ବାହାରୁନି ସମାଧାନର ରାସ୍ତା : ଡାକ୍ତର ସୁମିତ ଓ ତପସ୍ବିନୀ ପୁଣି ରହିବେ ଭଡା ଘରେ , SDJM କୋର୍ଟଙ୍କ ନିର୍ଦ୍ଦେଶ

ସୁମିତ ଓ ତପସ୍ବିନୀ ବିବାଦ ଥମିବାର ନାମ ନେଉନାହିଁ। ବର୍ତ୍ତମାନ ଆଇନ ବ୍ୟବସ୍ଥା ନାଚାର। ଏକାମାତ୍ର ଭରସା ହେଉଛି କୋର୍ଟ। ଉଭୟଙ୍କୁ ଏକାଠି କରିବା ପାଇଁ ପୂର୍ବରୁ କୋର୍ଟ ୭ ଦିନ ସାଥିରେ ଭଡାଘରେ ରହିବା ପାଇଁ ନିର୍ଦେଶ ଦେଇଥିଲେ। ଉଭୟ ୭ ଦିନ ଭଡା ଘରେ ରହିଥିଲେ ସୁଦ୍ଧା ସମସ୍ୟାର କୌଣସି ମତେ ସମାଧାନ ହୋଇ ପାରିନଥିଲା। ୮ମ ଦିନ ହିଁ ସୁମିତ ଭଡାଘରୁ ଚାଲିଯାଇଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବର୍ତ୍ତମାନ SDJM କୋର୍ଟ ଏହି ମାମଲାର ଶୁଣାଣି କରି ପୁଣି ସୁମିତ ଓ ତପସ୍ବିନୀଙ୍କୁ ଆଉ ୭ଦିନ ପାଇଁ ଭଡା ଘରେ ଏକାଠି ରହିବା ପାଇଁ ନିର୍ଦେଶ ଦେଇଛନ୍ତି। ତପସ୍ବିନୀଙ୍କର ସମସ୍ତ ଦାୟିତ୍ବ ନେବା ପାଇଁ ଡାକ୍ତର ସୁମିତଙ୍କୁ କୋର୍ଟ କହିଛନ୍ତି।

ପୂର୍ବରୁ ସୁମିତଙ୍କର ଓକିଲ ୧୫ ଦିନିଆ ପିଟିସନକୁ ଖାରଜ କରିଲେ SDJM କୋର୍ଟ। ତପସ୍ୱିନୀଙ୍କୁ ତାଙ୍କର ଶ୍ବଶୁର ଘରେ ରଖିବା ପାଇଁ ତାଙ୍କର ଓକିଲ ଦୀପକ ପଟ୍ଟନାୟକ ଏକ ପିଟିସନ ଚଳିତ ମାସ ୧୭ ତାରିଖରେ ଦାଖଲ କରିଥିଲେ। ଆଜି ଏହାକୁ ନେଇ ଶୁଣାଣି ହୋଇଛି। ସନ୍ଧ୍ୟାରେ SDJM କୋର୍ଟ ରାୟ ପ୍ରକାଶ କରିଛନ୍ତି। ଉଭୟଙ୍କୁ ପୁଣି ଭଡା ଘରେ ରହିବା ପାଇଁ କୋର୍ଟ ନିର୍ଦେଶ ଦେଇଛନ୍ତି। ଜିଲ୍ଲା କୋର୍ଟରେ ମଧ୍ୟ ସୁମିତଙ୍କର ଓକିଲ ପୂର୍ବରୁ ଏକ ପିଟିସନ ଦାଖଲ କରିଛନ୍ତି। ସେଥିରେ ସେ SDJM କୋର୍ଟଙ୍କର ପୂର୍ବ ରାୟକୁ ଚ୍ୟାଲେଞ୍ଜ କରିଛନ୍ତି। ଆସନ୍ତା ଡିସେମ୍ବର ୨୭ ତାରିଖରେ ଏହାର ରାୟ ପ୍ରକାଶ ପାଇବ। ସେତେ ପର୍ଯ୍ଯନ୍ତ ଡାକ୍ତର ସୁମିତ ଏବଂ ତପସ୍ବିନୀ ଏକ ଭଡାଘରେ ରହିବେ।

Leave a Reply

Your email address will not be published.