ଅମିକ୍ରନ ଭାରିଆଣ୍ଟକୁ ନେଇ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ଭୟଭୀତ ହେଲା ପରି ସୂଚନା ! କୋଭିଡ-୧୯ ଉପରେ ବଢିବ ପୁରୁଷଙ୍କ ଚିନ୍ତା !

କରୋନାର ନୂତନ ଭାରିଆଣ୍ଟ ଅମିକ୍ରନର ବଢୁଥିବା ମାମଲା ଚିନ୍ତା ବଢାଇବାକୁ ଯାଉଛି | ବ୍ରିଟେନ ପରେ ଆମେରିକାରେ ମଧ୍ୟ ଅମିକ୍ରନ ଦ୍ୱାରା ପ୍ରଥମ ମୃତ୍ୟୁ ହୋଇସାରିଛି | ସେହିପରି, ଭାରତରେ ଅମିକ୍ରନର ବର୍ତ୍ତମାନ ସୁଦ୍ଧା ୧୭୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି | ଦକ୍ଷିଣ ଆଫ୍ରିକାରୁ ମିଳିଥିବା ପ୍ରାରମ୍ଭିକ ଡାଟାରେ ବିଶ୍ୱାସ କରାଯାଉଥିଲା ଯେ କରୋନାର ଅମିକ୍ରନ ଭାରିଆଣ୍ଟ ଡେ଼ଲ୍ଟା ତୁଳନାରେ କମ ଗମ୍ଭୀର ଅଟେ | ତେବେ, ଗୋଟିଏ ନୂତନ ଷ୍ଟଡି ଏହି ଦାବିକୁ ପ୍ରତ୍ୟାଖ୍ୟାନ କରୁଛି | UK ର ଷ୍ଟଡି ଅନୁଯାୟୀ, ଅମିକ୍ରନ ଭାରିଆଣ୍ଟ ଡେ଼ଲ୍ଟା ଠାରୁ କମ ଖତରନାକ ନୁହେଁ |

ଅମିକ୍ରନ ଉପରେ UK କଲା ନୂତନ ଷ୍ଟଡି :-

ଏହି ଷ୍ଟଡି ଇମ୍ପିରିୟଲ କଲେଜ ଲଣ୍ଡନର ଅନୁସନ୍ଧାନକାରୀ କରିଛନ୍ତି | ଏଥିରେ ଅମିକ୍ରନ ଦ୍ୱାରା ସଂକ୍ରମିତ ୧୧,୩୨୯ ଲୋକଙ୍କ ତୁଳନା କରୋନାର ଅନ୍ୟ ଭାରିଆଣ୍ଟ ଦ୍ୱାରା ସକ୍ରମିତ ୨୦୦,୦୦୦ ଲୋକଙ୍କ ସହିତ କରାଗଲା | ଷ୍ଟଡିରେ କୁହାଯାଇଛି, ‘ଏହି କଥାର କେହି ବି ସାକ୍ଷୀ ନାହାନ୍ତି ଯେ ଡେ଼ଲ୍ଟା ତୁଳନାରେ ଅମିକ୍ରନ କମ ଗମ୍ଭୀର ଅଟେ |’ ଏହି ତୁଳନା ରୋଗୀମାନଙ୍କ ଲକ୍ଷଣ ଏବଂ ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟାକୁ ଆଧାର କରି କରାଯାଇଛି |

ଅମିକ୍ରନ ଉପରେ ଟୀକାର ପ୍ରଭାବ :-

ଷ୍ଟଡି ଅନୁଯାୟୀ, ଅମିକ୍ରନର ଲକ୍ଷଣ ଥିବା ରୋଗୀମାନଙ୍କ ଉପରେ UK ରେ ଉପଲବ୍ଧ ଟୀକାର ଦୁଇଟି ଡୋଜ ପରେ ୦%ରୁ ୨୦% ଏବଂ ବୁଷ୍ଟର ଡୋଜ ପରେ ୫୫%ରୁ ୮୦% ପର୍ଯ୍ୟନ୍ତ ପ୍ରଭାବ ଦେଖାଯାଇଛି | ରିପୋର୍ଟରେ ଏହା ମଧ୍ୟ ଅନୁମାନ କରାଯାଇଛି ଯେ ଡେ଼ଲ୍ଟା ତୁଳନାରେ ଅମିକ୍ରନ ଦ୍ୱାରା ରୀ-ଇନଫେକ୍ସନ ହେବାର ବିପଦ ୫.୪ ଗୁଣ ଅଧିକ ରହିଛି | ହେଲ୍ଥକେୟାର ୱାର୍କରସଙ୍କ ଅନୁଯାୟୀ SARS-CoV-2 ର ପ୍ରଥମ ଭାରିଆଣ୍ଟରେ ୬ମାସରେ ଦ୍ୱିତୀୟ ଥର ସଂକ୍ରମଣ ହେବାରୁ ୮୫% ପର୍ଯ୍ୟନ୍ତ ସୁରକ୍ଷା ମିଳୁଥିଲା | ଅନୁସନ୍ଧାନକାରୀ ମାନେ କହିଛନ୍ତି ଯେ ‘ଅମିକ୍ରନ ଦ୍ୱାରା ରୀ-ଇନଫେକ୍ସନ ବିରୋଧରେ ସୁରକ୍ଷା ୧୯%ପର୍ଯ୍ୟନ୍ତ କମ ହୋଇଯାଇଛି |

ସ୍ପରମ କାଉଣ୍ଟ ଉପରେ ମଧ୍ୟ ପ୍ରଭାବ :-

ଅନୁସନ୍ଧାନକାରୀମାନେ ଜାଣିପାରିଛନ୍ତି ଯେ COVID -19 ରୁ ଠିକ ହେବା ପରେ କିଛି ଲୋକଙ୍କ ପାଇଁ ସ୍ପରମ କ୍ୱାଲିଟି ମାସ ମାସ ପର୍ଯ୍ୟନ୍ତ ଖରାପ ରହିଥାଏ | ଅନୁସନ୍ଧାକାରୀମାନେ ଜାଣିପାରିଛନ୍ତି ଯେ ସିମେନ ନିଜେ ସଂକ୍ରାମକ ନଥିଲା | ୩୫ଜଣ ପୁରୁଷମାନଙ୍କ ଉପରେ କରାଯାଇଥିବା ଷ୍ଟଡିରୁ ଜଣାପଡିଛି ଯେ କରୋନାରୁ ସୁସ୍ଥ ହେବାର ଏକ ମାସ ପରେ ଏମାନଙ୍କ ସ୍ପରମ ଗତିଶୀଳତା ୬୦ ପ୍ରତିଶତ ଏବଂ ସ୍ପରମ କରୁଣ୍ତ ୩୭% ପର୍ଯ୍ୟନ୍ତ ହ୍ରାସ ହୋଇଗଲା | ଅନୁସନ୍ଧାକାରୀମାନେ କହିଛନ୍ତି ଯେ ପ୍ରେଗ୍ନେନ୍ସି ପାଇଁ ଇଚ୍ଛା କରୁଥିବା କପଲମାନଙ୍କୁ ଏହି ଚେତାବନୀ ଦିଆଯିବା ଉଚିତ ଯେ କୋଭିଡ-19 ସଂକ୍ରମଣ ପରେ ସ୍ପରମର ଗୁଣବତ୍ତା କମ ହୋଇପାରେ |

Leave a Reply

Your email address will not be published.