ଯଦି ସେକେଣ୍ଡ ହ୍ୟାଣ୍ଡ କାର କିଣିବା ପାଇଁ ଚାହୁଁଛନ୍ତି, ତା ହେଲେ ଏହାକୁ ନିଶ୍ଚିତ ଭାବରେ ଥରେ ପଢନ୍ତୁ,ନହେଲେ ଠକାମୀରେ ପଡ଼ିଯିବେ ଆପଣ !

ସେକେଣ୍ଡ ହ୍ୟାଣ୍ଡ କାର କିଣିବା ପୂର୍ବରୁ କିଛି ଜିନିଷର ଧ୍ୟାନ ରଖିବା ଆବଶ୍ୟକ, ଯଦି ଆପଣ ସେକେଣ୍ଡ ହ୍ୟାଣ୍ଡ କାର କିଣିବାକୁ ପ୍ଲାନ କରୁଛନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ। କାର କିଣିବା ପୂର୍ବରୁ କାର ର ସମ୍ପୂର୍ଣ୍ଣ ଇତିହାସ ଆପଣଙ୍କୁ ଦେଖିବାକୁ ହେବ। ଦେଶରେ ସେକେଣ୍ଡ ହ୍ୟାଣ୍ଡ କାର ଡିମାଣ୍ଡ ବଢ଼ୁଥିବାର ଦେଖି ବହୁତ ଅଟୋମୋବାଇଲ କମ୍ପାନୀ ସେମାନଙ୍କର ଶୋରୁମ ଖୋଲିବା ଆରମ୍ଭ କରିଦେଇଛନ୍ତି। ଆସନ୍ତୁ ଆମେ ଆପଣଙ୍କୁ ଆଜି ଜଣାଇବୁ ପୁରୁଣା କାର କିଣିବାକୁ ଯିବାବେଳେ କେଉଁ କଥାର ଧ୍ୟାନ ରଖିବାକୁ ପଡ଼ିବ ?

ଛୋଟ ନୁହେଁ ଲମ୍ବା ଟେଷ୍ଟ ଡ୍ରାଇଭ:-

ଯେତେବେଳେ ଆପଣ ପୁରୁଣା ଗାଡ଼ି ନେଉଛନ୍ତି ତାହେଲେ ଆପଣଙ୍କୁ ନିଶ୍ଚିତ ରୂପରେ ଏକ ଦୀର୍ଘ ଟେଷ୍ଟ ଡ୍ରାଇଭ ନେବାକୁ ପଡ଼ିବ। ଏହି ଟେଷ୍ଟ ଡ୍ରାଇଭ ମିନିମମ 30 କିଲୋମିଟର ହେବା ଉଚିତ ଯାହାଦ୍ୱାରା ଆପଣ ସଠିକ ଭାବରେ ଏହାର କଣ୍ଡିସନ ଜାଣିପାରିବେ।

କାର ତାପମାତ୍ରା ଜରୁରୀ ଚେକ କରନ୍ତୁ:-

ପୁରୁଣା ଗାଡ଼ି କିଣିବା ପୂର୍ବରୁ ଆପଣ କାର ର ତାପମାତ୍ରା ନିଶ୍ଚୟ ଚେକ କରନ୍ତୁ ଆପଣ ଗାଡ଼ିର ତାପମାତ୍ରା ଚେକ କରିବାପାଇଁ କାର ର ବୋନେଟ ଉପରେ ହାତ ରଖିପାରିବେ। ଏଥିରୁ ଜଣାପଡ଼ିଯିବ ଆପଣଙ୍କ ପୂର୍ବରୁ ଏହି କାରକୁ କିଏ ଚଳାଇଛନ୍ତି କି ନାହିଁ। କାର ତାପମାତ୍ରା ସାମାନ୍ୟ ରହିବା ପରେ ଟେଷ୍ଟ ଡ୍ରାଇଭ ନିଅନ୍ତୁ। ଏଥିରେ କାର ର ସଠିକ ହିଟିଂ ତାପମାତ୍ରା ଆପଣ ଜାଣିପାରିବେ।

କାର ରୁ ଆସୁଥିବା ସମସ୍ତ ଶବ୍ଦକୁ ସଠିକ ଭାବରେ ଶୁଣନ୍ତୁ:-

ଏହାସହ ଆପଣ କାର ର ଶବ୍ଦରୁ କାର ସଠିକ ଅଛି କିମ୍ବା ଖରାପ ଆପଣ ନିଶ୍ଚୟ ରୂପରେ ଜାଣିପାରିବେ। ପ୍ରଥମେ ଆପଣ କାର କୁ ଷ୍ଟାର୍ଟ କରି ନ୍ୟୁଟ୍ରାଲ କରିଦିଅନ୍ତୁ ଓ ଭିତରେ ରହି ଏହି ଶବ୍ଦ ଗୁଡ଼ିକୁ ଶୁଣନ୍ତୁ, ଏହାପରେ ଡୋର ବନ୍ଦ କରି ଶବ୍ଦ ଶୁଣନ୍ତୁ ଓ ଡୋର ଖୋଲି ଏହି ଶବ୍ଦ ଶୁଣନ୍ତୁ ଯାହାଦ୍ୱାରା ଆପଣ କାର ରୁ ବାହାରୁ ଥିବା ଅତିରିକ୍ତ ନଏଜ ବିଷୟରେ ଜାଣିପାରିବେ ଓ ଡିଲରକୁ କହିପାରିବେ।

