ଏହି ୭ ଜଣ ଆଇପିଏସ ଅଫିସର ଯାହା ନାଁ ଶୁଣିଲେ ଥରି ଉଠନ୍ତି ବଡ଼ ବଡ଼ ରାଜନେତା ଓ ଅପରାଧୀ,ଜାଣନ୍ତୁ ସେମାନେ କିଏ କିଏ ?

ସରକାରଙ୍କ କାମ ଆଇନ ବନାଇବା ହୋଇଥାଏ ଓ ତାକୁ ପାଳନ କରିବାର କାମ ଅଧିକାରୀଙ୍କ ହୋଇଥାଏ। ଆଇନ ବ୍ୟବସ୍ଥାକୁ ସଠିକ ରୂପରେ ପାଳନ କରିବା ସହଜ ହୋଇନଥାଏ। ଏଥିପାଇଁ ଆମ IPS ଅଫିସର ମାନେ ଏହାକୁ କରିଥାନ୍ତି। IPS ଅଫିସର ସେହି ମାନେ ଅଟନ୍ତି ଯିଏକି ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ମଧ୍ୟ ବାଜିରେ ଲଗାଇଥାନ୍ତି।

ଦେଶ ଓ ସମାଜରେ ବ୍ୟାପ୍ତ ଭ୍ରଷ୍ଟାଚାର ଓ ରାଜନୀତିକ ଚାପ ମଧ୍ୟରେ ଅଧିକାରୀ ନିଜର କାମକୁ ନିଷ୍ଠାର ସହିତ କରିଥାନ୍ତି। ଆସନ୍ତୁ ଜାଣିବା ସେହି ଆଇପିଏସ ମାନଙ୍କ ବିଷୟରେ ଯିଏକି ସର୍ବଦା ଦେଶରେ ଚର୍ଚ୍ଚାରେ ରହୁଛନ୍ତି।

ସଚିନ ଅତୁଳକର:-

ସଚିନ ଅତୁଳକର ମାତ୍ର 22 ବର୍ଷ ବୟସରେ ଆଇପିଏସ ହୋଇଯାଇଥିଲେ। ସେ ନିଜର ଫିଜିକ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ଏହାସହ ଅତୁଳ କ୍ରିକେଟର ବଡ଼ ଫ୍ୟାନ ଅଟନ୍ତି ଓ ସେ ନ୍ୟାଶନାଲ ସ୍ତରରେ କ୍ରିକେଟ ଖେକିସାରିଛନ୍ତି।

ମନୁ ମହାରାଜ:-

ବିହାରରେ ମନୁ ମହାରାଜଙ୍କୁ କିଏ ବା ନଜାଣେ, ତାଙ୍କର ନାମ ପ୍ରତ୍ୟେକଙ୍କ ମୁହଁରେ ରହିଥାଏ। ତାଙ୍କୁ ସୁପର କୋପଙ୍କ ନାମରେ ମଧ୍ୟ ଜଣାଯାଏ। ସେ ଯୁବଗୋଷ୍ଠୀଙ୍କ ରୋଲ ମଡେଲ ଅଟନ୍ତି ଓ 2005 ମସିହାରୁ ସେ ଆଇପିଏସ ଅଧିକାରୀ ରୂପରେ କାର୍ଯ୍ୟ କରୁଛନ୍ତି।

ସଂଯୁକ୍ତା ପରାସର:-

ସଂଯୁକ୍ତା ପରାସର ଆସାମ ପୋଲିସର ଏକ ଆଇରନ ଲେଡ଼ି ଅଟନ୍ତି। ସେ ଜଙ୍ଗଲକୁ ଛାନଭିନ କରି ସବୁ ଅପରାଧୀଙ୍କୁ ମାରି ପକାଇଛନ୍ତି। ସେ ବହୁତ ଖତରନାକ ଅପରେସନକୁ ମଧ୍ୟ ଲିଡ଼ କରିସାରିଛନ୍ତି।

ଶିବଦୀପ ଲାଣ୍ଡେ:-

ଶିବଦୀପ ଲାଣ୍ଡେ 2005 ମସିହାରୁ ଆଇପିଏସ ଅଧିକାରୀ ରହିଛନ୍ତି। ସେ ବିହାରରେ ସମସ୍ତ ଝିଅଙ୍କୁ ନିଜର ପର୍ସନାଲ ନମ୍ବର୍ ଦେଇଛନ୍ତି କାରଣ ବିହାରରେ ଝିଅଙ୍କୁ ଏଥିରୁ ବଞ୍ଚାଇବା ଲାଗି ସେ ଏହିପରି କରିଥିଲେ। ତାଙ୍କ ନାମ ଶୁଣିଲେ ବଡ଼ ବଡ଼ ଅପରାଧୀ ଭୟ କରିଯାଆନ୍ତି।

ଗୌରବ ତିୱାରୀ:-

ଗୌରବ ତିୱାରୀ କଟନୀ କାଣ୍ଡ ଠାରୁ ଚର୍ଚ୍ଚାରେ ରହିଥିଲେ। 500 କୋଟିର କାଣ୍ଡକୁ ଉଜାଗର କରି ସେ ଚର୍ଚ୍ଚାରେ ରହିଥିଲେ। ଏହାପରେ ଯେତେବେଳେ ତାଙ୍କ ଟ୍ରାନ୍ସଫର ଦ୍ଵିତୀୟ ସହରକୁ ହେବାର ଥିଲା ତାଙ୍କ ଟ୍ରାନ୍ସଫର ରୋକିବାକୁ ସାରା ପବ୍ଲିକ ରାସ୍ତାକୁ ଓହ୍ଲାଇ ପଡ଼ିଥିଲା।

ସୋନିଆ ନାରଙ୍ଗ:-

ସୋନିଆ 2002 ମସିହାରୁ ଆଇପିଏସ ଅଫିସର ରହିଛନ୍ତି। ଦାବଣଗର ଏସ୍ପି ଭାବରେ ସେ ଏକ କଦାପର ନେତାଙ୍କୁ ଥାପଡ଼ ମାରି ଦେଇଥିଲେ। ଏହାପରେ ସେ ଚର୍ଚ୍ଚାରେ ରହିଯାଇଥିଲେ।

ଶ୍ରେଷ୍ଠା ଠାକୁର:-

ଲୋକମାନେ ତାଙ୍କୁ ୟୁପିର ଲେଡ଼ି ସିଙ୍ଘମ କହି ବୁଲାଇଥାନ୍ତି। ଶ୍ରେଷ୍ଠା ଠାକୁର ୟୁପି କ୍ୟାଡ଼ରର ଦବଙ୍ଗ ଆଇପିଏସ ଅଧିକାରୀ ଅଟନ୍ତି। 2017 ମସିହାରେ ସେ ଏକ ପାର୍ଟିର କାର୍ଯ୍ୟକର୍ତାଙ୍କୁ ଯାତାୟାତ ନିୟମର ଉଲ୍ଲଂଘନ କରିବା ଦ୍ୱାରା ଚାଲାଣ କାଟି ଦେଇଥିଲେ। ଶ୍ରେଷ୍ଠା ୟୁପିର ଝିଅ ପିଲାମାନଙ୍କୁ ଆତ୍ମରକ୍ଷା କୌଶଳ ଶିକ୍ଷା ଦିଅନ୍ତି।

Leave a Reply

Your email address will not be published.