ଶାରୀରିକ ସମ୍ବନ୍ଧ ରଖି ବାହାଘର ପାଇଁ ମନା କରି ପାରିବ ପ୍ରେମିକ ! ଏହା କୌଣସି ପ୍ରତାରଣା ନୁହେଁ – ହାଇକୋର୍ଟ

ଲମ୍ବା ସମୟ ଧରି ଶାରୀରିକ ସମ୍ପର୍କ ରଖିବା ପରେ ଯଦି କେହି ବିବାହ କରିବା ପାଇଁ ମନା କରି ଦିଅନ୍ତି, ତେବେ ତାଙ୍କୁ ଧୋକାବାଜ ବା ପ୍ରତାରକ ବୋଲି ଆଦୌ କୁହାଯାଇପାରିବ ନାହିଁ। ନିମ୍ନ ଅଦାଲତଙ୍କ ତରଫରୁ ଜଣେ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରାଯିବାର ନିଷ୍ପତ୍ତିକୁ ପରିବର୍ତ୍ତନ କରି ବମ୍ବେ ହାଇକୋର୍ଟ ଏହି ଟିପ୍ପଣୀ ଦେଇଛନ୍ତି। ପାଲଘରର ବାସିନ୍ଦା କାଶୀନାଥ ଘରାତଙ୍କ ବିରୁଦ୍ଧରେ ତାଙ୍କର ପ୍ରେମିକା ଏକ ଅଭିଯୋଗ କରିଥିଲେ, ଯାହାକୁ ଭିତ୍ତି କରି ପୋଲିସ ଧାରା ୩୭୬ ଏବଂ ୪୧୭ ଅନୁସାରେ ଦୁଷ୍କର୍ମ ଓ ପ୍ରତାରଣାର ମାମଲା ରୁଜୁ କରିଥିଲା। ପ୍ରେମିକା ଅଭିଯୋଗ କରିଥିଲେକି, ବିବାହର ପ୍ରତିଶୃତି ଦେଇ କାଶୀନାଥ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ଏବଂ ପରେ ପ୍ରତିଶୃତି ପାଳନ କରିନଥିଲେ। ଏହି ମାମଲାରେ ୧୯ ଫେବୃଆରୀ ୧୯୯୯ ମସିହାରେ ଅତିରିକ୍ତ ସେସନ ଜଜ କାଶୀନାଥଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯଦିଓ ନିର୍ଦ୍ଦୋଷରେ ଖଲାସ କରି ଦେଇଥିଲେ, କିନ୍ତୁ ପ୍ରତାରଣା ମାମଲାରେ ଦୋଷୀ ସାବ୍ୟସ୍ତ କରି ଦେଇଥିଲେ।

ତିନି ବର୍ଷ ଧରି ବିବାହର ପ୍ରତିଶୃତି ଦେଇ ସମ୍ପର୍କ ରଖିବା ଏବଂ ପରେ ଏଥିରୁ ଓହରିଯିବା ଅଭିଯୋଗରେ କୋର୍ଟ କାଶୀନାଥଙ୍କୁ ଏକ ବର୍ଷ ପର୍ଯ୍ଯନ୍ତ କାରାଦଣ୍ଡରେ ଦଣ୍ଡିତ କରିଥିଲେ। କାଶୀନାଥଙ୍କର ଏହି ଆଦେଶକୁ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ମଧ୍ୟ ଯେଉଁଠାରେ ଜଷ୍ଟିସ ଅନୁଜା ପ୍ରଭୁଦେସାଇଙ୍କର ଏକକ ବେଞ୍ଚ ତାଙ୍କୁ ପ୍ରତାରଣା ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଥିଲା। ଜଷ୍ଟିସ ପ୍ରଭୁଦେସାଇ କହିଥିଲେକି, ତଥ୍ୟ କହୁଛିଯେ ମହିଳା ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ତିନି ବର୍ଷ ଧରି ଶାରୀରିକ ସମ୍ପର୍କ ଥିଲା ଏବଂ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଧ୍ୟ ଥିଲା। ମହିଳାଙ୍କର ବୟାନରୁ ଏହା ପ୍ରମାଣିତ ହେଉନାହିଁଯେ ତାଙ୍କୁ କୌଣସି ପ୍ରକାର ଧୋକାରେ ୩ ବର୍ଷ ପର୍ଯ୍ଯନ୍ତ ରଖାଯାଇଥିଲା।

ଶୁଣାଣି ସମୟରେ ହାଇକୋର୍ଟ ଏମିତି ମାମଲାରେ ସୁପ୍ରିମକୋର୍ଟଙ୍କର ନିଷ୍ପତ୍ତିକୁ ଗୁରୁତ୍ୱ ଦେଇଥିଲେ। କୋର୍ଟ କହିଥିଲେଯେ ଏହା ପ୍ରମାଣିତ ହେବା ଉଚିତଯେ ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେବା ବେଳେ ମିଥ୍ୟା ତଥ୍ୟ ରଖାଯାଇଥିଲା। ଏବଂ ପରେ ସେହି କଥାଗୁଡ଼ିକ ଭୁଲ ମଧ୍ୟ ପ୍ରମାଣିତ ହୋଇଥିଲା। କୋର୍ଟ କହିଥିଲେକି, ଦୁଇଟି କଥା ପ୍ରମାଣିତ ହେବା ଉଚିତ। ପ୍ରଥମତଃ ମିଥ୍ୟା ତଥ୍ୟ ଦେଇ ବିବାହ ବିଷୟରେ ଆଲୋଚନା କରାଯାଇଥିଲା। ଏବଂ ଦ୍ୱିତୀୟରେ ପ୍ରତିଶୃତି ଭୁଲ ଥିଲା, ଯାହାର ପ୍ରଲୋଭନରେ ଆସି ମହିଳା ଯୌନ ସମ୍ପର୍କ ରଖିବା ପାଇଁ ରାଜି ହୋଇ ଯାଇଥିଲେ।

ଭୁଲ ତଥ୍ୟ ଦେଇ ଯୌନ ସମ୍ପର୍କ ରଖିବାର କୌଣସି ପ୍ରମାଣ ନାହିଁ:-
ହାଇକୋର୍ଟ କହିଥିଲେଯେ ଏହି ମାମଲାରେ ଏ ବିଷୟରେ କୌଣସି ପ୍ରମାଣ ମିଳୁନାହିଁକି, ଅଭିଯୁକ୍ତ ମହିଳାଙ୍କୁ ବିବାହ କରିବାକୁ ଚାହୁଁନଥିଲେ। ଏଠାରେ ଏହି କଥା ପ୍ରମାଣ କରିବା ପାଇଁ ପର୍ଯ୍ୟାପ୍ତ ତଥ୍ୟ ନାହିଁ। ମହିଳାଙ୍କୁ ମିଥ୍ୟା ତଥ୍ୟ ଦେଇ ଅଭିଯୁକ୍ତ ଯୌନ ସମ୍ବନ୍ଧ ପାଇଁ ରାଜି କରାଇଥିଲେ। ଏମିତିରେ ତାଙ୍କୁ ଲମ୍ବା ରିଲେସନସିପ ପରେ ବିବାହ କରିବା ପାଇଁ ମନା କରିବାରେ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ।

Leave a Reply

Your email address will not be published. Required fields are marked *