ଦୁଇ ପିଲାଙ୍କୁ କାରରୁ ବାହାର କରିଦେଇ ପ୍ରେମିକ ସହ ରୋମାନ୍ସ କରୁଥିଲା ମା’, ଆଉ ତା ପରେ ଯାହା ହେଲା…

ଭାରତୀୟ ସଂସ୍କୃତିରେ ମା’ ଓ ପିଲାମାନଙ୍କର ସମ୍ପର୍କ ପ୍ରେମରେ ପରିପୂର୍ଣ୍ଣ ଥାଏ। ଓ ସବୁଠାରୁ ପବିତ୍ର ବୋଲି ମଧ୍ୟ ବିବେଚନା କରାଯାଏ। ସେଥିପାଇଁ ଏହା କୁହାଯାଏକି- ‘ପୁତ୍ର କୁପୁତ୍ର ହୋଇପାରେ, କିନ୍ତୁ ମା’ କୁମାତା ହୋଇ ପାରେନି। ଅବଶ୍ୟ, ବିଶ୍ୱର ଅନ୍ୟ ଦେଶରେ ହୁଏତ ଏପରି ଦେଖାଯାଇ ନଥାଏ।

ଯଦିଓ କୌଣସି ବ୍ୟକ୍ତିଙ୍କର ଚରିତ୍ର କିମ୍ବା ଦେଶର ସାମାଜିକ ଗଠନର ମୂଲ୍ୟାଙ୍କନ କରିବାର କାହାର ଅଧିକାର ନାହିଁ। କିନ୍ତୁ ଜଣେ ଆର୍ଜେଣ୍ଟିନାର ଜଣେ ମାତା ଏହା କରିବାକୁ ବାଧ୍ୟ କରିଛନ୍ତି। ମହିଳା ଜଣକ ତାଙ୍କର ୨ ନିରୀହ ପିଲାଙ୍କ ସାମ୍ନାରେ ଏପରି କାର୍ଯ୍ୟ କରିଥିଲେ। ଯାହାକୁ ନେଇ ଲୋକ ତାଙ୍କୁ ସମାଲୋଚନା କରିବାକୁ ବାଧ୍ୟ ହୋଇ ଯାଇଛନ୍ତି।

ରିପୋର୍ଟ ଅନୁସାରେ ଆର୍ଜେଣ୍ଟିନାର ଲା ପ୍ଲାଟାରୁ ଏପରି ଏକ ଖବର ବର୍ତ୍ତମାନ ସମୟର ଚର୍ଚ୍ଚାର ବିଷୟ ପାଲଟିଛି। ଏଠାରେ ଜଣେ ୨୮ ବର୍ଷ ବୟସ୍କା ମହିଳା ନିଜର ପିଲାମାନଙ୍କୁ କାରରୁ ବାହାର କରି ନିଜର ପ୍ରେମିକ ସହ ରୋମାନ୍ସ କରିବାକୁ ଇଛା କରିଥିଲ। ଏହି ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛିକି ମା’ର ରୋମାନ୍ସ ସମୟରେ ତାଙ୍କର ୨ ଓ ୫ ବର୍ଷର ଦୁଇ ପିଲା କାର ବାହାରେ ଠିଆ ହୋଇ ଭିତରକୁ ଆସିବା ପାଇଁ ଅନୁରୋଧ କରୁଥିଲେ।

ଏହି ଘଟଣାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ରିପୋର୍ଟ ଅନୁସାରେ, ପେରିୟାରା ଇରାଓଲା ପାର୍କରେ ଜଣେ ମହିଳା, ତାଙ୍କର ପ୍ରେମିକ ଓ ମହିଳାଙ୍କର ଦୁଇ ପିଲା ପହଞ୍ଚିଥିଲେ। ମହିଳାଙ୍କର ଝିଅର ବୟସ ୫ ବର୍ଷ ହୋଇଥିବାବେଳେ ପୁଅକୁ ମାତ୍ର ୨ ବର୍ଷ ହୋଇଥିଲା। ମହିଳା ଏବଂ ତାଙ୍କର ପ୍ରେମିକା ନିଜେ କାରରେ ରୋମାନ୍ସ କରିବା ପାଇଁ ଇଛା କରିଥିଲେ। ଏନେଇ ସେମାନେ ଉଭୟ ପିଲାଙ୍କୁ କାର ବାହାରେ ଠିଆ କରେଇ ଦେଇ କାର ଭିତରୁ ଲକ କରି ଦେଇଥିଲେ।

ଏହି ଭିଡିଓରେ ପିଲାମାନେ ଭିତରକୁ ଯିବାକୁ କହୁଥିବାର ଶୁଣିବାକୁ ମିଳିଥିଲା। ଲଜ୍ଜାଜନକ କଥା ହେଉଛିକି କାର ମିରରରେ ସବୁକିଛି ଦେଖାଯାଉଥିବା ବେଳେ ଝିଅର ଉଚ୍ଚତା ଅଧିକ ଥିବାରୁ ସେ ସବୁକିଛି ଦେଖିବାରେ ସକ୍ଷମ ମଧ୍ୟ ହୋଇଥିଲା।

ପୁଅଟି କିଛି କାରର ହ୍ୟାଣ୍ଡେଲ ସହିତ ଖେଳିବାରେ ବ୍ୟସ୍ତ ଥିବାର ଦେଖାଯାଏ। କିନ୍ତୁ ଏହା ମହିଳା ଏବଂ ତାଙ୍କର ପ୍ରେମିକ ପାଇଁ କୌଣସି ଫରକ ପଡୁନଥିଲା ଏବଂ ଦୁହେଁ ରୋମାନ୍ସ କରିବାରେ ବ୍ୟସ୍ତ ଥିଲେ। ଏହି କାର ନିକଟରେ ଯାଉଥିବା ଲୋକମାନେ ଏହି ଲଜ୍ଜାଜନକ ଦୃଶ୍ୟକୁ ଦେଖି ତୁରନ୍ତ ପୋଲିସକୁ ଡାକିଥିଲେ। ପୋଲିସ ଉଭୟ ମହିଳା ଓ ତାଙ୍କର ପ୍ରେମିକଙ୍କୁ ଗିରଫ କରିଛି। ଉଭୟ ପିଲାଙ୍କୁ ଚାଇଲ୍ଡ କେୟାର ସେଣ୍ଟରରେ ରଖାଯାଇଛି।

Leave a Reply

Your email address will not be published.