ବାହାଘରର ସପ୍ତମ ଦିନରେ ପୁରୁଣା ପ୍ରେମିକାକୁ ବାହା ହେଲା ନୁଆଁବୋହୁ ! କହିଲା- ପୁରୁଣା ସ୍ବାମୀ ତାଙ୍କ ସହିତ କରିବାକୁ ଚାହୁଁଥିଲା ଏମିତି କାମ ! ଜାଣନ୍ତୁ ପୁରା ମାମଲା !

ବିବାହିତ ଜୀବନରେ ବହୁତ୍ କଳିଝଗଡା ରହିଥାଏ । ବେଳେବେଳେ ଜୀବନରେ ସବୁକିଛି ଠିକ୍ ଚାଲେ ତ ଆଉ କେତେବେଳେ ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି ହୁଏ । ବିବାହ ଭଳି ସମ୍ପର୍କର ଡୋର କୁ ମଜବୁତ୍ କରିବାପାଇଁ ଲୋକମାନେ ବହୁତ୍ ଚେଷ୍ଟା କରିଥାନ୍ତି, କିନ୍ତୁ ପ୍ରାୟତଃ ଦେଖାଯାଇଛି ଯେ ବିବାହିତ ଜୀବନରେ ସମସ୍ୟା ଠିଆ ହୋଇଯାଏ । କିନ୍ତୁ ବେଳେବେଳେ ସମସ୍ୟା ଏତେ ବଢିଯାଏ ଯେ ଲୋକମାନେ ନିଜ ବିବାହ ବନ୍ଧନକୁ ଭାଙ୍ଗିବାକୁ ମଧ୍ୟ ନିଷ୍ପତି ନେଇଯାଆନ୍ତି ।

ପ୍ରାୟତଃ ବିବାହ ସହିତ ଜଡ଼ିତ ଅନେକ ଖବର ଦେଖିବାକୁ ଏବଂ ଶୁଣିବାକୁ ମିଳିଯାଏ ।ଏହା ମଧ୍ୟରେ ବିହାରର ଯମୁଇ ଜିଲ୍ଲାରୁ ଗୋଟିଏ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ଯୁବତୀଙ୍କ ବିବାହର ସପ୍ତମ ଦିନ ହିଁ ନିଜ ପ୍ରେମିକ ସହିତ ବିବାହ କରିବା କାରଣରୁ ହେଡଲାଇନରେ ରହିଛନ୍ତି ।

ବାସ୍ତବରେ ସହରର କଲ୍ୟାଣ ପୁରର ନିବାସୀ ଶିବାନୀ କୁମାରୀ ନିଜ ବିବାହର ସପ୍ତମ ଦିନ ହିଁ ନିଜ ପ୍ରେମିକ ଉତ୍ତମ ସହିତ ଦ୍ୱିତୀୟ ବିବାହ କରିଦେଲେ । କେବଳ ଏତିକି ନୁହେଁ, ନିଜର ନୂଆଁ ବର ସହିତ ଫଟୋ ଏବଂ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଦେଲେ, ଯାହା ବର୍ତ୍ତମାନ ବହୁତ୍ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ସେ ପୋଲିସ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ଠାରେ ନିଜ ପରିବାର ତଥା ନୂଆଁ ବରର ପରିବାର ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଅନୁରୋଧ କରୁଥିବାର ମଧ୍ୟ ଦେଖାଯାଉଛନ୍ତି । କେବଳ ଏତିକି ନୁହେଁ, ବରଂ ସେ ନିଜ ପୂର୍ବ ସ୍ବାମୀ ବିଷୟରେ ଏମିତି କଥା ଶୁଣାଇଛନ୍ତି, ଯାହାକୁ ଶୁଣିବାପରେ ସମସ୍ତଙ୍କ ମନ ଦୁଃଖ ହୋଇଯାଇପାରେ । ଶିବାନୀ କୁମାରୀ ଏହା ମଧ୍ୟ କହିଛନ୍ତି ଯେ ରୀତିନୀତି ଅନୁଯାୟୀ ତାଙ୍କ ବିବାହ ହୋଇଥିଲା ।

