ଏହି ଘୋଡାର ଦାମ ଯେତିକି,ଆପଣ ସେତିକି ଟଙ୍କାରେ ଦୁଇଟି ମର୍ସିଡିଜ୍ କାର କିଣି ପାରିବେ,ତା ହେଲେ ଜଣାନ୍ତୁ ଏତେ ଦାମୀ ଘୋଡା ପାଖରେ କଣ ଏମିତି ଖାସିୟତ ଅଛି !

ଆପଣ ତ ଘୋଡା ବହୁତ ଦେଖିଥିବେ,ଆଜି ମୁଁ ଯେଉଁ ଘୋଡା ସମ୍ପର୍କରେ କହିବି ତା କଥା ଅଲଗା|ଏତେ ଖାସ ଯେ ଏହାର ତୁଳନା ମହାରାଣା ପ୍ରତାପଙ୍କ ଚେତକ ସହ ହେଉଛି|ଏହି କାରଣରୁ ଲୋକମାନେ ସେତିକି ଦାମରେ କିଣିବାକୁ ରାଜି ଅଛନ୍ତି ଯେଉଁଥିରେ ୨ଟି ମର୍ସିଡିଜ୍ ବା ବିମ୍ଡବ୍ଲୁ କିଣା ଯାଇ ପାରିବ|ଏହି ଘୋଡାର ମୂଲ୍ୟ ୧.୨୫ କୋଟି ଅଟେ|

ଯେତିକି ଟଙ୍କା ଦେଇ ଆପଣ ଏହି ଘୋଡା କିଣିବେ ଏତିକିରେ ଆପଣ ଦୁଇଟି ଲକ୍ଜୁରୀ କାରର ମାଲିକ ହୋଇ ପାରିବେ|କିନ୍ତୁ ଏହାର ଖାସିୟତ ଏପରି ଯେ ଲୋକମାନେ ମର୍ସିଡିଜ ଛାଡି ଏହାର ମାଲିକ ହେବାପାଇଁ ଚାହୁଁଛନ୍ତି|

ଘୋଡାର ପରିଚୟ:

ନାମ: ଏଲେକ୍ସ

ବୟସ: ପାଖାପାଖି ୫ ବର୍ଷ

ଉଚ୍ଚତା:୬୫ ଇଞ୍ଚ

ଵ୍ରୀଡ:ବ୍ଲର ଲାଇନ

ଦର:୧.୨୫ କୋଟି ଟଙ୍କା

ଏଲେକ୍ସ ଏପରି ଏକ ଘୋଡା ଯେ ତା ସାମ୍ନାରେ ଆଛା ନସ୍ଲର ଘୋଡା ତିଷ୍ଠି ପାରିବେ ନାହିଁ|ମହାରାଷ୍ଟ୍ରର ନନ୍ଦୁରବାରର ସାରଙ୍ଗଖେଡାରେ ଆଜିକାଲି ଘୋଡାର ମେଳା ଚାଲିଛି|ଯେଉଁଠାରେ ଏଲେକ୍ସକୁ ବି ତା ମାଲିକ ନେଇ ପହଞ୍ଚିଛନ୍ତି|ଏଲେକ୍ସ ମାରୱାଡ଼ି ପ୍ରଜାତିର ଘୋଡା ଅଟେ ଓ ଏହାକୁ ମୁଖ୍ୟତଃ ବ୍ରିଡିଙ୍ଗ ପାଇଁ ବ୍ୟବହାର କରାଯାଇଥାଏ|ଏଥିପାଇଁ ଏହାର ଦାମ ଏତେ ଅଧିକ|

ଏଲେକ୍ସର ଦେଖାଶୁଣା ପାଇଁ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ ହେଉଛି|ଏହାର ଦେଖାଶୁଣା ପାଇଁ ୨୪ ଘଣ୍ଟା ୨ ଜଣ ବ୍ୟକ୍ତି ଲାଗି ରହିଥାନ୍ତି|ଏହା ସହ ପୈଷ୍ଟିକ ଆହାର ଦିଆଯାଏ ଫଳରେ ଏହା ସୁସ୍ଥ ରହିପାରିବ|

ଏଲେକ୍ସ ପିତାର ମୂଲ୍ୟ ୧.୨୬ କୋଟି ଲଗାଯାଇଥିଲା ଓ ତା ଦାଦା ୧୦ କୋଟି ଟଙ୍କା ଲଗାଯାଇଥିଲା|

ଦୁନିଆରେ ଏଵେ ମାରୱାଡ଼ି ଘୋଡା ଉପରେ ରିସର୍ଚ୍ଚ ଚାଲୁଅଛି|ମହାରାଣା ପ୍ରତାପଙ୍କ ଚେତକ ଘୋଡା ଏହି ପ୍ରଜାତିର ଥିଲା|ଏହି ଘୋଡା ବହୁ ଚାଲାକ ଓ ବୁଝାଳୁ ଓ ତେଜ୍ ଅଟେ|

ଏଵେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣାଣ୍ଡିଜକୁ ମିଳିଥିବା ଘୋଡାର ଚର୍ଚ୍ଚା ହେଉଛି|ଏହାର ମୂଲ୍ୟ ୫୦ ଲକ୍ଷ କୁହାଯାଉଛି|କିନ୍ତୁ ଆଲେକ୍ସ ଏହାଠାରୁ ଦାମୀ ଓ ଦମଦାର ଅଟେ|

Leave a Reply

Your email address will not be published.