ଖୁସି ଖବର : ଗୋଟିଏ ଶରୀରରେ ଯୋଡି ହୋଇ ରହିଥିବା ଦୁଇ ଭାଇ ସୋହନା-ମୋହନାଙ୍କୁ ମିଳିଲା ଚାକିରୀ,ମୋହନା ଏହିପରି ଭାବେ ସୋହନାକୁ କାମରେ କରିବ ସାହାଯ୍ୟ,ଜାଣନ୍ତୁ ପୁରା ଖବର !

ଆମେ ପ୍ରାୟ ସମୟରେ ନିଜର ସମସ୍ୟାକୁ ଦେଖି ଦୁଖୀ ହୋଇଯାନ୍ତି | କିନ୍ତୁ ଆଜି ଆମେ ଆପଣଙ୍କୁ ଦୁଇଜଣ ଏପରି ଭାଇଙ୍କ ସହିତ ପରିଚିତ କରିବାକୁ ଯାଉଛୁ, ଯେଉଁମାନେ ଗୋଟିଏ ଦେହରେ ଦୁଇଟି ଜୀବନ ହେବା ସତ୍ତ୍ୱେ ମଧ୍ୟ ଜୀବନର ସବୁ ସମସ୍ୟାକୁ ଚିରି ଆଗକୁ ବଢୁଛନ୍ତି | ଅମୃତସରର ବାସିନ୍ଦା ଦୁଇ ଭାଇ ସୋହନା-ମୋହନାଙ୍କ ଶରୀର ତ ଗୋଟିଏ, କିନ୍ତୁ ଏଥିରେ ଜୀବନ ଅଲଗା ରହିଛି | ଏମାନେ ଜନ୍ମହେବା ମାତ୍ରେ ବାପା ମା ଏମାନଙ୍କୁ ଛାଡି ଦେଇଥିଲେ, କିନ୍ତୁ ବର୍ତ୍ତମାନ ଦୁହେଁ ନିଜ ଗୋଡ଼ରେ ଠିଆ ହୋଇ ସାରିଛନ୍ତି |

ଶରୀର ସହିତ ଯଦି ହୋଇଥିବା ଭାଇମାନଙ୍କୁ ମିଳିଲା ଚାକିରୀ :-

ବାସ୍ତବରେ ସୋହନାଙ୍କୁ ବିଦ୍ୟୁତ ବିଭାଗରେ ସରକାରୀ ଚାକିରୀ ମିଳିଯାଇଛି | ଏହି ଚାକିରୀରେ ତାଙ୍କ ଶରୀର ସହିତ ଯୋଡି ହୋଇଥିବା ଭାଇ ମୋହନା ମଧ୍ୟ ତାଙ୍କୁ ସାହାଯ୍ୟ କରିବେ | ସୋମବାରଠାରୁ ସୋହନା ପଞ୍ଜାବ ଟେଷ୍ଟ ପାୱାର କର୍ପୋରେସନ ଲିମିଟେଡ଼ରେ କାମ କରିବା ଆରମ୍ଭ କରିଦେଇଛନ୍ତି | ତାର ଅଫିସ ଡେଣ୍ଟାଲ କଲେଜ ନିକଟସ୍ଥ ଅବସ୍ଥିତ ବିଦ୍ୟୁତଘରେ ରହିଛି | ଏଠାରେ ସେ ରେଗୁଲାର ଟି ମ୍ୟାଟ(ମେଣ୍ଟେନାନ୍ସ କର୍ମଚାରୀ) ଭାବରେ କାମ କରୁଛନ୍ତି | ଡିସେମ୍ବର ୧୧ତାରିଖରେ ପାୱାରକମତାଙ୍କୁ ନିଯୁକ୍ତି ପତ୍ର ଦେଇଥିଲା |

ଏତିକି ସ୍ୟାଲେରୀ ପାଇବେ :-

ପାୱାରକମ ଅନୁଯାୟୀ, ସୋହନାଙ୍କୁ ମାସକୁ ୨୦ହଜାର ଟଙ୍କା ମିଳିବ | ସୋହନା-ମୋହନା ଏହି ବର୍ଷ ଜୁଲାଇରେ ଇଲେକ୍ଟ୍ରିକାଲ ଡିପ୍ଲୋମା କରିଥିଲେ | ସେ ପାୱାରକମରେ ଜେଇ ପଦ ପାଇଁ ଆବେଦନ କରିଥିଲେ | ପାୱାରକମ ଏହି କଥାକୁ ନେଇ ଚିନ୍ତାରେ ଥିଲା ଯେ ଦୁହିଁଙ୍କ ମଧ୍ୟରୁ କାହାକୁ ଚାକିରୀ ଦିଆଯିବ | ଦୁହିଁଙ୍କ ପାଖରେ ଇଲେକ୍ଟ୍ରିକାଲ ଡିପ୍ଲୋମା ଏବଂ ବିଦ୍ୟୁତ ବିଭାଗ ସହିତ ସମ୍ବନ୍ଧୀୟ କାମରେ ଦକ୍ଷତା ରହିଛି | ତେବେ ଶେଷରେ ସୋହନାଙ୍କୁ ଚାକିରୀ ଦିଆଗଲା |

ମୁଖ୍ୟମନ୍ତ୍ରୀ ଚାକିରୀ ଦେବାକୁ କଥା ଦେଇଥିଲେ :-

ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଦୁଇ ଭାଇଙ୍କୁ ଚାକିରୀ ଦେବାପାଇଁ ଘୋଷଣା କରିଥିଲେ | ପାୱାରକମ ଚିଫ ମ୍ୟାନେଜିଂଗ ଡ଼ାଇରେକ୍ଟର ବେଣୁ ପ୍ରସାଦ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନି ସହିତ ଏହି ବିଷୟରେ କଥାବାର୍ତ୍ତା ମଧ୍ୟ ହୋଇଥିଲେ | ଏହି ଘୋଷଣାର ୫ ମାସ ପରେ ଭାଇମାନଙ୍କୁ ଚାକିରୀ ଦିଆଗଲା | ସୋହନାଙ୍କୁ ସ୍ପେଶାଲ କେସ ଆଧାରରେ ଚାକିରୀ ଦିଆଯାଇଛି | ଦୁଇବର୍ଷ ପରେ ତାଙ୍କର ପ୍ରମୋଶନ ମଧ୍ୟ ହୋଇଯିବ |

ଅଫିସ ଯିବା-ଆସିବାର ବ୍ୟବସ୍ଥା ମଧ୍ୟ ହେବ :-

ଶନିବାର ଦିନ ଯେତେବେଳେ ସୋହନା-ମୋହନା ଡେପୁଟି କମିଶନର ଗୁରୁପ୍ରୀତ ସିଂହ ଖହରାଙ୍କ ସହିତ ଭେଟିଥିଲେ, ସେତେବେଳେ ଦୁହେଁ ଅଫିସ ଯିବା ଆସିବା ବ୍ୟବସ୍ଥା କରିବାକୁ କରିଥିଲେ | ଏହା ଉପରେ ଡେପୁଟି କମିଶନର ପାୱାରକମର ସିଏମଡି ବେଣୁ ପ୍ରସାଦ ସହିତ କଥା ହୋଇଥିଲେ | ସେ ଆଶ୍ୱାସନା ଦେଇଥିଲେ ଯେ ଦୁଇଭାଇଙ୍କ ଯିବା ଆସିବାର ବ୍ୟବସ୍ଥା ହୋଇଯିବ |

Leave a Reply

Your email address will not be published.