ସେ କହିଛନ୍ତି ଯେ ବିବାହର ଦ୍ୱିତୀୟ ଦିନ ହିଁ ତାଙ୍କ ପ୍ରଥମ ସ୍ବାମୀତାଙ୍କୁ ପିଟିଲେ । ସୋସିଆଲ ମିଡିଆରେ ଯେଉଁ ଫଟୋ ଭାଇରାଲ ହେଉଛି, ସେଥିରେ ସ୍ପଷ୍ଟ ଭାବରେ ଦେଖାଯାଇପାରେ ଯେ ତାଙ୍କ ଆଖିରେ ଘା ହୋଇଯାଇଥିବାର ଚିହ୍ନ ରହିଛି । ଶିବାନୀ କହିଛନ୍ତି ଯେ ସେ ତାଙ୍କ ପ୍ରେମିକ ଉତ୍ତମ ଙ୍କୁ 10 ବର୍ଷ ଧରି ଭଲ ପାଉଛନ୍ତି । ଏ ବିଷୟରେ ଜାଣିବା ପରେ ତାଙ୍କ ବାପା ମା ତାଙ୍କ ବିବାହ ଅନ୍ୟ କୌଣସି ବ୍ୟକ୍ତି ସହିତ ଡିସେମ୍ବର 7ତାରିଖରେ କରିଦେଲେ ।

ସେ କହିଛନ୍ତି ଯେ ବିବାହ ହେବାର ଦୁଇଦିନ ପରେ ତାଙ୍କ ସ୍ଵାମୀ ତାଙ୍କୁ ବହୁତ ପିଟିଲେ । ଏ ବିଷୟରେ ସେ ନିଜ ପ୍ରେମିକ ଉତ୍ତମଙ୍କୁ ଫୋନ୍ କରି ଜଣାଇଥିଲେ । ଯେତେବେଳେ ତାଙ୍କ ପ୍ରେମିକ ଏହି ବିସୟରେ ଜାଣିବାକୁ ପାଇଲେ ସେତେବେଳେ ସେ ବହୁତ୍ ରାଗିଗଲେ ଏବଂ ରାଗରେ ତାଙ୍କ ଶାଶୁଘରେ ପହଞ୍ଚି ଗଲେ । ଯେତେବେଳେ ଉତ୍ତମ ତାଙ୍କ ଶାଶୁଘରେ ପହଞ୍ଚିଲେ ସେତେବେଳେ ସେ ସୁଯୋଗ ଦେଖି ତାଙ୍କ ସହିତ ପଳାଇ ଗଲେ ।

ସେହିପରି ଶିବାନୀ ଯେତେବେଳେ ଉତ୍ତମ ଙ୍କ ସହିତ ପଳାଇଗଲେ ସେତେବେଳେ ସେମାନେ ଦୁହେଁ ମନ୍ଦିରରେ ବିବାହ କରିଦେଲେ । ବିବାହ କରିବା ପରେ ଉତ୍ତମ ଏବଂ ଶିବାନୀ ନିଜ ଫଟୋ ସୋସିଆଲ ମିଡିଆରେ ଅପଲୋଡ଼ କଲେ । ଏହା ସହିତ ସେ ସ୍ୱୀକାର କରିଛନ୍ତି ଯେ ସେ ନିଜ ଇଚ୍ଛାରେ ବିବାହ କରିଛନ୍ତି । ଏହାସହିତ ସେ କୋର୍ଟ ମ୍ୟାରେଜ୍ କରିବା ପାଇଁ ଆବେଦନ କରିଥିବାର କଥା କହିଛନ୍ତି ।

Leave a Reply

Your email address will not be published.