ଏମରଜେନ୍ସି ବ୍ରେକ ଟେଷ୍ଟ କରାଇବା ନିହାତି ଜରୁରୀ:-

କାର ର ଏମରଜେନ୍ସି ବ୍ରେକ ଟେଷ୍ଟ କରିବା ନିହାତି ଜରୁରୀ ଅଟେ। ଏହାପରେ ଆପଣଙ୍କୁ ଟେଷ୍ଟ ଡ୍ରାଇଭ କରିବାପରେ କୌଣସି ଏକ ଖୋଲା ପଡ଼ିଆକୁ ଯିବାକୁ ପଡ଼ିବ। ଦ୍ରୁତ ଗତିରେ ଆପଣ ବ୍ରେକ ମାରି ଏହାର ଏମରଜେନ୍ସି ବ୍ରେକ ସମ୍ବନ୍ଧରେ ଜାଣିପାରିବେ। ଏହାସହିତ ହ୍ୟାଣ୍ଡ ବ୍ରେକ ମଧ୍ୟ ଜରୁରୀ ବ୍ୟବହାର କରନ୍ତୁ। ଉଚ୍ଚ କିମ୍ବା ନିଚ୍ଚ ସ୍ଥାନରୁ ଆପଣ ହ୍ୟାଣ୍ଡ ବ୍ରେକ ବ୍ୟବହାର କରିପାରିବେ।

ଭଲ ଓ ଖରାପ ରାସ୍ତାରେ ମଧ୍ୟ ଟେଷ୍ଟ ଡ୍ରାଇଭ ନିହାତି କରନ୍ତୁ:-

ଟେଷ୍ଟ ଡ୍ରାଇଭ ଖରାପ ଓ ଭଲ ରାସ୍ତାରେ ନିହାତି ରୂପରେ ଆପଣଙ୍କୁ କରିବାକୁ ହେବ। ଏଥିରେ ଆପଣ କାର ଶବ୍ଦ ସହିତ ଏହାର କଣ୍ଡିସନ ବିଷୟରେ ମଧ୍ୟ ଜାଣିପାରିବେ। ଏହାଦ୍ୱାରା ଆପଣ କାର ର ସସପେନ୍ସନ, ହିଲ ଏରିଆ, ଟର୍କ, ପାୱାର ଓ ପିକଅପ ଭଳି ଜିନିଷକୁ ଭଲ ଭାବରେ ଜାଣିପାରିବେ। ଏହାସହ ଇଞ୍ଜିନ ଭିତରୁ ଆସୁଥିବା ଶବ୍ଦ, ହିଟିଂ, ଗିୟର ବକ୍ସ ଓ ଗିୟର ରେସ୍ପନସକୁ ସଠିକ ଭାବରେ ଜାଣିପାରିବେ।

ଗାଡ଼ିର ଧୁଆଁ ନିଶ୍ଚୟ ଚେକ କରନ୍ତୁ:-

ଗାଡ଼ିର ସସପେନସନରୁ ବାହାରୁ ଥିବା ଧୁଆଁ ଉପରେ ନିଶ୍ଚିତ ଧ୍ୟାନ ଦିଅନ୍ତୁ। ସାଇଲେନ୍ସରରୁ ଯଦି କଳା କିମ୍ବା ନୀଳ ଧୁଆଁ ଆସୁଛି ତାହେଲେ ଇଞ୍ଜିନରେ କୌଣସି ସମସ୍ୟା ନିଶ୍ଚୟ ରହିଛି। ଇଞ୍ଜିନ ରୁ ଅଏଲ ଲିକେଜ ସମସ୍ୟା ଥିଲେ ଧୁଆଁର ରଙ୍ଗ କଳା କିମ୍ବା ନୀଳ ହୋଇଥାଏ। ଟେଷ୍ଟ ଡ୍ରାଇଭ ସମୟରେ ଆପଣ ନିହାତି ଭାବରେ ଏକ ଜଣାଶୁଣା ମେକାନିକକୁ ସାଥିରେ ନେଇ ଯାଇଥିବେ।

ଷ୍ଟିୟରିଂ ଚେକ ନିଶ୍ଚୟ କରନ୍ତୁ:-

ଟେଷ୍ଟ ଡ୍ରାଇଭ ସମୟରେ ଷ୍ଟିୟରିଂ ମଧ୍ୟ ଚେକ କରିବା ନିହାତି ଅଟେ। ଷ୍ଟିୟରିଂରେ ଯଦି ବହୁତ ଭାଇବ୍ରେସନ ହେଉଛି ତାହେଲେ ଏହା କୌଣସି ଅଭାବ ଦର୍ଶାଉଛି। ଯଦି କାର ସିଧା ନଯାଇ ବାମ କିମ୍ବା ଡାହାଣକୁ ଅଧିକ ଯାଉଛି ତାହେଲେ ଏହା ଷ୍ଟିୟରିଂ ସମସ୍ୟା ଅଟେ।

