ଲଜ୍ୟାଜନକ କାର୍ଯ୍ୟ : ସାଙ୍ଗର ବାହାଘରକୁ ଆସିଥିଲେ ଯୁବତୀ କିନ୍ତୁ ବରକୁ ପଟାଇ ଦେଲା,ଆଉ ତା ପରେ …ଜାଣନ୍ତୁ ପୁରା ଘଟଣା !

ବର୍ତ୍ତମାନ ବିବାହ ସିଜିନ ଚାଲିଛି ଏବଂ ବିବାହ ଋତୁରେ ଅନେକଥର କିଛି କୌତୁହଳର କଥା ଘଟିଥାଏ । ଯାହା ସାରାଜୀବନ ପାଇଁ ଆମର ସ୍ମୃତି ହୋଇ ରହିଯାଏ । ଆଜ୍ଞା ହଁ, ବିବାହ ଏମିତି ମଧ୍ୟ ହୁଏ ଯେ ଲୋକମାନେ ମଧ୍ୟ ତାକୁ ସବୁଦିନ ପାଇଁ ମନେ ରଖିଥାନ୍ତି । କିନ୍ତୁ କଣ୍ ଆପଣ କେବେ ଚିନ୍ତା କରିଛନ୍ତି ଯେ କୌଣସି ଯୁବତୀ ବିବାହକୁ ଆସିବ ଏବଂ ସେ ବରକୁ ହିଁ ଲାଇନ ମାରିବାକୁ ଲାଗିବ ।

ବୋଧହୁଏ ଆପଣ କେବେ ବି ଏ ବିଷୟରେ ଭାବି ମଧ୍ୟ ନଥିବେ, କିନ୍ତୁ ଗୋଟିଏ ବିବାହରେ ଏମିତି କିଛି ଘଟିଛି ଏବଂ ବିବାହରେ ଯୋଗଦାନ ଦେବାକୁ ଆସିଥିବା ଯୁବତୀ ବରକୁ ହିଁ ପଟେଇ ଦେଲା ଏବଂ କୌତୁହଳର କଥା ଏହା ଯେ ସେହି ଯୁବତୀ ଆଉ କେହି ନୁହେଁ, ବରଂ କନ୍ୟାର ସାଙ୍ଗ ଅଟେ ।

ବାସ୍ତବରେ କନ୍ୟା ନିଜ ସାଙ୍ଗକୁ ବିବାହକୁ ନିମନ୍ତ୍ରଣ କରିଥିଲା । କିନ୍ତୁ ସାଙ୍ଗ କନ୍ୟାର ହିଁ କ୍ଷତି କରିବାକୁ ଚେଷ୍ଟା କଲା । କୁହାଯାଉଛି ଯେ ସାଙ୍ଗ ବିବାହ ସମୟରେ ବରକୁ ହିଁ ପଟେଇ ଦେଲା ।

ଏଥିରେ ଯେଉଁ ଆଶ୍ଚର୍ଯ୍ୟଜନକ କଥା ଘଟିଲା, ତାହା ହେଉଛି ଯେ ଏହି କଥାକୁ ହେବାର କିଛି ମାସ ବିତିସାରିଛି ଏବଂ ସାଙ୍ଗର ଆଜି ମଧ୍ୟ ନୂଆଁ ବର ସହିତ ଚକ୍କର ଚାଲିଛି । ତେବେ ବର୍ତ୍ତମାନ ମଧ୍ୟ ଏହି ଖବର କନ୍ୟା ଜାଣିନାହିଁ । କୁହାଯାଉଛି ଯେ ଏକ ରିପୋର୍ଟ ଅନୁଯାୟୀ, ନିକଟରେ ଅନଲାଇନ୍ ସେୟରିଂ ୱେବସାଇଟ Reddit ରେ ଜଣେ ଝିଅ ଏହି କଥାର ଖୁଲାସା କରିଛନ୍ତି ଏବଂ ସେ କହିଛନ୍ତି ଯେ ବିବାହରେ କନ୍ୟା ନିଜର ଯେଉଁ ସାଙ୍ଗକୁ ଡ଼କାଇଥିଲେ, ସେ ହିଁ ବିବାହର ଠିକ୍ ପୂର୍ବରୁ କନ୍ୟାର କାମ ଶେଷ କରିଦେଲା ।

କୁହାଯାଉଛି ଯେ ଯୁବତୀ କହିଛନ୍ତି ଯେ ବିବାହ ହେବା ପୁର୍ବରୁ ସାଙ୍ଗ ବରକୁ ହିଁ ପଟେଇ ଦେଲା । ଯୁବତୀ ରେଡିଟ ରେ କହିଛନ୍ତି ଯେ କନ୍ୟା ନିଜ ସହିତ କାମ କରୁଥିବା ଦୁଇଜଣ ଯୁବତୀ ସାଙ୍ଗକୁ ନିଜ ବିବାହକୁ ଡ଼କାଇଥିଲେ । ଏହି ବିବାହ ଦୁଇ ବର୍ଷ ପୂର୍ବେ ସ୍ଥିର ହୋଇଥିଲା । କିନ୍ତୁ କରୋନା କାରଣରୁ ତାରିଖ ଗଡି ଗଡି 2021 ପର୍ଯ୍ୟନ୍ତ ପହଞ୍ଚିଗଲା । ତେବେ ସେ ତା ସାଙ୍ଗମାନଙ୍କୁ ନିଜ ବିବାହକୁ ଡାକିବାଟା ମହଙ୍ଗା ପଡ଼ିଗଲା ।

କୁହାଯାଉଛି ଯେ ଯୁବତୀ କହିଛନ୍ତି ବିବାହରେ ପହଞ୍ଚି ଥିବା କନ୍ୟାର ଜଣେ ସାଙ୍ଗ କିଛି ଅଲଗା କାଣ୍ଡ ଘଟାଇଦେଲା । ସେ କହିଛନ୍ତି ଯେ ୱେଡିଂ ରିହର୍ଶଲ୍ ସମୟରେ ବର ନିଜ କନ୍ୟାର ସାଙ୍ଗର ହୋଟେଲ୍ ରୁମ୍ କୁ ମଧ୍ୟ ଯାଇଥିଲା । ଏହାପରେ ଯେତେବେଳେ ବିବାହ ହୋଇଗଲା, ସେତେବେଳେ ମଧ୍ୟ ସାଙ୍ଗର ଚକ୍କର ବର ସହିତ ଚାଲିଥିଲା । ଦୁହେଁ ମଉକା ପାଇଲେ ପରସ୍ପର ସହିତ ମିଶନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ଏ ବିଷୟରେ କନ୍ୟା ଜାଣିନାହିଁ ।

ସେମାନେ ପ୍ରତିଦିନ ମେସେଜରେ ମଧ୍ୟ କଥା ହୁଅନ୍ତି ଏବଂ ଏପରିକି ଯେତେବେଳେ ବର- କନ୍ୟା ହନିମୁନ ରେ ଯାଇଥିଲେ, ଏହି ସମୟର ପ୍ରାଇଭେଟ୍ କଥା ମଧ୍ୟ ବର୍ କନ୍ୟାର ସାଙ୍ଗକୁ ଜଣାଇଛି । ଏପରି ପରିସ୍ଥିତିରେ କେଉଁଠି ନା କେଉଁଠି କନ୍ୟାର କ୍ଷତି ନିଶ୍ଚିତ ଭାବେ ହେଲା ।

Leave a Reply

Your email address will not be published.