“ଜଣେ ଭଲ ମହିଳା ମୋର ଦରକାର ” – ଗାର୍ଲଫ୍ରେଣ୍ଡ ପାଇଁ ବ୍ୟକ୍ତିଜଣକ ରାସ୍ତାରେ ଲଗାଇଲେ ବ୍ୟାନର !! ଦେଖନ୍ତୁ…

ମ୍ୟାଟ୍ରିମୋନିୟାଲ ସାଇଟ୍ ସାହାଯ୍ୟରେ ଆପଣ ଅନେକ ସମ୍ପର୍କ ଗଢି ଉଠିଥିବାର ଦେଖିଥିବେ, କିନ୍ତୁ ଆମେରିକାର ଟେକ୍ସାସ ର ଜଣେ ବ୍ୟକ୍ତି ନିଜ ପାଇଁ ଝିଅ ଖୋଜିବାର ବହୁତ୍ ଅନନ୍ୟ ଉପାୟ ବାହାର କରିଛନ୍ତି ।66 ବର୍ଷର ଜିମ ବେଜ୍ ଜୀବନସାଥି ଖୋଜିବା ପାଇଁ ଗୋଟିଏ ବିଲବୋର୍ଡରେ ନିଜ ଫଟୋ ଲଗାଇ ତାକୁ ହାଇୱେ କଡ଼ରେ ଲଗାଇ ଦେଇଛନ୍ତି ।

ଜିମ ବେଜ ବିଲବୋର୍ଡରେ ଲେଖାଇଛନ୍ତି – ‘ ସେ ଜଣେ ଭଲ ମହିଳାଙ୍କୁ ଖୋଜୁଛନ୍ତି, ଯିଏକି 50ରୁ 55 ବର୍ଷର ହୋଇଥିବ, ଯାହା ପାଖରେ ଦୟା ଭାବ ଥିବ ଏବଂ ଭଲ କଥାବାର୍ତ୍ତା କରୁଥିବ ।’ କେବଳ ଏତିକି ନୁହେଁ, ଏହି ବିଲ ବୋର୍ଡ ତଳେ ଗୋଟିଏ ଫୋନ୍ ନମ୍ବର ମଧ୍ୟ ରହିଛି । ଏହାସହିତ ବିଲ୍ ବୋର୍ଡର ବାମ ପାର୍ଶ୍ଵରେ ହ୍ୟାଟ ଲଗାଇ ବେଜଙ୍କ ଫଟୋ ଛପା ଯାଇଛି ।

ଦୁଇଥର ଛାଡ଼ପତ୍ର, ପାଞ୍ଚଟି ପିଲା :-

ମିରର ୟୁକେ ର ରିପୋର୍ଟ ଅନୁଯାୟୀ, ଜୀମ ଵେଜଙ୍କର ଦୁଇଥର ଛାଡ଼ପତ୍ର ହୋଇସାରିଛି । ପୂର୍ବ ସ୍ତ୍ରୀମାନଙ୍କ ଠାରୁ ତାଙ୍କର ପାଞ୍ଚଟି ପିଲା ଅଛନ୍ତି । ଜିମ କହିଛନ୍ତି ଯେ ସେ ଭଲ ମହିଳା ଖୋଜିବା ପାଇଁ ଡେଟିଂ ଆପ ରୁ ଆରମ୍ଭ କରିଥିଲେ, କିନ୍ତୁ ପରେ ମୋତେ ଲାଗିଲା ଯେ ଡେଟିଂ ଆପ କାହାର ବ୍ୟକ୍ତିତ୍ଵ ବିଷୟରେ ସଠିକ୍ ସୂଚନା ଦେଇପାରେ ନାହିଁ । ଯାହା ପରେ ବିଲ ବୋର୍ଡରେ ନିଜର ଫଟୋ ଲଗାଇ ହାଇୱେ କଡ଼ରେ ଲଗାଇଲେ ।

ଜୀବନସାଥି ଖୋଜିବା ଜାରି ରହିଛି :-

ଜିମ କୁହନ୍ତି ଯେ ସେ ଜଣେ ଜୀବନସାଥି ଖୋଜୁଛନ୍ତି, ଯିଏକି ଜୀବନର କଠିନ ସମୟରେ ମତେ ସାହା ହେବ । ସେ ଆଗକୁ କହିଛନ୍ତି ଯେ ମୁଁ ବ୍ୟସ୍ତ ଅଟେ, କିନ୍ତୁ ମୋର ଉଦ୍ଦେଶ୍ୟ ଏକୁଟିଆ ଜୀବନ ବିତାଇବା ନୁହେଁ । ମୁଁ ଏମିତି ଜଣେ ବ୍ୟକ୍ତିଙ୍କୁ ଚାହୁଁଛି, ଯାହା କାନ୍ଧରେ ମୁଁ ମୋ ମୁଣ୍ଡ ରଖିପାରିବି ଏବଂ ସେ କହୁଥିବ ଯେ କିଛି ଚିନ୍ତା କରନାହିଁ, ସବୁ ଠିକ୍ ହୋଇଯିବ ।

ଏପରି ନୁହେଁ ଯେ ଯିମ ଙ୍କୁ ଏହି ବିଲ ବୋର୍ଡ ଲଗାଇ କୌଣସି ଫାଇଦା ହେଲାନାହିଁ, ବରଂ ଜିମ ବର୍ତ୍ତମାନ ସୁଦ୍ଧା ପ୍ରାୟ 5ଥର ଡେଟ କୁ ମଧ୍ୟ ଗଲେଣି । ଜିମ ଙ୍କୁ ବର୍ତ୍ତମାନ ସୁଦ୍ଧା ଦୁଇ ଦ୍ରଜନ ଭଏସ ମେଲ ମଧ୍ୟ ମିଳିଛି । କିନ୍ତୁ ଏମାନଙ୍କ ମଧ୍ୟରୁ କେହି ବି ଜିମଙ୍କୁ ପସନ୍ଦ ହେଲେନାହିଁ । ତାଙ୍କର ଖୋଜିବା ବର୍ତ୍ତମାନ ମଧ୍ୟ ଜାରି ରହିଛି ।

Leave a Reply

Your email address will not be published.