କଣ ଯୁବରାଜ ସିଂହ ମଧ୍ୟ କରି ପାରନ୍ତି ଏମିତି କାମ ? ଭାଉଜ ଆଣିଲେ ଗମ୍ଭୀର ଆରୋପ ! ପଢନ୍ତୁ ପୁରା ଖବର !

ଯୁବରାଜ ସିଂହ ବର୍ତ୍ତମାନ ସୁଦ୍ଧା ଭାରତର ସବୁଠାରୁ ଭଲ କ୍ରିକେଟ ଖେଳାଳୀମାନଙ୍କ ମଧ୍ୟରୁ ଜଣେ ରହିଛନ୍ତି | ଭାରତର ୨୦୦୭ ଟି-20 ୱାର୍ଲଡ କପ ଏବଂ ୨୦୧୧ କ୍ରିକେଟ ୱାର୍ଲଡ କପରେ ଜିତିଥିବା ହିରୋ ଯୁବରାଜ ସିଂହ ଯେତେ ସହଜରେ ପଡିଆରେ ଛକା ମାରୁଥିଲେ, ଠିକ ସେତିକି ସହଜରେ ତାଙ୍କର ବ୍ୟକ୍ତିଗତ ଜୀବନ ରହିନାହିଁ | ଯୁବରାଜ ଅନେକଥର ଅନେକ ବିବାଦରେ ଫସିଥିବାର ଦେଖାଯାଇଛି | ଏମିତି ଗୋଟିଏ ମଧ୍ୟ ସମୟ ଆସିଥିଲା, ଯେତେବେଳେ ତାଙ୍କ ଭାଉଜ ତାଙ୍କ ପରିବାର ଉପରେ ଗମ୍ଭୀର ଅଭିଯୋଗ କରିଥିଲେ |

ଯୁବରାଜଙ୍କ ଉପରେ କରାଯାଇଥିଲା ଘରୋଇ ହିଂସାର ଅଭିଯୋଗ :-

ଯୁବରାଜ ସିଂହଙ୍କ ଭାଉଜ ଆକାଂକ୍ଷା ଶର୍ମା ବିଗ ବସ ୧୦ର କନଟେଷ୍ଟେଣ୍ଟ ହୋଇଛନ୍ତି | ନ୍ୟୁଜ ଏଜେନ୍ସି ANI ଅନୁଯାୟୀ ଯୁବରାଜ ସିଂହଙ୍କ ଭାଉଜ ଆକାଂକ୍ଷା ଶର୍ମା ୨୦୧୭ରେ ଯୁବରାଜ, ତାଙ୍କ ଭାଇ ଜୋରାବର ସିଂହ ଏବଂ ତାଙ୍କ ମା ଶବନମ ସିଂହଙ୍କ ଉପରେ ଘରୋଇ ହିଂସାର ଅଭିଯୋଗ କରିଥିଲେ | ଯୁବରାଜ ସିଂହଙ୍କ ଭାଉଜ ଆକାଂକ୍ଷା ଶର୍ମା ବିଗ ବସ ୧୦ ସମୟରେ ଅନେକ ଇଣ୍ଟରଭିୟୁ ଦେଇଥିଲେ ଏବଂ ଯୁବରାଜ ସିଂହଙ୍କ ଉପରେ ଅନେକ ଅଭିଯୋଗ କରିଥିଲେ | ଏହି ମାମଲା ପରେ କ୍ରିକେଟ ଜଗତରେ ହଂଗାମା ସୃଷ୍ଟି ହୋଇଥିଲା |

ଗଞ୍ଜେଇ ପିଉଥିବା ପର୍ଯ୍ୟନ୍ତ ଅଭିଯୋଗ କରାଯାଇଥିଲା :-

ଇଣ୍ଟରଭିୟୁରେ ଆକାଂକ୍ଷା କହିଛନ୍ତି ଯେ ସେ ଯୁବରାଜଙ୍କୁ ଗଞ୍ଜେଇ ପିଉଥିବାର ମଧ୍ୟ ଦେଖିଥିଲେ | ଯୁବରାଜ ସିଂହ ଦୁଇଜଣ ଭାଇ ଅଟନ୍ତି, ତାଙ୍କ ସାନ ଭାଇର ନାମ ଜୋରାବର ସିଂହ ଅଟେ | ଜୋରାବର ମାର୍ଚ୍ଚ ୧ ତାରିଖ ୨୦୧୪ ତାରିଖରେ ଗାର୍ଲଫ୍ରେଣ୍ଡ ଆକାଂକ୍ଷା ଶର୍ମାଙ୍କ ସହିତ ବିବାହ କରିଥିଲେ, କିନ୍ତୁ ୪ ମାସ ଭିତରେ ଆକାଂକ୍ଷା ନିଜ ବିବାହ ପାଇଁ ଏତେ ଅସନ୍ତୁଷ୍ଟ ହୋଇପଡିଥିଲେ ଯେ ସେ ଛାଡପତ୍ର ନେବାକୁ ମଧ୍ୟ ନିଷ୍ପତ୍ତି ନେଇଯାଇଥିଲେ | ତେବେ ଏହି ଅଭିଯୋଗଗୁଡିକ ପରେ ଯୁବରାଜଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବାର ଖବର ଆସିନଥିଲା |

ମା ଉପରେ ମଧ୍ୟ କରିଥିଲେ ଅଭିଯୋଗ :-

ନ୍ୟୁଜ ଏଜେନ୍ସି ANI ଅନୁଯାୟୀ ଆକାଂକ୍ଷା ଯୁବରାଜ, ତାଙ୍କ ଭାଇ ଏବଂ ମାଙ୍କ ବିରୋଧରେ ଘରୋଇ ହିଂସାର କେସ ପଞ୍ଜିକରଣ କରାଇ ଥିଲେ | ଆକାଂକ୍ଷା ଏହା ମଧ୍ୟ କହିଥିଲେ ଯେ ଯୁବରାଜ ସିଂହଙ୍କ ମା ଶବନମ ସିଂହ ସବୁ ଗହଣା ନେଇଯିବାକୁ ଚାହୁଁଥିଲେ ଏବଂ ତାଙ୍କ ଉପରେ ପିଲା ଜନ୍ମ କରିବାକୁ ଚାପ ପକାଉଥିଲେ | ଆକାଂକ୍ଷାଙ୍କ ଅନୁଯାୟୀ ଯୁବରାଜ ସିଂହଙ୍କ ମା ଶବନମ ବହୁତ ଡୋମିନେଣ୍ଟ ଥିଲେ ଏବଂ ସେ ନିଜ ନିଷ୍ପତ୍ତିକୁ ସମସ୍ତଙ୍କୁ ମାନିବାକୁ କହୁଥିଲେ |

Leave a Reply

Your email address will not be published.