ଶେଷ ହେଲା ଏହି ଚାରିଜଣ ଭାରତୀୟ ଖେଳାଳିଙ୍କ ଟେଷ୍ଟ କ୍ୟାରିଅର ! ଟିମକୁ ଫେରିବା ପାଇଁ ସବୁ ରାସ୍ତା ବନ୍ଦ ! ଜାଣନ୍ତୁ କିଏ କିଏ ?

ଭାରତୀୟ କ୍ରିକେଟ ଟିମରେ ସିଲେକ୍ସନ ପାଇବା ଯେତିକି କଠିନ ହୋଇଥାଏ ସେତିକି କଠିନ ହୋଇଥାଏ ଦଳରେ ନିଜକୁ ସ୍ଥାୟୀ ରଖିବା। କାରଣ ଟିମ ବାହାରେ କେତେକ ଏମିତି ଖେଳାଳି ଥାଆନ୍ତି ଯିଏକି ନିଜର ପ୍ରଦର୍ଶନ ବଳରେ ଦାବିଦାର ଦର୍ଶାଇ ଥାଆନ୍ତି। ଭାରତୀୟ ଟିମରେ ଏମିତି କିଛି କ୍ରିକେଟର ଅଛନ୍ତି ଯାହାର କ୍ରିକେଟ କ୍ୟାରିଅର ପାଖାପାଖି ସମାପ୍ତ ହୋଇଯାଇଛି। ଆସନ୍ତୁ ଜାଣିବା ସେ ଚାରିଜଣ ଖେଳାଳିଙ୍କ ବିଷୟରେ।

ଶିଖର ଧାୱନ:-

ଶିଖର ଧାୱନ ଏକଦା ସମୟରେ ଭାରତୀୟ ଟିମର ବ୍ୟାଟିଂର ମଝି ହାଡ଼ ଥିଲେ। କିନ୍ତୁ 2018 ପରଠାରୁ ସେ ଟେଷ୍ଟ କ୍ରିକେଟରେ ବାହାରେ ଚାଲି ଆସୁଛନ୍ତି। ମୟଙ୍କ ଅଗ୍ରୱାଲ ଓ କେଏଲ ରାହୁଲ ତାଙ୍କ ସ୍ଥାନରେ ଏକ ଭଲ ବିକଳ୍ପ ଭାବରେ ଭାରତକୁ ବହୁତ ମ୍ୟାଚ ଜିତାଇଛନ୍ତି ଓ ଦଳରେ ନିଜର ସ୍ଥାନ ମଧ୍ୟ ପକ୍କା କରିଛନ୍ତି। t-20 ବିଶ୍ୱକପରେ ତାଙ୍କୁ ଦଳରେ ସ୍ଥାନ ମିଳିନଥିଲା ଓ ନ୍ୟୁଜିଲାଣ୍ଡ ଟୁରରେ ମଧ୍ୟ ସେ ବାହାର ଅଛନ୍ତି। ଧାୱନ 2013 ମସିହାରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ନିଜର ଟେଷ୍ଟ ଡେବ୍ୟୁ କରିଥିଲେ କିନ୍ତୁ ସେ ବହୁତ ସମୟ ଧରି ଟେଷ୍ଟରେ ନିଜର ସ୍ଥାନ ରଖି ପାରିନଥିଲେ। ସେ 34 ଟେଷ୍ଟ ମ୍ୟାଚରୁ 2315 ରନ କରିଛନ୍ତି। ଚୟନକର୍ତା ତାଙ୍କୁ ଦଳରେ ବହୁତ ସୁଯୋଗ ଦେଇନାହାଁନ୍ତି।

