥିତିରେ ମଧ୍ୟ ପରସ୍ପରକୁ ସପୋର୍ଟ କରିପାରନ୍ତି ତାହେଲେ ସେମାନଙ୍କ ବୈବାହିକ ଜୀବନରେ କୌଣସି ଅସୁବିଧା ହୋଇନଥାଏ।

ସାଧାରଣତଃ ବୈବାହିକ ଜୀବନକୁ ନେଇ ବହୁତ ସାରା ଖବର ଏବେ ସାମ୍ନାକୁ ଆସୁଛି। ବିବାହ ପରେ ସ୍ବାମୀ ଓ ସ୍ତ୍ରୀ ନିଜର ଫ୍ୟାମିଲି ପ୍ଲାନ ଓ ପିଲା ପାଇଁ ଯୋଜନା କରିଥାଆନ୍ତି। ଯଦି କୌଣସି ମହିଳା ବିବାହର 6 ମାସ ପରେ ପିଲାକୁ ଜନ୍ମ ଦେଇଥାନ୍ତି ତାହେଲେ ଭାବି ପାରୁଥିବେ ଶ୍ବଶୁର ଘର ଲୋକେ ତାଙ୍କୁ କେଉଁଭଳି ବ୍ୟବହାର କରିପାରୁଥିବେ। କିଛି ଏକ ଅଦ୍ଭୁତ ମାମଲା ଗୁଆଲିୟରର କୁଟୁମ୍ବା ନ୍ୟାୟାଳୟରୁ ସାମ୍ନାକୁ ଆସିଛି।

ଅଶୋକ ନଗରର ଜଣେ ମହିଳାଙ୍କ ବିବାହ ଛଅ ମାସ ତଳେ ହୋଇଥିଲା ଓ ସେ ବର୍ତ୍ତମାନ ଏକ ପିଲାକୁ ଜନ୍ମ ଦେଇଛନ୍ତି। ଯାହାଦ୍ୱରା ସମାଜ ପରିବାର ଉପରେ କଥା କହୁଥିବାରୁ ଶ୍ବଶୁର ଏହି ଛୁଆକୁ ଗ୍ରହଣ ନକରି ବୋହୂକୁ ଘରୁ ବାହାର କରିଦେଇଥିଲେ।

ଆମେ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ, ଏହି ଘଟଣା ଏକବର୍ଷ ପୂର୍ବର ଅଟେ ଓ ମିଡ଼ିଏସନ ସେଲ ଅନଲାଇନ ଆଲୋଚନା ଏକ ପରିବାରକୁ ନଷ୍ଟ ହେବାରୁ ବଞ୍ଚା ଯାଇଥିଲା। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଯୋଜନା।

ପ୍ରଥମେ ଯୁବକ ଓ ଯୁବତୀଙ୍କ ଭେଟ ଅନଲାଇନ ଦ୍ୱାରା ହୋଇଥିଲା। ଫେସବୁକ ଜରିଆରୁ ସେମାନେ ପରସ୍ପର ସହିତ ଭେଟ ହୋଇଥିଲେ ଓ ଚ୍ୟାଟ ମଧ୍ୟ କରୁଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା ଓ ସେମାନେ ବିବାହ କରିଥିଲେ।

ମେ 30, 2020 ମସିହାରେ ଉଭୟଙ୍କ ସାମାଜିକ ରୂପରେ ବିବାହ ସମ୍ପନ୍ନ ହୋଇଥିଲା କିନ୍ତୁ ସେମାନେ ଏହାପୂର୍ବରୁ ଲଭ ମ୍ୟାରେଜ କରିସାରିଥିଲେ। ମହିଳା ଡ଼ିସେମ୍ବର 2020 ମସିହାରେ ଏକ ପିଲାକୁ ଜନ୍ମ ଦେଇଥିଲେ ଯାହାଦ୍ୱାରା ଶଶୁର ଘର ଲୋକେ ଭୁଲ ମାନିଥିଲେ। ଯାହାଦ୍ୱାରା ମହିଳାଙ୍କୁ ସାମାଜିକ ଓ ମାନସିକ ପୀଡ଼ା ସହ୍ୟ କରିବାକୁ ପଡ଼ିଥିଲା।

