ବୟଫ୍ରେଣ୍ଡ ଚୁପ ନହେବାରୁ ମହିଳା ଜଣକ ଲେମ୍ବୁପାଣିରେ ବିଷ ମିଶାଇ ପିଇବାକୁ ଦେଲେ,ଆଉ ତା ପରେ …ଜାଣନ୍ତୁ ପୁରା ଘଟଣା !

ଆମେରିକାର ଫ୍ଲୋରିଡ଼ାରୁ ଜଣେ ମହିଳା ନିଜର ବୟଫ୍ରେଣ୍ଡକୁ ବିଷ ଦେଇଦେଲା। ଏହା ସେ ଏଥିପାଇଁ କଲା କାରଣ ସେ ବହୁତ ଦିନ ହେବ ତା’ ଉପରେ ବ୍ୟସ୍ତ ରହିଥିଲା। ତାଙ୍କୁ ଚୁପ କରିବାପାଇଁ ମହିଳା ତାଙ୍କୁ ବିଷ ଦେଇଦେଲେ।

AP ନ୍ୟୁଜରେ ଛପା ଯାଇଥିବା ଖବର ମୁତାବିକ, 54 ବର୍ଷୀୟ ଏହି ମହିଳାଙ୍କ ନାମ ଏଲଭିସ ପ୍ୟାରିସ ଅଟେ। ସେ ନିଜର 61 ବର୍ଷୀୟ ବୟଫ୍ରେଣ୍ଡ ଉଇଲିଆମ ସର୍ବତରେ ବିଷ ଦେଇ ପିଆଇଦେଲେ। ଏହାପରେ ଏଲଭିସ ନିଜେ ଏହି ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇ ସବୁ କଥା କହିଦେଇଥିଲେ।

ପୋଲିସ ମୁତାବିକ, ମହିଳା ଜଣକ ନିଜର ଦୋଷ ସ୍ୱୀକାର କରି କହିଥିଲା, ଏମିତି ନକରିଥିଲେ ତାଙ୍କ ବୟଫ୍ରେଣ୍ଡ କଦାପି ଚୁପ ହୋଇନଥାନ୍ତା। ଏଲଭିସ କହିଥିଲେ, ଉଇଲିଆମ ବହୁତ ବକର ବକର ହେଉଥିଲେ ଏଥିପାଇଁ ସେ ଚିନ୍ତାରେ ଥିଲେ।

ବିଷ ର ପ୍ରଭାବ ଯେତେବେଳେ ଦେଖାଦେଇଥିଲା ସେତେବେଳେ ଏଲଭିସ ଭୟ କରି ଯାଇଥିଲେ ଓ ତୁରନ୍ତ ପୋଲିସକୁ ସମ୍ପର୍କ କରିଥିଲେ। ପୋଲିସ ସେଠାରେ ପହଞ୍ଚି ଉଇଲିଆମଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ଓ ତାଙ୍କ ଜୀବନ ବଞ୍ଚି ଯାଇଛି ସତ କିନ୍ତୁ ତାଙ୍କର ବର୍ତ୍ତମାନ ଚିକିତ୍ସା ଚାଲୁ ରହିଛି।

ବୟଫ୍ରେଣ୍ଡକୁ ପୋଲିସ ଯେତେବେଳେ ଏହି ବିଷୟରେ ପଚାରିଥିଲା ସେତେବେଳେ ସେ କହିଥିଲେ,ଲେମନେଡ଼ ପିଇବା ସମୟରେ ତାଙ୍କୁ ଅଜବ ଲାଗୁଥିଲା କିନ୍ତୁ ସେ କିଛି ନଭାବି ପିଇ ଦେଇଥିଲେ।

ଏହି ଘଟଣା ପରେ ପୋଲିସ ଏଲଭିସଙ୍କ ଘର ଛାପ ମାରିବାପରେ ତାଙ୍କୁ ଏକ ଅଜବ ପଦାର୍ଥ ମିଳିଥିଲା ଯାହାର ବର୍ତ୍ତମାନ ଯାଞ୍ଚ କରାଯାଉଛି। ବର୍ତ୍ତମାନ ଏଲଭିସଙ୍କୁ ଆରେଷ୍ଟ କରାଯାଇସାରିଛି।

Leave a Reply

Your email address will not be published.