ତପସ୍ୱିନୀ-ସୁମିତ ବିବାଦ : ବ୍ରହ୍ମାନଗରରେ ୧୪୪ ଧାରା,ତପସ୍ୱିନୀଙ୍କ ଶ୍ୱଶୂର ଘର ଆଗରେ ୨ ସେକ୍ସନ ପୋଲିସ ମୁତୟନ !

ବ୍ରହ୍ମପୁରର ଦମ୍ପତ୍ତି ତପସ୍ୱିନୀ ଓ ଡାକ୍ତର ସୁମିତଙ୍କର ବିବାହ ବିବାଦ ମାମଲା ବର୍ତ୍ତମାନ ସାରା ଓଡ଼ିଶା ପାଇଁ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ନିଜର ହକ ପାଇଁ ଓ ସ୍ୱାମୀଙ୍କୁ ଫେରାଇ ଆଣିବା ପାଇଁ ପୁଣିଥରେ ସୁମିତଙ୍କର ଘର ଆଗରେ ଧାରଣାରେ ବସିଛନ୍ତି ତପସ୍ୱିନୀ। ଏହାରି ମଧ୍ୟରେ ବ୍ରହ୍ମାନଗରରେ ୧୪୪ ଧାରା ଜାରି କରାଯାଇଛି। ୧୪୪ ଧାରା ଜାରି ନେଇ ପୋଲିସ ତରଫରୁ ସୂଚନା ମିଳିଛି। ଡାକ୍ତର ସୁମିତଙ୍କର ଘର ଥିବା ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ଯନ୍ତ ୧୪୪ ଧାରା ଜାରି କରାଯାଇଛି। ଘଟଣାସ୍ଥଳରେ ଗହଳିକୁ ଏଡ଼ାଇବା ପାଇଁ ୧୪୪ ଧାରା ଜାରି କରାଯାଇଛି। ତପସ୍ୱିନୀଙ୍କର ଶ୍ୱଶୂର ଘର ଆଗରେ ୨ ସେକ୍ସନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୪୪ ଧାରା ପୋଲିସ ପ୍ରଶାସନ ଜାରି କରିଛି। ଡାକ୍ତର ସୁମିତଙ୍କର ଘର ଓ ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ବ୍ରହ୍ମାନଗରର ଆରମ୍ଭଠାରୁ ଗୁରୁଦେବ ହସ୍ପିଟାଲ ପର୍ଯ୍ଯନ୍ତ ୧୪୪ ଲାଗୁ କରାଯାଇଛି। ଗତକାଲି ସନ୍ଧ୍ୟାରେ ସୁମିତଙ୍କର ଘରେ ମହିଳା ଧସେଇ ପଶିଥିଲେ

Leave a Reply

Your email address will not be published.