ଗୁଆଲିୟର କୁଟୁମ୍ବ ନ୍ୟାୟାଳୟର କାଉନ୍ସେଲର ହରିଶ ଦୀବାନଙ୍କ କହିବା ହେଲା ସୋସିଆଲ ମିଡ଼ିଆରେ ମିଡ଼ିଏସନ ସେଲ ନମ୍ବର୍ ଦେଖିବାପରେ ମହିଳା ତାଙ୍କୁ ସମ୍ପର୍କ କରିଥିଲେ। ମହିଳାଙ୍କ କହିବା ହେଲା ମେ 30, 2020 ମସିହାରେ ସେ ଜଣେ ଯୁବକକୁ ଲଭ ମ୍ୟାରେଜ କରିଥିଲେ।

ଏହାପରେ ଡ଼ିସେମ୍ବର ମାସରେ ବିବାହର 6 ମାସ ପରେ ମହିଳା ଏକ ପିଲାକୁ ଜନ୍ମ ଦେବାପରେ ବବାଲ ମଚି ଯାଇଥିଲା। ମହିଳାଙ୍କୁ ଶଶୁର ଘର ଓ ପଡୋଶୀ ମାନେ ବିଭିନ୍ନ ପ୍ରକାରର କଥା ଶୁଣାଇଥିଲେ।

ମହିଳାଙ୍କ କହିବାହେଲା ଏହି କଥା ବିଷୟରେ ତାଙ୍କ ପତି ସବୁ ଜାଣିଛନ୍ତି କିନ୍ତୁ ସମାଜରେ ତାଙ୍କର ନିନ୍ଦା କରାଗଲା ଓ କିଛିଦିନ ପରେ ତାଙ୍କ ଶଶୁର ତାଙ୍କୁ ଘରୁ ବାହାର କରିଦେଲେ ଓ ସେ ନିଜ ବାପ ଘରେ ବର୍ତ୍ତମାନ ରହିବାକୁ ଲାଗୁଛନ୍ତି। ଏହାପରେ ମିଡ଼ିଏସନ ସେଲ ମହିଳାଙ୍କ ସବୁକଥା ଶୁଣି ମହିଳାଙ୍କ ଦୋଷରେ ଭାଗିଦାରୀ ଥିବା ସ୍ୱାମୀଙ୍କ ସହିତ କଥାବାର୍ତ୍ତା କରିଥିଲେ।

ସ୍ୱାମୀଙ୍କ କହିବାହେଲା ଏହି ପିଲା ମୋର ନୁହେଁ। କାଉନସେଲିଂ ଏଥିରେ ତାଙ୍କୁ ବୁଝାଇଥିଲେ କି, ସେ ମହିଳାଙ୍କୁ ପୂର୍ବରୁ ମନ୍ଦିରରେ ବିବାହ କରିଥିଲେ ଓ ତାଙ୍କୁ ସ୍ତ୍ରୀ କହି ତାଙ୍କ ସହିତ ଶାରୀରିକ ସମ୍ଵନ୍ଧ ରଖୁଥିଲେ। କାଉନସେଲିଂ କହିଥିଲା ଯଦି ପିଲାଟିର ଡ଼ିଏନଏ ତୁମ ସହିତ ମିଶେ ତାହେଲେ ତୁମେ ପତ୍ନୀକୁ ନ ଆପଣେଇଲେ ତୁମକୁ ଜେଲ ହୋଇଯିବ।

କାଉନସେଲିଂର ଏହିକଥା ଶୁଣି ସ୍ୱାମୀ ମାନିଥିଲା କି, ପିଲାଟି ତାଙ୍କରି ଅଟେ। ସମାଜ ଓ ପରିବାର ଭୟରେ ସେ ମୁହଁ ଫିଟାଇ ପାରୁନଥିଲେ। କାଉନସେଲିଂ ସବୁ କଥା ବୁଝାଇବା ପରେ ସ୍ବାମୀ ପରିବାରକୁ ସବୁ କାହାଣୀ କହିଥିଲେ।

ଏହାପରେ ପରିବାର ଲୋକେ ନିଜର ଭୁଲ ବୁଝିପାରି ନିଜ ବୋହୂକୁ ଆପଣାଇ ନେଇଥିଲେ। ଏହାପରେ ବୋହୂ ଓ ପୁଅ ଖୁସି ଖୁସି ନିଜ ଘରକୁ ଆସିଥିଲେ।

Leave a Reply

Your email address will not be published.