ପାକିସ୍ତାନୀ କ୍ରିକେଟର ୟାସିର ଶାହାଙ୍କ କାଣ୍ଡ : ବନ୍ଧୁକ ମୁନରେ ୧୪ ବର୍ଷୀୟା ନାବାଳିକାଙ୍କୁ ଦୁ-ଷ୍କ-ର୍ମ, ଭିଡିଓ ଉତ୍ତୋଳନ କରି ବ୍ଲାକମେଲ କରିବା ଅଭିଯୋଗ !

ପାକିସ୍ତାନର ଲେଗ ସ୍ପିନର ୟାସିର ଶାହାଙ୍କ ବିରୁଦ୍ଧରେ ଏକ ସାଂଘାତିକ ଅଭିଯୋଗ ଆସିଛି। ୟାସିର ଏବଂ ତାଙ୍କର ଜଣେ ବନ୍ଧୁ ନାବାଳିକାଙ୍କ ସହ ଗ-ଣ-ଦୁ-ଷ୍କ-ର୍ମ କରିଥିବା ନେଇ ଥାନାରେ ମାମଲା ରୁଜୁ କରିଛନ୍ତି ପୀଡିତା। ପାକିସ୍ତାନୀ କ୍ରିକେଟର ୟାସିର ଏବଂ ତାଙ୍କର ସାଙ୍ଗଙ୍କର ବିରୁଦ୍ଧରେ ଇସଲାମାବାଦର ଶାଲିମାର ପୋ-ଲି-ସ ଷ୍ଟେ-ସ-ନରେ ଏହି ମାମଲା ରୁଜୁ କରାଯାଇଛି।

ପୋଲିସ ବର୍ତ୍ତମାନ ପୀଡିତାଙ୍କର ଡାକ୍ତରୀ ମାଇନା କରିବା ସହ ବୟାନ ମଧ୍ୟ ରେକର୍ଡ କରିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତ କ୍ରିକେଟର ୟାସିର ଶାହା ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ ତରଫରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ପୀଡିତା ନାବାଳିକା ପୋଲିସ ନିକଟରେ କହିଛନ୍ତିଯେ, ୟାସିର ଶାହା ଏବଂ ତାଙ୍କର ସାଙ୍ଗ ଦୁଷ୍କର୍ମ କରିବା ପରେ କାହାରିକୁ ନ କହିବା ପାଇଁ ବିଭିନ୍ନ ପ୍ରଲୋଭନ ଦେଖାଇଥିଲେ। ଏମିତିକି ବଡ ଫ୍ଳାଟ କିଣି ଦେବା ସହ ଆଗାମୀ ୧୮ ବର୍ଷ ପର୍ଯ୍ଯନ୍ତ ସମସ୍ତ ଖର୍ଚ୍ଚ ମଧ୍ୟ ବହନ କରିବା ପାଇଁ ମଧ୍ୟ ପ୍ରଲୋଭିତ କରିଥିଲେ ବୋଲି ପୋଲିସ ନିକଟରେ ପୀଡିତା ନାବାଳିକା କହିଛନ୍ତି।

ପୀଡିତା ନାବାଳିକା ଏଫଆଇଆରରେ ଲେଖିଛନ୍ତିଯେ,’ୟାସିର ଶାହା ଏବଂ ତାଙ୍କର ବନ୍ଧୁ ଫରହାନ ବନ୍ଧୁକ ଦେଖାଇ ଧମକ ଦେବା ସହିତ ଦୁଷ୍କର୍ମ କରିଥିଲେ। ଏହା ସହ ଦୁଷ୍କର୍ମ ବେଳର ଭିଡିଓ କରି ବିଭିନ୍ନ ସମୟରେ ଭାଇରାଲ କରିଦେବାକୁ ଧମକ ମଧ୍ୟ ଦେଉଥିଲେ।’ ପୀଡିତା କହିଛନ୍ତିଯେ,’ସେ ୟାସିର ଶାହାଙ୍କୁ ସମ୍ପର୍କ କରି ଭିଡିଓ ଡିଲିଟ କରିବାକୁ କହିଛନ୍ତି କିନ୍ତୁ ସେ କିଛି ନ ଶୁଣି ହସରେ ଉଡାଇଦେଇଛନ୍ତି। ଆଉ କହିଛନ୍ତିକି, ତାଙ୍କୁ କମ ବୟସର ଝିଅମାନେ ବହୁତ ପସନ୍ଦ।’

ପୀଡିତା ନାବାଳିକା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତିଯେ,’ଟେଷ୍ଟ କ୍ରିକେଟର ୟାସିର ମଧ୍ୟ ତାଙ୍କୁ ଏହି ବିଷୟରେ କାହାକୁ ନ ଜଣାଇବାକୁ ଧମକ ଦେଇଛନ୍ତି। କହିଛନ୍ତିଯେ ଯଦି ସେ ଏହି ଘଟଣା ବାବଦରେ କାହାରିକୁ କିଛି କୁହନ୍ତି ତେବେ ପରିଣତି ଭୟଙ୍କର ହେବ।’ ସେ ଅଭିଯୋଗ କରିଛନ୍ତିକି, ୟାସିର ହେଉଛନ୍ତି ଜଣେ ପ୍ରଭାବଶାଳୀ ବ୍ୟକ୍ତି ଏବଂ ଉଚ୍ଚପଦସ୍ତ ପୋଲିସ ଅଧିକାରୀମାନଙ୍କୁ ଜାଣିଛନ୍ତି। କେବଳ ମୋ ସହ ନୁହେଁ ଆହୁରି ଅନେକ ଝିଅଙ୍କୁ ଦୁଷ୍କର୍ମ କରି ଭିଡିଓ ସୁଟ କରି ତାଙ୍କୁ ବ୍ଲାକମେଲ କରନ୍ତି।

Leave a Reply

Your email address will not be published.