ବିଜୁ ପକ୍କା ଘରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଘର ପାଇନଥିଲେ ୫ ହଜାର ଓ ମରାମତି ପାଇଁ ୩ ହଜାର ଟଙ୍କା ସହାୟତା,ପଢନ୍ତୁ ପୁରା ଖବର !

ଗରିବ ଲୋକଙ୍କୁ ଘର ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବଡ଼ ଘୋଷଣା। ବିଜୁ ପକ୍କାଘର, ନିର୍ମାଣ ଶ୍ରମିକ ପକ୍କାଘର ଓ ଖଣି ଅଂଚଳରେ ପକ୍କା ଘର ଯୋଜନାରେ ଘର ପାଇଥିବା ଲୋକମାନଙ୍କୁ ଘରର ମରାମତି ପାଇଁ ୩ ହଜାର ଟଙ୍କା ସହାୟତା ମିଳିବ।

ସେହିପରି କେନ୍ଦ୍ରୀୟ ଯୋଜନା ଅନୁସାରେ ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ହୋଇ ଅସୁବିଧାରେ ପରିବାରକୁ ଘରର ମରାମତି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ। ଏ ବିଷୟରେ ଆଜି କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ ନିଆଯାଇଛି।

ସହାୟତା ହିତାଧିକାରୀମାନଙ୍କର ବ୍ୟାଙ୍କ ଖାତାରେ ଏହାକୁ ଜମା କରାଯିବ। ଏହା ଦ୍ୱାରା ସମୁଦାୟ ୩୦ ଲକ୍ଷ ପରିବାର ଏଥିରେ ଉପକାର ପାଇବେ। ଏଥିପାଇଁ ୧୪୪୪ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ ସରକାରଙ୍କର ବିଜୁ ପକ୍କାଘର ଯୋଜନାରୁ ଏହି ଖର୍ଚ୍ଚ ବହନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଲେଯେ ରାଜ୍ୟରେ ବିଜୁ ପକ୍କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ଓ ଖଣି ଅଂଚଳ ପକ୍କା ଘର ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଏହି ଖର୍ଚ୍ଚ କରୁଛନ୍ତି। ୨୦୧୪ରୁ ବର୍ତ୍ତମାନ ପର୍ଯ୍ଯନ୍ତ ୨୨ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇସାରିଛି। କେନ୍ଦ୍ରୀୟ ଯୋଜନାରେ ମଧ୍ୟ କେନ୍ଦ୍ର ସରକାର ଘର ଦେଉଛନ୍ତି। କିନ୍ତୁ ଅନେକ ଯୋଗ୍ୟ ହିତାଧାକାରୀ କେନ୍ଦ୍ର ଯୋଜନାରୁ ବାଦ ପଡିଛନ୍ତି।

ବିଶେଷ ଭାବରେ ଆଦିବାସୀ ବହୁଳ ଓ ପଶ୍ଚିମ ଓଡ଼ିଶାର ଗ୍ରାମାଞ୍ଚଳର ଲୋକ ହଇରାଣ ହେଉଛନ୍ତି। କେନ୍ଦ୍ରଠାରୁ ଘର ଆଣିବାକୁ ସରକାର ପ୍ରୟାସ କରୁଥିବା କହିଛନ୍ତି ନବୀନ। ଯଦି କେନ୍ଦ୍ର ସରକାର ନ୍ୟାୟ ପୂର୍ଣ୍ଣ ଦାବି ନ ଗ୍ରହଣ କରନ୍ତି ତେବେ ଚିନ୍ତା କରିବାର ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱସନା ଦେଇଛନ୍ତି। ସେମାନଙ୍କୁ ଘର ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ନବୀନ ପଟ୍ଟନାୟକ ପ୍ରତିଶୃତି ଦେଇଛନ୍ତି।

Leave a Reply

Your email address will not be published.