ଭୁବନେଶ୍ୱର କୁମାର:-

ଟିମ ଇଣ୍ଡିଆର ସ୍ୱିଙ୍ଗ ବୋଲର ଭୁବନେଶ୍ୱର କୁମାର ବିଗତ ତିନିବର୍ଷ ଧରି ଟିମରୁ ବାହାରେ ଚାଲୁଛନ୍ତି। ତାଙ୍କ ବଲ ଏବେ କାମ କରୁନାହିଁ ଓ ସେ ବହୁତ ମହଙ୍ଗା ସାବ୍ୟସ୍ତ ହେଉଛନ୍ତି। ଡେଥ ଓଭର ଗୁଡ଼ିକରେ ମଧ୍ୟ ସେ ମହଙ୍ଗା ରହୁଛନ୍ତି। ତାଙ୍କ ସ୍ଥାନରେ ମହମ୍ମଦ ସିରାଜ, ନବଦୀପ ସୈନି ଓ ପ୍ରସିଦ୍ଧ କୃଷ୍ନା ସ୍ଥାନ ନେଇସାରିଲେଣି।

ହାର୍ଦିକ ପାଣ୍ଡ୍ୟା:-

ହାର୍ଦିକ ପାଣ୍ଡ୍ୟା ବର୍ତ୍ତମାନ ସୁଦ୍ଧା ଟେଷ୍ଟ କ୍ରିକେଟରେ 11ଟି ମ୍ୟାଚ ଖେଳିଛନ୍ତି। ଯେଉଁଥିରେ ସେ 31 ଆଭରେଜରେ 512 ରନ କରିଛନ୍ତି। ଏହାସହ 3.38 ଇକୋନୋମିରେ 17 ଉଇକେଟ ମଧ୍ୟ ପାଇଛନ୍ତି। ବିଗତ କିଛି ସମୟରୁ ଭଲ ପ୍ରଦର୍ଶନ ନକରିବାରୁ ଓ t-20 ବିଶ୍ୱକପରେ ବେକାର ପ୍ରଦର୍ଶନ ଯୋଗୁଁ ସିଲେକ୍ଟର୍ସ ତାଙ୍କର ଛୁଟି କରିଦେଇଛନ୍ତି। ଏହି ସବୁ ଦେଖି ଲାଗୁଛି ତାଙ୍କର ଟେଷ୍ଟ କ୍ୟାରିଅର ଶେଷ ହୋଇଗଲାଣି। ପାଣ୍ଡ୍ୟା ବ୍ୟାକ ଇଞ୍ଜୁରୀ କାରଣରୁ 2018 ମସିହାରୁ ଟେଷ୍ଟ କ୍ରିକେଟରୁ ଦୂରରେ ରହିଛନ୍ତି।

କୂଲଦୀପ ଯାଦବ:-

କୂଳଦୀପ ଯାଦବଙ୍କୁ ମଧ୍ୟ କ୍ରିକେଟ ର ସମସ୍ତ ଫର୍ମାଟରୁ ବାଦ ଦିଆଯାଇ ସାରିଛି। ବିଗତ କିଛି ସମୟ ହେବ ତାଙ୍କର ଫର୍ମ ଫେରୁନାହିଁ ଓ ଲଗାତାର ଫ୍ଲପ ହେଉଛନ୍ତି। ଆଇପିଏଲରେ ମଧ୍ୟ କେକେଆର ତାଙ୍କୁ ଦଳରେ ଖେଳାଇ ନଥିଲା। ଏହି କାରଣରୁ କୂଲଦୀପଙ୍କୁ ଡ୍ରପ କରାଗଲା। ଚୟନକର୍ତା ତାଙ୍କ ସ୍ଥାନରେ ଅକ୍ଷର ପଟେଲ, ଜାଡେଜା, ୱାଶିଂଟନ ସୁନ୍ଦରଙ୍କ ଭଳି ବୋଲର ଉପରେ ଭରସା କରୁଛନ୍ତି। ଏହିପରି ଭାବରେ ସେ ଟେଷ୍ଟରୁ ବାହାରେ ରହିବାର ସମ୍ଭାବନା ବହୁତ ରହିଛି।

Leave a Reply

Your email address will not be published.