୧୮ ବର୍ଷ ବୟସରେ ଭୋଟ,ସେକ୍ସୁଆଲ ରିଲେସନସିପକୁ ମଞ୍ଜୁର କିନ୍ତୁ ବିବାହକୁ କଣ ପାଇଁ ମନା – ଅସଦୁଦ୍ଦିନ

ୟୁପି ନିର୍ବାଚନରେ AIMIM ଚିଫ ଅସଦୁଦ୍ଦିନ ଓଭେସି ଲଗାତାର ନିଜର ସକ୍ରିୟତା ଜାରି ରଖିଛନ୍ତି। ଆଜି ମଥୁରାରେ ଏକ ଜନସତାକୁ ସମ୍ବୋଧିତ କରି ଓବେସି ପୁଣି ମୁସଲିମ ସମାଜକୁ ନିଜ ପକ୍ଷରେ କରିବାକୁ ଚେଷ୍ଟା କରିଥିଲେ। ଏହାସହ ଝିଅମାନଙ୍କ ବିବାହ ବୟସକୁ ନେଇ ବଡ଼ ବୟାନ ଦେଲେ। ଏବେଏବେ ସରକାର ସରକାର କହିଛନ୍ତି କି, ଝିଅ ମାନଙ୍କ ବିବାହ ବୟସ 18 ବର୍ଷରୁ ବଢ଼ାଇ 21 ବର୍ଷ କରିଦିଆଯାଇଛି।

ଝିଅମାନଙ୍କ ବିବାହ ବୟସକୁ ନେଇ ବଡ଼ ବିବାଦ:-

ଏବେ ଏହି ଫଇସଲା ଉପରେ ଓବେସି ଆବାଜ ଉଠାଉଛନ୍ତି। ସେ ପିଏମ ମୋଦିଙ୍କୁ ‘ଚାଚା’ କହି ସମ୍ବୋଧିତ କରିଦେଲେ। ସେ ମୋଦିଙ୍କୁ ଟାର୍ଗେଟ ଦେଇ କହିଥିଲେ, ଆପଣ 18 ବର୍ଷ ବୟସରେ ଭୋଟ ଦେଇପାରିବେ, ଆପଣ 18 ବର୍ଷ ବୟସରେ ସେକ୍ସୁଆଲ ରିଲେସନସିପ ମଧ୍ୟ ରଖିପାରିବେ କିନ୍ତୁ ବିବାହ କରିପାରିବେ ନାହିଁ। ମୋଦିଙ୍କୁ ବିବାହରେ ଏତେ ସମସ୍ୟା କାହିଁକି ରହିଛି, ଇସଲାମରେ ଝିଅ ଯେପର୍ଯ୍ୟନ୍ତ ରାଜି ନହୋଇଯାଏ ସେବେ ପର୍ଯ୍ୟନ୍ତ ବିବାହ କରେନାହିଁ।

ଏହାସହ ଓବେସି ସତା ଉପରେ ମଧ୍ୟ ଆବାଜ ଉଠାଇଛନ୍ତି ତାଙ୍କ କହିବାନୁଯାୟୀ, ଏହି ପାର୍ଟି କେବଳ ମୁସଲିମଙ୍କ ଠାରୁ ଭୋଟ ପାଇଁ ଚାଲିଆସିଥାଏ କିନ୍ତୁ ଯେତେବେଳେ ମୁଦ୍ଦା ଉପରେ ପ୍ରଶ୍ନ ଉଠେ ସେ କଣ ପାଇଁ ଚୁପ ରହିଯାଉଛନ୍ତି। ଆମକୁ ନେତା ଜାତ କରିବାକୁ ପଡ଼ିବ, ଏମାନେ ଖାଲି ଭୋଟ ପାଇଁ ଆସୁଛନ୍ତି କିନ୍ତୁ ଯେତେବେଳେ CAA କଥା ଉଠୁଛି ଏମାନେ କାଲ ହୋଇଯାଉଛନ୍ତି।

ଗଙ୍ଗା ଏକ୍ସପ୍ରେସ ଉପରେ ଚୁଟକି:-

ଗଙ୍ଗା ଏକ୍ସପ୍ରେସ ୱେ ଉପରେ ଓବେସି ନିଜର ପ୍ରତିକ୍ରିୟା ଦେଇଥିଲେ। ତାଙ୍କ ମୁତାବିକ, ପିଏମ ଏବେ ପର୍ଯ୍ୟନ୍ତ ମେରଠ ର ଟ୍ରାଫିକ ସମସ୍ୟା ଦୂର କରି ପାରିନାହାନ୍ତି। ସେ କହିଛନ୍ତି, ଗଙ୍ଗା ଏକ୍ସପ୍ରେସ ୱେ ରେ ସମସ୍ତଙ୍କୁ ଫାଇଦା ହେବ, ଏମିତି ପିଏମ କୁହନ୍ତି, କିନ୍ତୁ ଏବେପର୍ଯ୍ୟନ୍ତ ମେରଠ ର ଟ୍ରାଫିକ ସମସ୍ୟା ଦୂର କରି ପାରିଲେନାହିଁ। ଯିଏ ମୋଦି ଙ୍କ ଭକ୍ତ ସେ ଏହି କଥାକୁ ମୁଣ୍ଡରେ ପୁରାଇ ପାରିଲେ ସବୁ କିଛି ଜାଣି ପାରିବେ।

ଏହିସବୁ ବ୍ୟତୀତ AIMIM ଚିଫ ମୋଦିଙ୍କ ବୟାନ ଉପରେ ଭେଦଭାବ କରିବା ଭଳି ରାଜନୀତିର ଆରୋପ ମଧ୍ୟ ଲଗାଇଦେଲେ। ତାଙ୍କ ମୁତାବିକ, ପିଏମ ଜ୍ଞାନବ୍ୟାପୀ ମସଜିଦକୁ କଣ ପାଇଁ ସୌନ୍ଦର୍ଯ୍ୟ ବନାଇ ପାରିଲେନାହିଁ, ସେ ଆଜମେରର ବନ୍ଦରକୁ କଣ ପାଇଁ ସୁନ୍ଦର ବନାଇ ପାରିଲେନାହିଁ। ନିଜ ସମ୍ବୋଧନରେ ଓବେସି ଲକ୍ମୀପୁର ହିଂସାକୁ ନେଇ ଯୋଗୀ ସରକାରଙ୍କୁ ଘେରିଥିଲେ। ତାଙ୍କ ମୁତାବିକ, ବିଜେପି ଟେନିଙ୍କୁ ଏଥିପାଇଁ ହଟାଉ ନାହିଁ କାରଣ ବ୍ରାହ୍ମଣ ସମାଜ ନାରାଜ ହୋଇଯିବ।

Leave a Reply

Your email address will not be published.