କି ନିଶାରେ ବାପ : ବ୍ୟକ୍ତିଜଣକ ନିଶାରେ ନିଜକୁ ଭାବୁଛନ୍ତି “ବ୍ରୁସ ଲି”,ଆଉ ତା ପରେ ଆରମ୍ଭ କରିଦେଇଛନ୍ତି ଅସଲ ଖେଳ,ଦେଖନ୍ତୁ ଭିଡ଼ିଓ !

ଏଥିରେ କୈାଣସି ସନ୍ଦେହ ନାହିଁ ଯେ ନିଶା ଖାଇବା ଖରାପ ଜିନିଷ|ଅଧିକ ନିଶାକରି ବେଳେବେଳେ ଲୋକଙ୍କ କୈାଣସି କଥାରେ ହୋସ ନଥାଏ ଓ ସେମାନେ ନିଜପାଇଁ ଠିକ ନିଷ୍ପତ୍ତି ନେଇପାରନ୍ତି ନାହିଁ|ସୋସିଆଲ ମିଡିଆରେ ଏକ ମଜାଦାର ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ନିଶାସକ୍ତ ବ୍ୟକ୍ତି ନିଜକୁ “ବ୍ରୁସ ଲି ” ଭାବି ନେଇଛନ୍ତି|ଏହାପରେ ସେ ଏପରି କିଛି କଲେ ଯାହାକୁ ଦେଖି ଆପଣ ହସିହସି ଗଡିଯିବେ|

ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖିପାରିବେ ଯେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ଥାଇ ଗଛରେ ବକ୍ସିଂ ଅଭ୍ୟାସ କରୁଛି|ସେ କଦଳୀଗଛକୁ ଜୋରଦାର ପଞ୍ଚ ମାରୁଛି|କିନ୍ତୁ ନିଶାରେ ରହିବା କାରଣରୁ ତାର ବାଲାନ୍ସ ହୋଇ ପାରୁନାହିଁ ଓ ଲଡଖଡା ଲାଗେ|ଏହା ବ୍ୟତୀତ ସେ ହାର ମାନେ ନାହିଁ ଓ ଲଗାତାର ଚେଷ୍ଟା କରେ ଶେଷରେ ନିଜେ ଖସିପଡେ|

ସୋସିଆଲ ମିଡିଆରେ ଏହି ମଜାଦାର ଭିଡିଓକୁ ଆଇପିଏସ୍ ଅଧିକାରୀ ରୂପିନ ଶର୍ମା ସେୟାର କରିଛନ୍ତି|ଭିଡିଓ ସହ ମଜାରେ ଲେଖିଛନ୍ତି କିଛି ପେକ୍ ନବା ସତ୍ୱେ ବ୍ରୁସ ଲି ବନିଗଲା ବ୍ୟକ୍ତି|ଏଵେ ଏହା ଭାଇରାଲ ହେଉଛି ଓ ଲୋକମାନେ ଏହାର ମଜା ନେଉଛନ୍ତି|

ସୋସିଆଲ ମିଡିଆରେ ଏହି ମଜାଦାର ଭିଡିଓ ବହୁ ପସନ୍ଦ ଆସୁଛି|ଏଥିପାଇଁ ବହୁଲୋକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି|ଆଉଜଣେ ଲେଖିଛନ୍ତି ମୋତେ କ୍ଷମା କରନ୍ତୁ, ମୁଁ ନିଶାରେ ଅଛି,ଦୁଇ ପାଦ ଚାଲିବା କଷ୍ଟକର, ମୁଁ ନିଶାରେ ଅଛି|ଆଉଜଣେ ଲେଖିଛନ୍ତି ସାଧାରଣତଃ ନିଶା କରିବା ପରେ ଲୋକଙ୍କ ଭିତର ଫାଇଟ ବାହାରକୁ ବାହାରି ଯାଏ|ଆଉଜଣେ ଲେଖିଛନ୍ତି କିଛି ପେକ୍ ପରେ ବ୍ରୁସ ଲି ବନିଗଲା ବ୍ୟକ୍ତି|

Leave a Reply

Your email address will not be published.