ଇଲେକ୍ଟ୍ରିକ ଜିନିଷ ଚେକ କରିବାକୁ ଭୁଲନ୍ତୁ ନାହିଁ:-

ଉଇଣ୍ଡୋ ଅପ ଡାଉନ ସ୍ୱିଚ, ମ୍ୟୁଜିକ ସିଷ୍ଟମ, ମିରର ଫୋଲ୍ଡିଂ ସ୍ୱିଚ, ଭାଇପର, ହର୍ଣ୍ଣ ବାରମ୍ବାର ଚେକ କରନ୍ତୁ। ଏହାସହ ଟେଷ୍ଟ ଡ୍ରାଇଭ ସମୟରେ ସ୍ୱିଚ ବଟନ, ବ୍ରେକ, କ୍ଳଚ, ଗିୟର, ଆକ୍ସିଲେଟର ଭଲ ଭାବରେ ଯାଞ୍ଚ କରନ୍ତୁ।

ବୀମା ଓ ନୋ କ୍ଲେମ ବୋନସ ଜରୁରୀ ଚେକ କରନ୍ତୁ:-

କାର କିଣିବା ପୂର୍ବରୁ କାର ର ବୀମା ମୂଲ୍ୟ ଦେଖିବା ନିହାତି ଜରୁରୀ ଅଟେ। ଏଥିରେ ଆପଣ କାର ର ସଠିକ ଭାବରେ ଅନ୍ଦାଜ ଲଗାଇ ପାରିବେ ଓ କିଣିବା ସମୟରେ ଭଲ ଭାବରେ ମୂଲ୍ୟ ନିର୍ଧାରଣ କରିପାରିବେ। ବିଗତ 2-3 ବର୍ଷର ନୋ କ୍ଲେମ ବୋନସ ଚେକ କରି ଆପଣଙ୍କୁ ଜଣାପଡ଼ିବ କି, ଗାଡ଼ିର ଆକ୍ସିଡେଣ୍ଟ ହୋଇଛି କି ନାହିଁ।

ଏହି କଥାର ଖୟାଲ ରଖନ୍ତୁ:-

ସେକେଣ୍ଡ ହ୍ୟାଣ୍ଡ ଗାଡି କିଣିବା ପୂର୍ବରୁ ଗାଡ଼ିର ହେଡ଼ ଲାଇଟ, ଟେଲ ଲାଇଟ, ଇଣ୍ଡିକେଟର୍ସ ଓ AC କୁ ଜରୁର ଯାଞ୍ଚ କରନ୍ତୁ। ଏଥିରେ ଆପଣଙ୍କୁ କେବେ କେବେ ଲମ୍ବା ଖର୍ଚ୍ଚ ସାମ୍ନା କରିବାକୁ ପଡ଼ିଥାଏ।

କାର ର ଚେସିସ ନମ୍ବର୍ ଜରୁରୀ ଚେକ କରନ୍ତୁ:-

ସେକେଣ୍ଡ ହ୍ୟାଣ୍ଡ କାର କିଣିବା ସମୟରେ ଚେସିସ ନମ୍ବର୍ ଜରୁରୀ ଚେକ କରନ୍ତୁ। କାଗଜରେ ଲେଖାଥିବା ନମ୍ବର୍ ଓ ଚେସିସ ନମ୍ବରକୁ ଭଲ ଭାବରେ ମ୍ୟାଚ କରନ୍ତୁ। ଯଦି ୨ଟିରେ ଅଲଗା ନମ୍ବର୍ ରହିଛି ତାହେଲେ ଆପଣ କାର କିଣନ୍ତୁ ନାହିଁ।

ଡିଲର ଚୟନରେ ସାବଧାନତା ଅବଲମ୍ବନ କରନ୍ତୁ:-

ସେକେଣ୍ଡ ହ୍ୟାଣ୍ଡ କିଣିବା ସମୟରେ ଆପଣଙ୍କୁ ଡିଲରଙ୍କୁ ନେଇ ସାବଧାନ ରହିବାକୁ ପଡ଼ିବ। କୌଣସି ପରିଚିତ ବ୍ୟତୀତ ଭରସା ଦାୟକ ଡିଲର୍ସଙ୍କ ଠୁ ସେକେଣ୍ଡ ହ୍ୟାଣ୍ଡ କାର କିଣିପାରିବେ। ମାରୁତି ସୁଜୁକି, ତ୍ରୁ ଭ୍ୟାଲ୍ୟୁ, ହୁଣ୍ଡାଇର hpromise, କାର କମ୍ପାନୀର ୟୁଜଡ଼ କାର ପ୍ଲାଟଫର୍ମ ଉପରେ କାର କିଣିବାର ୱାରଣ୍ଟି ଓ ଫ୍ରି ସର୍ଭିସ ମିଳିଥାଏ।

Leave a Reply

Your email address will not be published.